Advertisment

ଭେଜ୍‌ କୋରମା

ଆବଶ୍ୟକ ସାମଗ୍ରୀ: ଫୁଲ କୋବି, ବିନ୍‌ସ, ଗ୍ରୀନ୍ ମଟର, ଗାଜର, ଆଳୁ, ତେଲ, ପନିର, ଜିରା, ଗୋଟା ଧନିଆ, ଗୋଟା ଗରମ ମସଲା, କଟା ପିଆଜ, ଗୋଟା ରସୁଣ, ଅଦା, ଟମାଟୋ, କାଜୁ, ମଗଜ, ପୋସ୍ତ, କସ୍ତୁରୀ ମେଥି ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ଫୁଲ କୋବି, ବିନ୍‌ସ, ଗାଜର ଓ ଆଳୁକୁ କାଟି ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ଏବେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଫୁଲ କୋବି, […]

ଅଦ୍ୟତନ ହୋଇଛି
ଭେଜ୍‌ କୋରମା

Veg Kurma

Advertisment

ଆବଶ୍ୟକ ସାମଗ୍ରୀ: ଫୁଲ କୋବି, ବିନ୍‌ସ, ଗ୍ରୀନ୍ ମଟର, ଗାଜର, ଆଳୁ, ତେଲ, ପନିର, ଜିରା, ଗୋଟା ଧନିଆ, ଗୋଟା ଗରମ ମସଲା, କଟା ପିଆଜ, ଗୋଟା ରସୁଣ, ଅଦା, ଟମାଟୋ, କାଜୁ, ମଗଜ, ପୋସ୍ତ, କସ୍ତୁରୀ ମେଥି ଓ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ଫୁଲ କୋବି, ବିନ୍‌ସ, ଗାଜର ଓ ଆଳୁକୁ କାଟି ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ଏବେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଫୁଲ କୋବି, ବିନ୍‌ସ, ଗାଜର ଓ ଆଳୁକୁ ପକାଇ ଅଳ୍ପ ଭାଜି ଦିଅନ୍ତୁ। ସେଥିରେ ଗ୍ରୀନ୍‌ ମଟର ମଧ୍ୟ ପକାନ୍ତୁ। ଏ ସବୁ ଭାଜି ହେଲା ପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପରେ କଟା ପନିରକୁ ମଧ୍ୟ ଭାଜି ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

କରେଇରେ ପୁଣି ତେଲ ଗରମ କରନ୍ତୁ। ସେଥିରେ ଜିରା, ଗୋଟା ଧନିଆ ଓ ଗୋଟା ଗରମ ମସଲା ପକାଇ ଦିଅନ୍ତୁ। ତା'ପରେ କଟା ପିଆଜ, ଗୋଟା ରସୁଣ ଓ ଅଦାକୁ ପକାଇ ଭାଜି ଦିଅନ୍ତୁ। କିଛି ସମୟ ପରେ ସେଥିରେ କଟା ଟମାଟୋ ପକାନ୍ତୁ। ଭଲ ଭାବେ ଭାଜି ପରେ ଏହି ମସଲାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

Advertisment

ଏବେ ଏହି ମସଲାରେ କାଜୁ, ମଗଜ ଓ ପୋସ୍ତ ମିଶାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ।  ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ହଳଦି ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଏହା ପରେ ସେଥିରେ ଗ୍ରାଇଣ୍ଡିଂ କରିଥିବା ମସଲାକୁ ପକାଇ ଅଳ୍ପ ସମୟ ପାଇଁ କଷନ୍ତୁ। କଷିଲା ବେଳେ ଅଳ୍ପ କସ୍ତୁରୀ ମେଥି ପକାଇ ଦିଅନ୍ତୁ। ପରେ ଭାଜି ରଖିଥିବା ପରିବାକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ। ଆବଶ୍ୟକ ଅନୁସାରେ ପାଣି ଦେଇ ଦିଅନ୍ତୁ। ତା'ସହିତ ସ୍ୱାଦ ଅନୁସାରେ ଲୁଣ ପକାଇ କରେଇକୁ ଢାଙ୍କି ଦିଅନ୍ତୁ। ପରିବା ସିଝି ଗଲା ପରେ କରେଇକୁ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଭେଜ୍‌ କୋରମା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe