Advertisment

ବ୍ରେଡ୍ ପିଜ୍ଜା

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌, କଟା ଟମାଟୋ, କ୍ୟାପ୍‌ସିକମ୍, କଟା ପିଆଜ, କଟା ଗାଜର, ଧନିଆ ପତ୍ର, ଚିଲି ଫ୍ଲେକ୍ସ, ଗୋଲମରିଚ ଗୁଣ୍ଡ, ଚିଜ୍, ଲୁଣ ଓ ବଟର। ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଏକ ପାତ୍ରରେ କଟା ଟମାଟୋ, କ୍ୟାପସିକମ୍, ପିଆଜ, ଗାଜର, ଧନିଆ ପତ୍ର, ଚିଲି ଫ୍ଲେକ୍ସ , ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ଗୋଳେଇ ଦିଅନ୍ତୁ। ପରେ ଏକ ପାତ୍ରରେ ବ୍ରେଡ୍‌ ନିଅନ୍ତୁ। ତା’ ଉପରେ ପିଜ୍ଜା’ ସସ୍‌କୁ ଲଗାଇ ଦିଅନ୍ତୁ। […]

author-image
Tapaswini Nayak
ଅଦ୍ୟତନ ହୋଇଛି
ବ୍ରେଡ୍ ପିଜ୍ଜା

bread-pizza

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌, କଟା ଟମାଟୋ, କ୍ୟାପ୍‌ସିକମ୍, କଟା ପିଆଜ, କଟା ଗାଜର, ଧନିଆ ପତ୍ର, ଚିଲି ଫ୍ଲେକ୍ସ, ଗୋଲମରିଚ ଗୁଣ୍ଡ, ଚିଜ୍, ଲୁଣ ଓ ବଟର।

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଏକ ପାତ୍ରରେ କଟା ଟମାଟୋ, କ୍ୟାପସିକମ୍, ପିଆଜ, ଗାଜର, ଧନିଆ ପତ୍ର, ଚିଲି ଫ୍ଲେକ୍ସ , ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ଗୋଳେଇ ଦିଅନ୍ତୁ।

ପରେ ଏକ ପାତ୍ରରେ ବ୍ରେଡ୍‌ ନିଅନ୍ତୁ। ତା’ ଉପରେ ପିଜ୍ଜା’ ସସ୍‌କୁ ଲଗାଇ ଦିଅନ୍ତୁ। ଏହାପରେ ରଖିଥିବା ମସଲାକୁ ବ୍ରେଡ୍‌ ଉପରେ ରଖି ଦିଅନ୍ତୁ।  ତା’ ଉପରେ ଚିଜ୍‌ ମଧ୍ୟ ପକାଇ ଦିଅନ୍ତୁ ।

Advertisment

ଏହା ପରେ ଏକ ପ୍ୟାନରେ ବଟର ପକାଇ ଅଳ୍ପ ମାତ୍ରାରେ ଗରମ କରନ୍ତୁ।  ତା’ ପରେ ସଜାଇ ରଖଥିବା ବ୍ରେଡ୍‌ ପିଜ୍ଜାକୁ ପ୍ୟାନରେ ରଖି ଦିଅନ୍ତୁ। ବ୍ରେଡ୍ ପିଜ୍ଜା ପ୍ରସ୍ତୁତ କଲା ବେଳେ ଗ୍ୟାସର ଆଞ୍ଚକୁ ଧିମା ରଖିବାକୁ ପଡ଼ିବ।  ପରେ ଏହାକୁ ଘୋଡ଼ାଇ ଦିଅନ୍ତୁ।  ୩ରୁ ୪ ମିନିଟ୍  ଭିତରେ ବଟରଟି ମେଲ୍ଟ ହୋଇଗଲେ ତାକୁ ଏକ ପାତ୍ରରେ କାଢ଼ି ଦିଅନ୍ତୁ। ତା’ ଉପରେ ଚିଲି ଫ୍ଲେକ୍ସ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବ୍ରେଡ୍ ପିଜ୍ଜା।