Kalara Tomato Chutchuta
ଆବଶ୍ୟକ ସାମଗ୍ରୀ: କଲରା, କଟା ଟମାଟୋ, ଲୁଣ, ଅଦା, କଟା ରସୁଣ, କଟା କଞ୍ଚା ଲଙ୍କା, ହଳଦୀ ଗୁଣ୍ଡ, ତେଲ ଓ କସ୍ତୁରୀ ମେଥି।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଲରାକୁ ଚେକା ଚେକା କରି କାଟି ଏକ ପାତ୍ରରେ ରଖନ୍ତୁ। ସେଥିରେ କଟା ଟମାଟୋ, ଆବଶ୍ୟକ ଅନୁସାରେ ଲୁଣ, ଅଦା, କଟା ରସୁଣ, କଟା କଞ୍ଚା ଲଙ୍କା ଓ ହଳଦୀ ଗୁଣ୍ଡ ପକେଇ ଭଲଭାବରେ ଗୋଳେଇ ଦିଅନ୍ତୁ।
ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ମସଲା ଗୋଳା ହୋଇଥିବା କଲରା ଓ ଟମାଟୋ ପକାଇ ସିଝାନ୍ତୁ। କଲରା ଓ ଟମାଟୋ ସିଝି ଗଲାପରେ ସେଥିରେ ଆବଶ୍ୟକ ଅନୁଯାୟୀ କସ୍ତୁରୀ ମେଥି ପକାଇ ଗୋଳାଇ ଦିଅନ୍ତୁ। ୫ ମିନିଟ୍ ଏହାକୁ ଗ୍ୟାସ ଆଞ୍ଚରେ ବସାନ୍ତୁ। ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଲରା ଟମାଟୋ ଚୁଟ୍ଚୁଟା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/09/Kalara-Tomato-Chutchuta.jpg)