ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ବ୍ରେକ୍ ଫାଷ୍ଟ୍ ପାଇଁ ଆଜି ଆମେ ଆପଣଙ୍କୁ ସ୍ୱାଦିଷ୍ଟ ଓଟ୍ସ୍ ହାଲୱାର ପ୍ରସ୍ତୁତି ସମ୍ପର୍କରେ କହିବୁ।
ଆବଶ୍ୟକ ସାମଗ୍ରୀ: ଆବଶ୍ୟକତା ଅନୁସାର ଓଟ୍ସ୍, ଚିନି, କ୍ଷୀର, ଦେଶୀ ଘିଅ, ଗୁଜୁରାତି, କେଶର, କାଜୁ, ଆଲ୍ମଣ୍ଡ ଓ କିସ୍ମିସ୍ ।
ବର୍ତ୍ତମାନ ଆଉ ଏକ ପାତ୍ରରେ କ୍ଷୀର ନେଇ ସେଥିରେ କିଛି ଚିନି ପକାଇ ଏହି ମିଶ୍ରଣକୁ ଫୁଟାନ୍ତୁ।
କ୍ଷୀର ଭଲଭାବେ ଫୁଟିଗଲେ ଓ ଚିନି ଏଥିରେ ମିଳାଇଗଲେ, ଏଥିରେ ପୂର୍ବରୁ ଭଜା ହୋଇ ରହିଥିବା ଓଟ୍ସ୍କୁ ପକାଇ ଦିଅନ୍ତୁ।
ଏବେ ଏଥିରେ ଗୁଜୁରାତି ଗୁଣ୍ଡ ଓ ଅଳ୍ପ ଘିଅ ପକାନ୍ତୁ। ଏହାର ସୁଗନ୍ଧ ଓ ଭଲ ରଙ୍ଗ ଆସିବା ପାଇଁ ଏଥିରେ କିଛି କେଶର ପକାନ୍ତୁ। ଏବେ ଏହାକୁ ଭଲଭାବେ ଗୋଳାନ୍ତୁ ଓ ହାଲକା ଆଞ୍ଚରେ ବସାନ୍ତୁ। ହାଲୱା ଶୁଖି ଆସିଲେ ଚୁଲା ବନ୍ଦ କରିଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଯାଇଛି ସ୍ୱାଦିଷ୍ଟ ଓଟ୍ସ୍ ହାଲୱା। ଏହି ହାଲୱା ଉପରେ ଆଲମଣ୍ଡ୍, କାଜୁ ଓ କିସ୍ମିସ୍ ପକାଇ ଏହାକୁ ଗରମ ଗରମ ପରସନ୍ତୁ।