Advertisment

ମଲାଇ ମସ‌ରୁମ୍‌

ଆବଶ୍ୟକ ସାମଗ୍ରୀ: ବଟନ ଛତୁ, କଟା ପିଆଜ, ଟମାଟୋ ପ୍ୟୁରି, କାଜୁ ବଟା, ଅଦା-ରସୁଣ ବଟା, କସ୍ତୁରୀ ମେଥି, ଗରମ ମସଲା, ଫ୍ରେଶ୍‌ କ୍ରିମ୍‌, ଗୋଲମରିଚ ଗୁଣ୍ଡ, ତେଲ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଛତୁକୁ ଭାଜି ଦିଅନ୍ତୁ। ଏହା ପରେ କରେଇରେ ଆଉ ଥରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ କଟା ପିଆଜକୁ ପକାଇ ଭାଜନ୍ତୁ। ପିଆଜର ରଙ୍ଗ ବାଦାମୀ ହୋଇ ଆସିଲା […]

author-image
Tapaswini Nayak
ଅଦ୍ୟତନ ହୋଇଛି
ମଲାଇ ମସ‌ରୁମ୍‌

Malai mushroom

ଆବଶ୍ୟକ ସାମଗ୍ରୀ:ବଟନ ଛତୁ, କଟା ପିଆଜ, ଟମାଟୋ ପ୍ୟୁରି, କାଜୁ ବଟା, ଅଦା-ରସୁଣ ବଟା, କସ୍ତୁରୀ ମେଥି, ଗରମ ମସଲା, ଫ୍ରେଶ୍‌ କ୍ରିମ୍‌, ଗୋଲମରିଚ ଗୁଣ୍ଡ, ତେଲ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଛତୁକୁ ଭାଜି ଦିଅନ୍ତୁ। ଏହା ପରେ କରେଇରେ ଆଉ ଥରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ କଟା ପିଆଜକୁ ପକାଇ ଭାଜନ୍ତୁ। ପିଆଜର ରଙ୍ଗ ବାଦାମୀ ହୋଇ ଆସିଲା ପରେ ସେଥିରେ ଅଦା-ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାଇ କଷନ୍ତୁ। ମସଲା ଟିକେ କଷି ହୋଇଗଲେ ସେଥିରେ ଟମାଟୋ ପ୍ୟୁରି ପକାଇ ଦିଅନ୍ତୁ। ପରେ କାଜୁ ବଟା ପକାଇ ଅଳ୍ପ ସମୟ କଷନ୍ତୁ। ଏହାପରେ ଭଜା ହୋଇ ରହିଥିବା ଛତୁକୁ ପକାଇ ଗୋଳାଇ ଦିଅନ୍ତୁ।

କିଛି ସମୟ ପରେ ସେଥିରେ ଅଳ୍ପ ପାଣି, ଲୁଣ, ଗୋଲମରିଚ ଗୁଣ୍ଡ ଓ ଅଳ୍ପ କସ୍ତୁରୀ ମେଥି ପକାଇ ଗୋଳାଇ ଦିଅନ୍ତୁ। ତାକୁ ୪ରୁ ୫ ମିନିଟ୍‌ ଆଞ୍ଚରେ ବସାଇବାକୁ ଦିଅନ୍ତୁ। ପରେ ସେଥିରେ ଫ୍ରେଶ୍‌ କ୍ରିମ୍‌ ଓ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ। କରେଇକୁ ଆଞ୍ଚରୁ ଓହ୍ଲାଇ ଛତକୁ ପ୍ଲେଟକୁ କାଢ଼ି ସେଥିରେ ଅଳ୍ପ କ୍ରୀମ୍ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମଲାଇ ମସ‌ରୁମ୍‌।

Advertisment