Advertisment

ସୁଜି ପରଟା

ଆବଶ୍ୟକ ସାମଗ୍ରୀ: ସୁଜି,ତେଲ, ଅଟା, ଲୁଣ, ଘିଅ ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ କରେଇକୁ ଗରମ କରନ୍ତୁ। କରେଇ ଗରମ ହେବାପରେ ସେଥିରେ ସୁଜି ପକାଇ ଦିଅନ୍ତୁ। ପରେ ସେଥିରେ ଘିଅ ପକାଇ କିଛି ସମୟ ଭାଜନ୍ତୁ। ସୁଜି ଭାଜି ହୋଇଗଲା ପରେ ସେଥିରେ ପାଣି ପକାଇ କିଛି ସମୟ ଜନ୍ତି ଦିଅନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାଇ ଦିଅନ୍ତୁ। ସୁଜିର ଜନ୍ତୁଣି ହୋଇଗଲା ପରେ ତାକୁ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ। ତାକୁ ଥଣ୍ଡା ହେବା […]

ସୁଜି ପରଟା

Sooji Paratha

Advertisment

ଆବଶ୍ୟକ ସାମଗ୍ରୀ: ସୁଜି,ତେଲ, ଅଟା, ଲୁଣ, ଘିଅ

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ କରେଇକୁ ଗରମ କରନ୍ତୁ। କରେଇ ଗରମ ହେବାପରେ ସେଥିରେ ସୁଜି ପକାଇ ଦିଅନ୍ତୁ। ପରେ ସେଥିରେ ଘିଅ ପକାଇ କିଛି ସମୟ ଭାଜନ୍ତୁ। ସୁଜି ଭାଜି ହୋଇଗଲା ପରେ ସେଥିରେ ପାଣି ପକାଇ କିଛି ସମୟ ଜନ୍ତି ଦିଅନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାଇ ଦିଅନ୍ତୁ।

Advertisment

ସୁଜିର ଜନ୍ତୁଣି ହୋଇଗଲା ପରେ ତାକୁ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ। ତାକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତି। ଥଣ୍ଡା ହୋଇଗଲା ପରେ ସେଥିରେ ଅଳ୍ପ ଅଟା ପକାଇ ଭଲ ଭାବରେ ଚକଟି ଦିଅନ୍ତୁ। ଏହାପରେ ପରଟା କରିବା ପାଇଁ ଗୋଳା କରନ୍ତୁ। ପରେ ଏହାକୁ ପରଟା ଆକାରରେ ବେଲି ଦିଅନ୍ତୁ।

ପୁଣି ତାୱାକୁ ଗରମ କରନ୍ତୁ। ତାୱା ଗରମ ହେଲା ପରେ ସୁଜି ପରଟାକୁ ସେଥିରେ ପକାଇ ଦିଅନ୍ତୁ। ଏହା ଉପରେ ଘିଅ ପକାଇ ଓଲଟାଇ ଦିଅନ୍ତୁ। ପରଟାର  ଦୁଇ ପାର୍ଶ୍ୱ ହୋଇଗଲା ପରେ  ତାକୁ ପ୍ଲେଟକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଜି ପରଟା। ଏହାକୁ ଆପଣ ତରକାରୀ ଓ ଚଟଣି ସହ ଖାଇ ପାରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe