Advertisment

ମଲାଇ ମସରୁମ୍‌

ଆବଶ୍ୟକ ସାମଗ୍ରୀ:  କାଜୁ, ଅଦା,ରସୁଣ, ପିଆଜ ପେଷ୍ଟ, ତେଲ, ଗୋଟା ଜିରା, ଗରମ ମସଲା ,ଦହି, ଧନିଆ ପାଉଡର, ଜିରା ପାଉଡର,ମେଥି, ଗୋଲମରିଚ ଗୁଣ୍ଡ, ଲୁଣ, କ୍ରୀମ୍, ମେଥି ପତ୍ର ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ କାଜୁ, ଅଦା,ରସୁଣ, ପିଆଜକୁ ପେଷ୍ଟ କରନ୍ତୁ। ମଲାଇ ମଟର ମସରୁମ୍‌  ତିଆରି  କରିବା ପାଇଁ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ମସରୁମ୍‌କୁ ପକାଇ ଭଲ ଭାବରେ ଭାଜି ଦିଅନ୍ତୁ। ପରେ ଗ୍ରୀନ ମଟରକୁ ଭାଜି ଦିଅନ୍ତୁ। ଏହା ଭାଜି […]

author-image
Tapaswini Nayak
ଅଦ୍ୟତନ ହୋଇଛି
ମଲାଇ ମସରୁମ୍‌

malai mushroom

ଆବଶ୍ୟକ ସାମଗ୍ରୀ:  କାଜୁ, ଅଦା,ରସୁଣ, ପିଆଜ ପେଷ୍ଟ, ତେଲ, ଗୋଟା ଜିରା, ଗରମ ମସଲା ,ଦହି, ଧନିଆ ପାଉଡର, ଜିରା ପାଉଡର,ମେଥି, ଗୋଲମରିଚ ଗୁଣ୍ଡ, ଲୁଣ, କ୍ରୀମ୍, ମେଥି ପତ୍ର

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ କାଜୁ, ଅଦା,ରସୁଣ, ପିଆଜକୁ ପେଷ୍ଟ କରନ୍ତୁ। ମଲାଇ ମଟର ମସରୁମ୍‌  ତିଆରି  କରିବା ପାଇଁ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ମସରୁମ୍‌କୁ ପକାଇ ଭଲ ଭାବରେ ଭାଜି ଦିଅନ୍ତୁ। ପରେ ଗ୍ରୀନ ମଟରକୁ ଭାଜି ଦିଅନ୍ତୁ। ଏହା ଭାଜି ହେଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ପୁଣି  କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଟା ଜିରା, ଗରମ ମସଲା ପକାଇ ଦିଅନ୍ତୁ। ପରେ ସେଥିରେ ପେଷ୍ଟ କରି ରଖିଥିବା କାଜୁ, ଅଦା, ରସୁଣ,ପିଆଜକୁ ପକାଇ କିଛି ସମୟ କଷନ୍ତୁ। ସେଥିରେ ଅଳ୍ପ ଦହି, ଧନିଆ ପାଉଡର, ଜିରା ପାଉଡର, ମେଥି, ଗୋଲମରିଚ ଗୁଣ୍ଡ ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ।

Advertisment

ସେଥିରେ ଭାଜି ରଖିଥିବା ମସରୁମ୍‌ ଓ ଗ୍ରୀନମଟର ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ କ୍ରୀମ୍ ଓ ଅଳ୍ପ ମେଥି ପତ୍ର ପକାଇ ଅଳ୍ପ ପାଣି ଦେଇ ଢାଙ୍କି ଦିଅନ୍ତୁ। କିଛି ସମୟ ପରେ କରେଇ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମଲାଇ ମସରୁମ୍‌।