Advertisment

ଚିଲି ଚଣା

ଆବଶ୍ୟକ ସାମଗ୍ରୀ:  କାବୁଲି ଚଣା, କର୍ଣ୍ଣଫ୍ଲୋର୍‌, ମଇଦା, କ୍ୟାପ୍‍ସିକମ୍‍, କଟା ପିଆଜ, କଟା ରସୁଣ,  ଅଦା ରସୁଣ ପେଷ୍ଟ, ସୋୟା ସସ୍‍, ଟମାଟୋ ସସ୍‍, ଭିନେଗାର, ରିଫାଇନ ତେଲ, ଲୁଣ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କାବୁଲି ଚଣାକୁ ୬ରୁ ୭ ଘଣ୍ଟା ପାଣିରେ ଭିଜାଇ ରଖିଦିଅନ୍ତୁ। ଏହାପରେ ଅଳ୍ପ ଲୁଣ ଦେଇ ଏହାକୁ ପ୍ରେସର କୁକରରେ ସିଝାଇ ଦିଅନ୍ତୁ। କାବୁଲି ଚଣା ସିଝିଗଲା ପରେ ସେଥିରେ କର୍ଣ୍ଣଫ୍ଲୋର ଓ ମଇଦା ପକାନ୍ତୁ। ତା’ପରେ ଅଳ୍ପ ଅଦା […]

ଚିଲି ଚଣା

chilli-chana

Advertisment

ଆବଶ୍ୟକ ସାମଗ୍ରୀ:  କାବୁଲି ଚଣା, କର୍ଣ୍ଣଫ୍ଲୋର୍‌, ମଇଦା, କ୍ୟାପ୍‍ସିକମ୍‍, କଟା ପିଆଜ, କଟା ରସୁଣ,  ଅଦା ରସୁଣ ପେଷ୍ଟ, ସୋୟା ସସ୍‍, ଟମାଟୋ ସସ୍‍, ଭିନେଗାର, ରିଫାଇନ ତେଲ, ଲୁଣ ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କାବୁଲି ଚଣାକୁ ୬ରୁ ୭ ଘଣ୍ଟା ପାଣିରେ ଭିଜାଇ ରଖିଦିଅନ୍ତୁ। ଏହାପରେ ଅଳ୍ପ ଲୁଣ ଦେଇ ଏହାକୁ ପ୍ରେସର କୁକରରେ ସିଝାଇ ଦିଅନ୍ତୁ। କାବୁଲି ଚଣା ସିଝିଗଲା ପରେ ସେଥିରେ କର୍ଣ୍ଣଫ୍ଲୋର ଓ ମଇଦା ପକାନ୍ତୁ। ତା’ପରେ ଅଳ୍ପ ଅଦା ରସୁଣ ପେଷ୍ଟ ପକାଇ ଭଲ ଭାବେ ଗୋଳାଇ ଏକ ପାତ୍ରରେ କିଛି ସମୟ ପାଇଁ ରଖି ଦିଅନ୍ତୁ। ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସିଝା ଚଣାକୁ  ଛାଣି ଏକ ପାତ୍ରରେ ରଖନ୍ତୁ।

ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ କଟା ପିଆଜ,କଟା କ୍ୟାପସିକମ,କଟା ରସୁଣକୁ ପକାଇ ଭାଜନ୍ତୁ । ଏହା ଭାଜି ହେଲା ପରେ ଛଣା ହେଇଥିବା ଚଣାକୁ ପକାନ୍ତୁ । ତା’ପରେ ସେଥିରେ ଟମାଟୋ ସସ୍, ଶୋୟା ସସ୍, ଭିନେଗାର ଓ ସ୍ୱାଦ ନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। କିଛି ସମୟ ପରେ ତାକୁ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ଚିଲି ଚଣା’।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe