Advertisment

ଘରେ ପ୍ରସ୍ତୁତ କରନ୍ତୁ ଓଟ୍‌ସ୍‌ ହାଲୱା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବ୍ରେକ୍ ଫାଷ୍ଟ୍‌ ପାଇଁ ଆଜି ଆମେ ଆପଣଙ୍କୁ ସ୍ୱାଦିଷ୍ଟ ଓଟ୍‌ସ୍‌ ହାଲୱାର ପ୍ରସ୍ତୁତି ସମ୍ପର୍କରେ କହିବୁ। ଆବଶ୍ୟକ ସାମଗ୍ରୀ: ଆବଶ୍ୟକତା ଅନୁସାର ଓଟ୍‌ସ୍‌, ଚିନି, କ୍ଷୀର, ଦେଶୀ ଘିଅ, ଗୁଜୁରାତି, କେଶର, କାଜୁ, ଆଲ୍‌ମଣ୍ଡ ଓ କିସ୍‌ମିସ୍ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ୨-୩ ଚାମଚ ଘିଅ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ ଏଥିରେ ଓଟ୍‌ସ୍‌କୁ ପକାଇ ଭାଜନ୍ତୁ। ଓଟ୍‌ସ୍‌ର ରଙ୍ଗ ଟିକେ ପରିବର୍ତ୍ତନ ହେବା ଯାଏ ଏହାକୁ ଭାଜନ୍ତୁ। ବର୍ତ୍ତମାନ ଆଉ ଏକ […]

author-image
Chinmayee Roy
ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ଓଟ୍‌ସ୍‌ ହାଲୱା

halwa

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବ୍ରେକ୍ ଫାଷ୍ଟ୍‌ ପାଇଁ ଆଜି ଆମେ ଆପଣଙ୍କୁ ସ୍ୱାଦିଷ୍ଟ ଓଟ୍‌ସ୍‌ ହାଲୱାର ପ୍ରସ୍ତୁତି ସମ୍ପର୍କରେ କହିବୁ।

Advertisment

ଆବଶ୍ୟକ ସାମଗ୍ରୀ: ଆବଶ୍ୟକତା ଅନୁସାର ଓଟ୍‌ସ୍‌, ଚିନି, କ୍ଷୀର, ଦେଶୀ ଘିଅ, ଗୁଜୁରାତି, କେଶର, କାଜୁ, ଆଲ୍‌ମଣ୍ଡ ଓ କିସ୍‌ମିସ୍ ।

publive-imageପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ୨-୩ ଚାମଚ ଘିଅ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ ଏଥିରେ ଓଟ୍‌ସ୍‌କୁ ପକାଇ ଭାଜନ୍ତୁ। ଓଟ୍‌ସ୍‌ର ରଙ୍ଗ ଟିକେ ପରିବର୍ତ୍ତନ ହେବା ଯାଏ ଏହାକୁ ଭାଜନ୍ତୁ।

Advertisment

ବର୍ତ୍ତମାନ ଆଉ ଏକ ପାତ୍ରରେ କ୍ଷୀର ନେଇ ସେଥିରେ କିଛି ଚିନି ପକାଇ ଏହି ମିଶ୍ରଣକୁ ଫୁଟାନ୍ତୁ।

କ୍ଷୀର ଭଲଭାବେ ଫୁଟିଗଲେ ଓ ଚିନି ଏଥିରେ ମିଳାଇଗଲେ, ଏଥିରେ ପୂର୍ବରୁ ଭଜା ହୋଇ ରହିଥିବା ଓଟ୍‌ସ୍‌କୁ ପକାଇ ଦିଅନ୍ତୁ।

ଏବେ ଏଥିରେ ଗୁଜୁରାତି ଗୁଣ୍ଡ ଓ ଅଳ୍ପ ଘିଅ ପକାନ୍ତୁ। ଏହାର ସୁଗନ୍ଧ ଓ ଭଲ ରଙ୍ଗ ଆସିବା ପାଇଁ ଏଥିରେ କିଛି କେଶର ପକାନ୍ତୁ। ଏବେ ଏହାକୁ ଭଲଭାବେ ଗୋଳାନ୍ତୁ ଓ ହାଲକା ଆଞ୍ଚରେ ବସାନ୍ତୁ। ହାଲୱା ଶୁଖି ଆସିଲେ ଚୁଲା ବନ୍ଦ କରିଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଯାଇଛି ସ୍ୱାଦିଷ୍ଟ ଓଟ୍‌ସ୍‌ ହାଲୱା। ଏହି ହାଲୱା ଉପରେ ଆଲମଣ୍ଡ୍‌, କାଜୁ ଓ କିସ୍‌ମିସ୍‌ ପକାଇ ଏହାକୁ ଗରମ ଗରମ ପରସନ୍ତୁ।