ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଚିକେନ୍କୁ ନେଇ ବହୁ ଡିସ୍ ତିଆରି ହୋଇଥାଏ। ଆଜି ଆମେ ଆପଣଙ୍କୁ ଚିକେନ୍କୁ ନେଇ ଏକ ନୂଆ ଡିସ୍, 'ଟମାଟୋ ଚିକେନ୍'ର ପ୍ରସ୍ତୁତି ସମ୍ପର୍କରେ କହିବୁ।
ଆବଶ୍ୟକ ସାମଗ୍ରୀ: ବୋନ୍ଲେସ୍ ଚିକେନ୍, ବଟା ହୋଇଥିବା ପିଆଜ, ରସୁଣ ଓ ଅଦା, ଭୃସଙ୍ଗ ପତ୍ର, ଜିରା ଗୁଣ୍ଡ, ଡାଲଚିନି ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଲବଙ୍ଗ, ହଲଦୀ ଗୁଣ୍ଡ, ଜାଇ ଫଳ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୁଜୁରାତି, ଲୁଣ, ଆବଶ୍ୟକ ଅନୁସାରେ ଟମାଟୋ ବଟା ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥିରେ ପିଆଜ, ରସୁଣ ଓ ଅଦା ବଟାକୁ ପକାନ୍ତୁ। ଏହାକୁ ୧୦ ମିନିଟ୍ ଯାଏ କଷନ୍ତୁ।
ପରେ ଏଥିରେ ଭୃସଙ୍ଗ ପତ୍ର, ଜିରା ଗୁଣ୍ଡ, ଡାଲଚିନି ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଲବଙ୍ଗ, ହଲଦୀ ଗୁଣ୍ଡ, ଜାଇ ଫଳ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୁଜୁରାତି ଗୁଣ୍ଡ ଓ ଲୁଣ ପକାନ୍ତୁ। ଏବେ ଏହାକୁ ଆହୁରି ଭଲ ଭାବେ କଷନ୍ତୁ।
ମସଲା ଟିକେ କଷି ହୋଇଯିବା ପରେ ସେଥିରେ ଚିକେନ୍ ପକାଇ ଦିଅନ୍ତୁ। ଚିକେନ୍ ଟିକେ ସିଝି ଆସିଲେ, ଏଥିରେ ଟମାଟୋ ବଟାକୁ ପକାନ୍ତୁ। ଏବେ ଆଞ୍ଚକୁ ଟିକେ କମ୍ କରି ଏହାକୁ ଘୋଡ଼ାଇ ଦିଅନ୍ତୁ।
କିଛି ସମୟ ପରେ ଟମାଟୋ ଭଲ ଭାବେ ଟିକେନ୍ ସହ ମିଶିଯିବ ଓ ଏହାର ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଯିବ। ବର୍ତ୍ତମାନ ଏଥିରେ ଅଳ୍ପ ପାଣି ଦେଇ କିଛି ସମୟ ଫୁଟାନ୍ତୁ। ଚିକେନ ଫୁଟିଗଲା ପରେ ଚୁଲିକୁ ବନ୍ଦ କରିଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ଟମାଟୋ ଚିକେନ୍। ଏହାକୁ ଭାତ, ରୁଟି, ନାନ୍ ଓ ପରଟା ସହ ଗରମ ଗରମ ପରଷନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।