Advertisment

ରଜରେ ତିଆରି କରନ୍ତୁ ବଟା ଜନ୍ତା ପୋଡ଼ ପିଠା

ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ,ନଡ଼ିଆ, ଗୁଜରାତି ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ଅଦା, ତେଜପତ୍ର, ଲୁଣ, କଦଳୀ ପତ୍ର, ରିଫାଇନ୍‌ ତେଲ,ଚେରି, ଗୁଡ଼ ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଅରୁଆ ଚାଉଳକୁ ୭ରୁ ୮ ଘଣ୍ଟା ପର୍ଯ୍ୟନ୍ତୁ ଭିଜାଇ ରଖନ୍ତୁ। ତାକୁ ଧୋଇ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ନଡ଼ିଆକୁ କୋରି ଏକ ପାତ୍ରରେ ରଖନ୍ତୁ। ଆଉ ଏକ ନଡ଼ିଆକୁ ଛୋଟ ଛୋଟ କରି କାଟି ଅନ୍ୟ ଏକ ପାତ୍ରରେ ରଖନ୍ତୁ। ଏହା ପରେ ଗ୍ୟାସରେ କରେଇ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ରଜରେ ତିଆରି କରନ୍ତୁ ବଟା ଜନ୍ତା ପୋଡ଼ ପିଠା

Janta Poda Pitha

ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ,ନଡ଼ିଆ, ଗୁଜରାତି ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ଅଦା, ତେଜପତ୍ର, ଲୁଣ, କଦଳୀ ପତ୍ର, ରିଫାଇନ୍‌ ତେଲ,ଚେରି, ଗୁଡ଼

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଅରୁଆ ଚାଉଳକୁ ୭ରୁ ୮ ଘଣ୍ଟା ପର୍ଯ୍ୟନ୍ତୁ ଭିଜାଇ ରଖନ୍ତୁ। ତାକୁ ଧୋଇ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ନଡ଼ିଆକୁ କୋରି ଏକ ପାତ୍ରରେ ରଖନ୍ତୁ। ଆଉ ଏକ ନଡ଼ିଆକୁ ଛୋଟ ଛୋଟ କରି କାଟି ଅନ୍ୟ ଏକ ପାତ୍ରରେ ରଖନ୍ତୁ।

ଏହା ପରେ ଗ୍ୟାସରେ କରେଇ ବସାଇ ଗରମ କରନ୍ତୁ। କରେଇ ଗରମ ହୋଇଗଲେ ସେଥିରେ ଗୁଡ଼ ପକାନ୍ତୁ। ଗୁଡ଼ ଭଲଭାବରେ ଖୋଲି ଗଲେ କ୍ଷୀର ପକାଇ ଗୋଳାଇ ଦିଅନ୍ତୁ। ଏବେ ସେଥିରେ ଗୁଜରାତି ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ଅଦା, ତେଜପତ୍ର, ଅଳ୍ପ ଲୁଣ, କୋରା ନଡ଼ିଆ ଓ କାଟି ରଖିଥିବା ନଡ଼ିଆକୁ ପକାଇ ଗୋଳାଇ ଦିଅନ୍ତୁ। ତା’ ପରେ ଗ୍ରାଇଣ୍ଡିଂ କରି ରଖିଥିବା ଆଣକୁ ପକାଇ  ଭଲ ଭାବରେ ଜନ୍ତନ୍ତୁ। ଏହା ଜନ୍ତି ହୋଇଗଲା ପରେ କରେଇକୁ ତଳକୁ ଓହ୍ଲାଇ ଦିଅନ୍ତୁ। ଏହାକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ।

Advertisment

ଏବେ ଆଉ ଏକ କରେଇକୁ ଗରମ କରନ୍ତୁ। ଗରମ ହେବା ପରେ ସେଥିରେ କଦଳୀ ପତ୍ର ରଖି ଦିଅନ୍ତୁ। କଦଳୀ ପତ୍ରରେ ରିଫାଇନ୍‌ ତେଲ ହେଉ ବା ଘିଅ ମାରି ଦିଅନ୍ତୁ। ଏହାପରେ ଜନ୍ତି ରଖିଥିବା ପିଠାକୁ ସେଥିରେ ପକାଇ ଦିଅନ୍ତୁ। ତା’ ଉପରେ ଖଣ୍ଡ ନଡ଼ିଆ ଓ ଚେରି ପକାଇ ସଜାଇ ଦିଅନ୍ତୁ। ତା’ ଉପରେ କଦଳୀ ପତ୍ର କଭର କରି ଦିଅନ୍ତୁ। ଏହା ପରେ କରେଇକୁ ଢ଼ାଙ୍କି ଦିଅନ୍ତୁ। ଏହାକୁ ୫ ମିନିଟ୍ ପର୍ଯ୍ୟନ୍ତ ହାଇ ଫ୍ଲେମରେ ବସାଇ ଦିଅନ୍ତୁ। ପରେ ଲୋ ଫ୍ଲେମରେ ଏକ ଘଣ୍ଟା ପର୍ଯ୍ୟନ୍ତ ବସାଇ ଦିଅନ୍ତୁ। ପିଠାଟି ହୋଇଗଲା ପରେ କରେଇକୁ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବଟା ଜନ୍ତା ପୋଡ଼ ପିଠା।