ଜାଣନ୍ତୁ କେମିତି ପ୍ରସ୍ତୁତ ହୁଏ ମେଥି-ମକା ରୁଟି

ଆବଶ୍ୟକ ସାମଗ୍ରୀ: ମକାଅଟା, ମେଥିଶାଗ, କଞ୍ଚାଲଙ୍କା, ରସୁଣ, ତେଲ କିମ୍ବା ବଟର୍‍ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମେଥିଶାଗକୁ ବାଛି ଭଲଭାବେ ଧୋଇଦିଅନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ମକାରୁ ପ୍ରସ୍ତୁତ ଅଟା ନିଅନ୍ତୁ। ଏଥିରେ ମେଥିଶାଗ, ଲୁଣ, କଞ୍ଚାଲଙ୍କା ଓ ରସୁଣକୁ ଚୂନାଚୂନା କାଟି ଭଲଭାବରେ ମିଶାନ୍ତୁ। ମକାଅଟାକୁ ଭଲଭାବରେ ଚକଟି ଗୁଳାକରି ରଖନ୍ତୁ। ବର୍ତ୍ତମାନ୍ ହାତରେ ଅଳ୍ପ ତେଲ ନେଇ ଏହି ଗୋଳାକୁ ଥାପି ଥାପି ରୁଟିର ଆକାର ଦିଅନ୍ତୁ । ଏବେ ଏକ […]

makkai

Chinmayee Roy
  • Published: Friday, 05 October 2018
  • , Updated: 05 October 2018, 03:08 PM IST

ଆବଶ୍ୟକ ସାମଗ୍ରୀ: ମକାଅଟା, ମେଥିଶାଗ, କଞ୍ଚାଲଙ୍କା, ରସୁଣ, ତେଲ କିମ୍ବା ବଟର୍‍ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମେଥିଶାଗକୁ ବାଛି ଭଲଭାବେ ଧୋଇଦିଅନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ମକାରୁ ପ୍ରସ୍ତୁତ ଅଟା ନିଅନ୍ତୁ। ଏଥିରେ ମେଥିଶାଗ, ଲୁଣ, କଞ୍ଚାଲଙ୍କା ଓ ରସୁଣକୁ ଚୂନାଚୂନା କାଟି ଭଲଭାବରେ ମିଶାନ୍ତୁ। ମକାଅଟାକୁ ଭଲଭାବରେ ଚକଟି ଗୁଳାକରି ରଖନ୍ତୁ। ବର୍ତ୍ତମାନ୍ ହାତରେ ଅଳ୍ପ ତେଲ ନେଇ ଏହି ଗୋଳାକୁ ଥାପି ଥାପି ରୁଟିର ଆକାର ଦିଅନ୍ତୁ । ଏବେ ଏକ ତାୱା ଗରମ କରି କମ୍‍ ଆଞ୍ଚରେ ମକାରୁଟିକୁ ସେକନ୍ତୁ । ଏହା ଅଳ୍ପ ସେକି ହୋଇ ଆସିଲେ ରୁଟିର ଉଭୟ ପାଶ୍ୱର୍ରେ ବଟର କିମ୍ବା ତେଲ ଦେଇ ଆଉଥରେ ଏପଟସେପଟ କରି ଓଲଟାଇ ଦିଅନ୍ତୁ।

ପ୍ରସ୍ତୁତ ହୋଇଗଲା ମେଥି-ମକା ରୁଟି । ଗରମ ଗରମ ମେଥି-ମକା ରୁଟିକୁ ଦହି, ଚଟଣୀ କିମ୍ବା ସୋରିଷ ଶାଗ ସହିତ ପରସନ୍ତୁ। ଆଉ ଖାଇବାର ମଜା ନିଅନ୍ତୁ।

Related story