Advertisment

ଆଳୁ ପୁରି

ଆବଶ୍ୟକ ସାମଗ୍ରୀ:  ଅଟା, ଆଳୁ, କଟା କଞ୍ଚାଲଙ୍କା, ହଳଦି, ଲଙ୍କାଗୁଣ୍ଡ, ତେଲ, ଲୁଣ, ଜୁଆଣି, ଜିରା, ଧନିଆ ପତ୍ର ଓ ସୁଝି। ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଅଟା ଆଣି ସେଥିରେ ସିଝା ଆଳୁକୁ ଗ୍ରେଟ୍‌ କରି ପକାନ୍ତୁ।  ପରେ ସେଥିରେ ଲୁଣ, ଲଙ୍କା ପାଉଡର, ହଳଦି ପାଉଡର, ଗୋଟା ଜିରା, ଜୁଆଣି, ଧନିଆ ପତ୍ର, କଞ୍ଚା ଲଙ୍କା ଓ ଅଳ୍ପ ସୁଝି ପକାଇ ତାକୁ  ଗୋଳାଇ ଦିଅନ୍ତୁ। ପରେ ପାଣି ଦେଇ ତାକୁ ଭଲ […]

ଅଦ୍ୟତନ ହୋଇଛି
ଆଳୁ ପୁରି

Aloo Pur

Advertisment

ଆବଶ୍ୟକ ସାମଗ୍ରୀ:  ଅଟା, ଆଳୁ, କଟା କଞ୍ଚାଲଙ୍କା, ହଳଦି, ଲଙ୍କାଗୁଣ୍ଡ, ତେଲ, ଲୁଣ, ଜୁଆଣି, ଜିରା, ଧନିଆ ପତ୍ର ଓ ସୁଝି।

Advertisment

ପ୍ରସ୍ତୁତ ପ୍ରଣାଳୀ:ପ୍ରଥମେ ଏକ ପାତ୍ରରେ ଅଟା ଆଣି ସେଥିରେ ସିଝା ଆଳୁକୁ ଗ୍ରେଟ୍‌ କରି ପକାନ୍ତୁ।  ପରେ ସେଥିରେ ଲୁଣ, ଲଙ୍କା ପାଉଡର, ହଳଦି ପାଉଡର, ଗୋଟା ଜିରା, ଜୁଆଣି, ଧନିଆ ପତ୍ର, କଞ୍ଚା ଲଙ୍କା ଓ ଅଳ୍ପ ସୁଝି ପକାଇ ତାକୁ  ଗୋଳାଇ ଦିଅନ୍ତୁ। ପରେ ପାଣି ଦେଇ ତାକୁ ଭଲ ଭାବରେ ଚକଟି ଦିଅନ୍ତୁ। ତା’ପରେ ତାକୁ ଓଦା କପଡ଼ା ଗୋଡ଼ାଇ ଅଧଘଣ୍ଟା ପର୍ଯ୍ୟନ୍ତ ଢ଼ାଙ୍କି ଦିଅନ୍ତୁ। ଏହା ପରେ ସେଥିରେ ଅଳ୍ପ ତେଲ ମିଶାଇ  ଆଉ ଥରେ ଚକଟି ଦିଅନ୍ତୁ।  ଏହାପରେ ପୁରି ପାଇଁ ଗୋଳା କରନ୍ତୁ,  ଏଗୁଡିକୁ ପୁରି ପରି ବେଲନ୍ତୁ।

ପରେ କରେଇରେ ତେଲ ଗରମ କରି ବେଲି ରଖିଥିବା ପୁରିକୁ ଛାଣନ୍ତୁ। ପୁରି ଛାଣି ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି  ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆଳୁ ପୁରି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe