Advertisment

ସୁଇଟ୍‌ ୧୬

ଆବଶ୍ୟକ ସାମଗ୍ରୀ:  ବାସୁମତି ଚାଉଳ, ପଇଡ଼ ନାଳି, କ୍ଷୀର, ଚିନି, ଗୁଆ ଘିଅ, ସପୁରୀ ଓ ଚେରି ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଭିଜା ହୋଇଥିବା ବାସୁମତି ଚାଉଳକୁ ବାଟି ଏକ ପାତ୍ରରେ ରଖନ୍ତୁ। ଏହାପରେ ପତଳା ପଇଡ଼ ନାଳିକୁ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ। ପରେ କଡ଼େଇରେ କ୍ଷୀର ଗରମ କରନ୍ତୁ। କ୍ଷୀର ଗରମ ହୋଇଯିବା ପରେ ସେଥିରେ ଚିନି ପକାନ୍ତୁ। ଏବେ ସେଥିରେ ବାସୁମତି ଚାଉଳ ଆଣକୁ ପକାଇ ଭଲଭାବରେ ଗୋଳାନ୍ତୁ। ବାସୁମତି ଚାଉଳ ଓ […]

ଅଦ୍ୟତନ ହୋଇଛି
ସୁଇଟ୍‌ ୧୬

Sweet 16

Advertisment

ଆବଶ୍ୟକ ସାମଗ୍ରୀ:  ବାସୁମତି ଚାଉଳ, ପଇଡ଼ ନାଳି, କ୍ଷୀର, ଚିନି, ଗୁଆ ଘିଅ, ସପୁରୀ ଓ ଚେରି

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଭିଜା ହୋଇଥିବା ବାସୁମତି ଚାଉଳକୁ ବାଟି ଏକ ପାତ୍ରରେ ରଖନ୍ତୁ। ଏହାପରେ ପତଳା ପଇଡ଼ ନାଳିକୁ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ। ପରେ କଡ଼େଇରେ କ୍ଷୀର ଗରମ କରନ୍ତୁ। କ୍ଷୀର ଗରମ ହୋଇଯିବା ପରେ ସେଥିରେ ଚିନି ପକାନ୍ତୁ। ଏବେ ସେଥିରେ ବାସୁମତି ଚାଉଳ ଆଣକୁ ପକାଇ ଭଲଭାବରେ ଗୋଳାନ୍ତୁ। ବାସୁମତି ଚାଉଳ ଓ କ୍ଷୀରର ଜନ୍ତୁଣି ପ୍ରସ୍ତୁତି ହେବା ପରେ ତାକୁ ଏକ ପାତ୍ରକୁ ବାହାର କରି ଦିଅନ୍ତୁ।

ପରେ ପ୍ୟାନରେ ତେଲ ଗରମ କରନ୍ତୁ।  ସେଥିରେ ଜନ୍ତୁଣି ପକାଇ ଭଲଭାବେ ସମାନ କରି ଦିଅନ୍ତୁ। ଏବେ ସେହି ଜନ୍ତୁଣି  ଉପରେ କଟା ପଇଡ ନାଳିକୁ ପକାଇ ଘୋଡ଼ଣି ଘୋଡ଼ାଇ ଦିଅନ୍ତୁ। ୫ ମିନିଟ ପରେ ଘୋଡ଼ଣି ବାହାର କରି ସେଥିରେ ଅଳ୍ପ ଗୁଆ ଘିଅ ପକାଇ ପୁଣି ଘୋଡ଼େଇ ଦିଅନ୍ତୁ। ଦୁଇରୁ ୩ ମିନିଟ୍ ପରେ ଘୋଡ଼ଣି ବାହାର କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଇଟ ୧୬।

Advertisment

ଏହି ସୁଇଟ ୧୬କୁ ଏକ ପାତ୍ରକୁ କାଢ଼ି ତା’ ଉପରେ ଗୋଲ ଗୋଲ କରି କଟା ହୋଇଥିବା ସପୁରୀ ଓ ଚେରି ଦେଇ ସଜାଇ ଦିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe