ଆବଶ୍ୟକ ସାମଗ୍ରୀ: ଅଟା, ଆଳୁ, କଟା କଞ୍ଚାଲଙ୍କା, ହଳଦି, ଲଙ୍କାଗୁଣ୍ଡ, ତେଲ, ଲୁଣ, ଜୁଆଣି, ଜିରା, ଧନିଆ ପତ୍ର ଓ ସୁଝି।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଅଟା ଆଣି ସେଥିରେ ସିଝା ଆଳୁକୁ ଗ୍ରେଟ୍ କରି ପକାନ୍ତୁ। ପରେ ସେଥିରେ ଲୁଣ, ଲଙ୍କା ପାଉଡର, ହଳଦି ପାଉଡର, ଗୋଟା ଜିରା, ଜୁଆଣି, ଧନିଆ ପତ୍ର, କଞ୍ଚା ଲଙ୍କା ଓ ଅଳ୍ପ ସୁଝି ପକାଇ ତାକୁ ଗୋଳାଇ ଦିଅନ୍ତୁ। ପରେ ପାଣି ଦେଇ ତାକୁ ଭଲ ଭାବରେ ଚକଟି ଦିଅନ୍ତୁ। ତା’ପରେ ତାକୁ ଓଦା କପଡ଼ା ଗୋଡ଼ାଇ ଅଧଘଣ୍ଟା ପର୍ଯ୍ୟନ୍ତ ଢ଼ାଙ୍କି ଦିଅନ୍ତୁ। ଏହା ପରେ ସେଥିରେ ଅଳ୍ପ ତେଲ ମିଶାଇ ଆଉ ଥରେ ଚକଟି ଦିଅନ୍ତୁ। ଏହାପରେ ପୁରି ପାଇଁ ଗୋଳା କରନ୍ତୁ, ଏଗୁଡିକୁ ପୁରି ପରି ବେଲନ୍ତୁ।
ପରେ କରେଇରେ ତେଲ ଗରମ କରି ବେଲି ରଖିଥିବା ପୁରିକୁ ଛାଣନ୍ତୁ। ପୁରି ଛାଣି ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆଳୁ ପୁରି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଷ୍ଟେଜ୍-୪ କ୍ୟାନସରକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଖାଉଥିଲେ ଏହି ସବୁ ଖାଦ୍ୟ
ବିନା ଖର୍ଚ୍ଚରେ କିଛି ପ୍ରାକୃତିକ ଖାଦ୍ୟ ଖାଇ କ୍ୟାନସରକୁ ପ୍ରତିହତ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Food
ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି
ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...