Advertisment

ଫୁଲକୋବି ପରଟା

ଆବଶ୍ୟକ ସାମଗ୍ରୀ: ଅଟା, ତେଲ, ଫୁଲ କୋବି, ଜୁଆଣି, ଜିରା, କଞ୍ଚା ଲଙ୍କା, ଅଦା, ଲଙ୍କା ଗୁଣ୍ଡ, ଚାଟ ମସଲା, ଧନିଆ ପାଉଡର, ଗରମ ମସଲା,  ଲୁଣ ଓ ହଳଦି ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଏକ ପାତ୍ରରେ  ଅଟା ନେଇ ତାକୁ ଭଲରେ ଭାବେ ଚକଟି ଦିଅନ୍ତୁ। ତା’ପରେ ଚକଟି ରଖିଥିବା ଅଟା ଉପରେ ତେଲ ଲଗାଇ କିଛି ସମୟ ପାଇଁ ଢ଼ାଙ୍କି ଦିଅନ୍ତୁ। ଏହାପରେ ଏକ ଫୁଲ କୋବି ଆଣି ତାକୁ ଧୋଇ ଦିଅନ୍ତୁ। […]

ଫୁଲକୋବି ପରଟା

PHULAKOBI PARATHA

Advertisment

ଆବଶ୍ୟକ ସାମଗ୍ରୀ: ଅଟା, ତେଲ, ଫୁଲ କୋବି, ଜୁଆଣି, ଜିରା, କଞ୍ଚା ଲଙ୍କା, ଅଦା, ଲଙ୍କା ଗୁଣ୍ଡ, ଚାଟ ମସଲା, ଧନିଆ ପାଉଡର, ଗରମ ମସଲା,  ଲୁଣ ଓ ହଳଦି ଗୁଣ୍ଡ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ  ଅଟା ନେଇ ତାକୁ ଭଲରେ ଭାବେ ଚକଟି ଦିଅନ୍ତୁ। ତା’ପରେ ଚକଟି ରଖିଥିବା ଅଟା ଉପରେ ତେଲ ଲଗାଇ କିଛି ସମୟ ପାଇଁ ଢ଼ାଙ୍କି ଦିଅନ୍ତୁ। ଏହାପରେ ଏକ ଫୁଲ କୋବି ଆଣି ତାକୁ ଧୋଇ ଦିଅନ୍ତୁ। ପରେ ତାକୁ ପାଖୁଡ଼ା ପାଖୁଡ଼ା କରି କାଟି ଦିଅନ୍ତୁ।  ତା’ ପରେ ତାକୁ ଗ୍ରେଟ୍‌ରରେ ଗ୍ରେଟ୍‌ କରି ଦିଅନ୍ତୁ।

ତା’ପରେ କରେଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଜୁଆଣି ଓ  ଜିରା ପକାଇ ଦିଅନ୍ତୁ। ପରେ ସେଥିରେ କିଛି କଟା କଞ୍ଚା ଲଙ୍କା ଓ ଅଦା ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଗ୍ରେଟ୍‌ କରି ରଖିଥିବା ଫୁଲ କୋବିକୁ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଲଙ୍କା ଗୁଣ୍ଡ, ଚାଟ ମସଲା, ଧନିଆ ପାଉଡର, ଗରମ ମସଲା ଓ ସ୍ୱାଦ ଅନୁସାରେ ଲୁଣ ଓ ହଳଦି ଗୁଣ୍ଡ ପକାଇ ଗୋଳାଇ କିଛି ସମୟ ପାଇଁ କଷନ୍ତୁ। କଷି ହେବା ପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

Advertisment

ପରେ ଚକଟି ରଖିଥିବା ଅଟାରେ ଗୁଳା କରି ତା’ ଭିତରେ ପୁର ଦେଇ ରୁଟି ବା ପରଟା ପରି ବେଲନ୍ତୁ। ତା’ପରେ ତାୱା ତେଲ ପକାଇ ଗରମ କରନ୍ତୁ।   ସେଥିରେ ବେଲି ରଖିଥିବା ପରଟା ପକାଇ ଦିଅନ୍ତୁ।  ଦୁଇ  ପାଖ ହେଲା ପରେ  ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲେ ଫୁଲ କୋବି ପରଟା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe