Advertisment

ଘରେ ତିଆରି କରନ୍ତୁ ଢାବା ଷ୍ଟାଇଲ୍ ମଲାଇ ପନୀର

ଆବଶ୍ୟକ ସାମଗ୍ରୀ: ପନୀର, କଟା ପିଆଜ, ଟମାଟୋ ପ୍ୟୁରି, କାଜୁ ବଟା, ଅଦା-ରସୁଣ ବଟା, କସ୍ତୁରୀ ମେଥି, ଗରମ ମସଲା, ଫ୍ରେଶ୍‌ କ୍ରିମ୍‌, ଗୋଲମରିଚ ଗୁଣ୍ଡ, ଲୁଣ, ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜକୁ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପରେ ଅଦା-ରସୁଣ ପେଷ୍ଟକୁ ଦେଇ କଷନ୍ତୁ। ଟିକେ କଷି ହୋଇଗଲେ ଏଥିରେ ଟମାଟୋ ପ୍ୟୁରି ପକାଇ ଆଉ ଟିକେ କଷନ୍ତୁ ଏବଂ କିଛି ସମୟ ପରେ […]

author-image
Chinmayee Roy
ଅଦ୍ୟତନ ହୋଇଛି
ଘରେ ତିଆରି କରନ୍ତୁ ଢାବା ଷ୍ଟାଇଲ୍ ମଲାଇ ପନୀର

food

ଆବଶ୍ୟକ ସାମଗ୍ରୀ: ପନୀର, କଟା ପିଆଜ, ଟମାଟୋ ପ୍ୟୁରି, କାଜୁ ବଟା, ଅଦା-ରସୁଣ ବଟା, କସ୍ତୁରୀ ମେଥି, ଗରମ ମସଲା, ଫ୍ରେଶ୍‌ କ୍ରିମ୍‌, ଗୋଲମରିଚ ଗୁଣ୍ଡ, ଲୁଣ, ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜକୁ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପରେ ଅଦା-ରସୁଣ ପେଷ୍ଟକୁ ଦେଇ କଷନ୍ତୁ। ଟିକେ କଷି ହୋଇଗଲେ ଏଥିରେ ଟମାଟୋ ପ୍ୟୁରି ପକାଇ ଆଉ ଟିକେ କଷନ୍ତୁ ଏବଂ କିଛି ସମୟ ପରେ କାଜୁ ବଟା ଓ ପନୀର୍ ପକାଇ କଷନ୍ତୁ। କିଛି ସମୟ ପରେ ଅଧା କପ୍‌ ପାଣି, ଲୁଣ, ଗୋଲମରିଚ ଗୁଣ୍ଡ ଓ ଅଳ୍ପ କସ୍ତୁରୀ ମେଥି ପକାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଏବେ ଫ୍ରେଶ୍‌ କ୍ରିମ୍‌ ଏବଂ ୧ମିନିଟ୍‌ ପରେ ଗରମ ମସଲା ପକାଇ ସାମାନ୍ୟ ଫୁଟାଇ ତଳକୁ ଓହ୍ଲାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମଲାଇ ପନୀର’। ଏହାକୁ ଆପଣ ରୁଟି, ପରଟା କିମ୍ବା ନାନ୍‌ ସହ ଖାଇପାରିବେ।