Advertisment

ବଟର ଫ୍ଲାଏ ଚିକେନ

ଆବଶ୍ୟକ ସାମଗ୍ରୀ:  ବୋନଲେସ ଚିକେନ, ଅଦାରସୁଣ ପେଷ୍ଟ, ବଟର, ସୋୟା ସସ୍‌, କନ୍‌ଫ୍ଲୋର, ମଇଦା, ଲେମ୍ବୁ, ଚିଲି ସସ୍‌, ଟମାଟୋ ସସ୍‌, ଆଳୁ, ଲୁଣ, ଲଙ୍କା ପାଉଡର, ଗରମ ମସଲା, କଲ୍‌ର ପାଉଡର, ତେଲ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରୁ ବୋନଲେସ ଚିକେନ ଆଣି ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଅଦାରସୁଣ ପେଷ୍ଟ, ବଟର, ସୋୟା ସସ୍‌, କନ୍‌ଫ୍ଲୋର, ମଇଦା, ଲେମ୍ବୁ, ଚିଲି ସସ୍‌, ଟମାଟୋ ସସ୍‌, ଲଙ୍କା ପାଉଡର, ଗରମ ମସଲା, କଲ୍‌ର ପାଉଡର […]

author-image
Tapaswini Nayak
ଅଦ୍ୟତନ ହୋଇଛି
ବଟର ଫ୍ଲାଏ ଚିକେନ

Butterfly Chicken

ଆବଶ୍ୟକ ସାମଗ୍ରୀବୋନଲେସ ଚିକେନ, ଅଦାରସୁଣ ପେଷ୍ଟ, ବଟର, ସୋୟା ସସ୍‌, କନ୍‌ଫ୍ଲୋର, ମଇଦା, ଲେମ୍ବୁ, ଚିଲି ସସ୍‌, ଟମାଟୋ ସସ୍‌, ଆଳୁ, ଲୁଣ, ଲଙ୍କା ପାଉଡର, ଗରମ ମସଲା, କଲ୍‌ର ପାଉଡର, ତେଲ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରୁ ବୋନଲେସ ଚିକେନ ଆଣି ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଅଦାରସୁଣ ପେଷ୍ଟ, ବଟର, ସୋୟା ସସ୍‌, କନ୍‌ଫ୍ଲୋର, ମଇଦା, ଲେମ୍ବୁ, ଚିଲି ସସ୍‌, ଟମାଟୋ ସସ୍‌, ଲଙ୍କା ପାଉଡର, ଗରମ ମସଲା, କଲ୍‌ର ପାଉଡର ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ ମସଲାଟିକୁ  କିଛି ସମୟ ପାଇଁ ଫ୍ରିଜରେ ରଖି ଦିଅନ୍ତୁ।

ପରେ ଆଳୁକୁ ଚୋପା ଛଡ଼ାଇ ଗୋଲ ଗୋଲ କାଟି ରଖି ରଖନ୍ତୁ। ଏହା ପରେ କାଠିରେ ଆଳୁ ଓ ଗୋଳାଇ ରଖିଥିବା ଚିକେନକୁ ଫୋଡ଼ି ତେଲରେ ଛାଣନ୍ତୁ। ଏହି ସମୟରେ ଗ୍ୟାସ ଆଞ୍ଚକୁ ସିମ୍‌ରେ ରଖନ୍ତୁ। ମଝିମଝିରେ ଏହାକୁ ଗୋଳାଇ ଦିଅନ୍ତୁ। ଏହା ଛାଣି ହୋଇଗଲା ପରେ ବାହାରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବଟର ଫ୍ଲାଏ ଚିକେନ। ପରେ ଏହାକୁ କାକୁଡି ଓ ଟମାଟୋ ଦେଇ ସଜାଇ ପାରିବେ। ଏହାକୁ ଆପଣ ରୁଟି ସହ ଚଟଣି  ସହ ଖାଇପାରିବେ।

Advertisment