Advertisment

ଘରେ ପ୍ରସ୍ତୁତ କରନ୍ତୁ ସୁଜି ଆପେ

ଆବଶ୍ୟକ ସାମଗ୍ରୀ: ସୁଜି, ତେଲ, ଜିରା, ସୋରିଷବଟା, ପିଆଜବଟା, ଦହି, କଟା ପିଆଜ, କଞ୍ଚା ଲଙ୍କା, ଭୃଶଙ୍ଗପତ୍ର,  କଟା ଟମାଟୋ, ଲୁଣ, ଖାଇବା ସୋଢ଼ା। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରନ୍ତୁ।  ତେଲ ଗରମ ହେବା ପରେ ସେଥିରେ ଜିରା, ସୋରିଷବଟା, ପିଆଜବଟା, କଟା ପିଆଜ, କଞ୍ଚା ଲଙ୍କା, ଭୃଶଙ୍ଗପତ୍ର ଓ କଟା ଟମାଟୋ ପକାଇ ଭାଜି ରଖନ୍ତୁ। ପରେ ଏକପାତ୍ରରେ ଦହି ଓ ପାଣିକୁ ମିଶାଇ ସେଥିରେ ସୁଜି ପକାଇ ଭଲଭାବରେ ଗୋଳାନ୍ତୁ। […]

ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ସୁଜି ଆପେ

yyy

Advertisment

ଆବଶ୍ୟକ ସାମଗ୍ରୀ: ସୁଜି, ତେଲ, ଜିରା, ସୋରିଷବଟା, ପିଆଜବଟା, ଦହି, କଟା ପିଆଜ, କଞ୍ଚା ଲଙ୍କା, ଭୃଶଙ୍ଗପତ୍ର,  କଟା ଟମାଟୋ, ଲୁଣ, ଖାଇବା ସୋଢ଼ା।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରନ୍ତୁ।  ତେଲ ଗରମ ହେବା ପରେ ସେଥିରେ ଜିରା, ସୋରିଷବଟା, ପିଆଜବଟା, କଟା ପିଆଜ, କଞ୍ଚା ଲଙ୍କା, ଭୃଶଙ୍ଗପତ୍ର ଓ କଟା ଟମାଟୋ ପକାଇ ଭାଜି ରଖନ୍ତୁ। ପରେ ଏକପାତ୍ରରେ ଦହି ଓ ପାଣିକୁ ମିଶାଇ ସେଥିରେ ସୁଜି ପକାଇ ଭଲଭାବରେ ଗୋଳାନ୍ତୁ।

ଏହାପରେ ସେଥିରେ ଭଜାମସଲା, ଆବଶ୍ୟକ ଅନୁସାରେ ଲୁଣ ଓ ଖାଇବା ସୋଢ଼ା ପକାଇ ଗୋଳାନ୍ତୁ। ଏବେ ଏକ ଇଡ଼ଲି ଛାଞ୍ଚରେ ତେଲ ମାରି ମସଲା ଗୋଳା ସୁଜିକୁ ରଖି ଘୋଡ଼ଣି ଘୋଡ଼ାଇ ଗ୍ୟାସରେ ବସାଇ ଦିଅନ୍ତୁ। ୫ ମିନିଟ ପରେ ଘୋଡ଼ଣି ବାହାର କରି ତାକୁ ଲେଉଟାଇ ଦେଇ ପୁଣି ଘୋଡ଼ଣି ଘୋଡ଼ାଇ ଦିଅନ୍ତୁ। ଦୁଇ ମିନିଟ ପରେ ଗ୍ୟାସ୍‌ରୁ ଇଡ୍‌ଲି ଛାଞ୍ଚକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଜି ଆପେ। ଏହାକୁ ଆପଣ ପୁଦିନା ଚଟଣି ସହ ଖା‌ଇପାରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe