Advertisment

ଦହି ଚିକେନ

ଆବଶ୍ୟକ ସାମଗ୍ରୀ:  ରସୁଣ ବଟା, ପିଆଜ ବଟା, ଦହି, ରିଫାଇନ ତେଲ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଗୋଟା ଗୋଲମରିଚ, କଟା ପିଆଜ, କଟା କଞ୍ଚାଲଙ୍କା ,କଟା ଅଦା, ଗୋଲମରିଚ ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଅଦା, ରସୁଣ, ପିଆଜ ବଟା ସହିତ ଦହି, ରିଫାଇନ ତେଲ ଏବଂ ଜିରାଗୁଣ୍ଡ ପକାଇ  ଗୋଳାଇ ଦିଅନ୍ତୁ। ପରେ ସେଥିରେ  ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଦହି ଚିକେନ

Dahi Chicken

ଆବଶ୍ୟକ ସାମଗ୍ରୀ:  ରସୁଣ ବଟା, ପିଆଜ ବଟା, ଦହି, ରିଫାଇନ ତେଲ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଗୋଟା ଗୋଲମରିଚ, କଟା ପିଆଜ, କଟା କଞ୍ଚାଲଙ୍କା ,କଟା ଅଦା, ଗୋଲମରିଚ ଗୁଣ୍ଡ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଅଦା, ରସୁଣ, ପିଆଜ ବଟା ସହିତ ଦହି, ରିଫାଇନ ତେଲ ଏବଂ ଜିରାଗୁଣ୍ଡ ପକାଇ  ଗୋଳାଇ ଦିଅନ୍ତୁ। ପରେ ସେଥିରେ  ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ଗୋଟା ଗୋଲମରିଚ ପକାଇ ଭଲ ଭାବରେ ଗୋଳାଇ କିଛି ସମୟ ଫ୍ରିଜ୍‌ରେ ରଖି ଦିଅନ୍ତୁ।

ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ମସଲା ଗୋଳା ଚିକେନକୁ ସେଥିରେ ପକାଇ  ଫ୍ରାଏ କରନ୍ତୁ। ପରେ  ଛିକେନ ଫ୍ରାଏ ହୋଇ ବ୍ରାଉନ  କଲର ଆସିଯିବା ପରେ ସେଥିରେ  କଟା ପିଆଜ, କଟା କଞ୍ଚାଲଙ୍କା ଓ କଟା ଅଦା ପକାଇ ତାକୁ ଗୋଳାଇ ଦିଅନ୍ତୁ।  ଏହି ସମୟରେ ଗ୍ୟାସ ଆଞ୍ଚକୁ ସିମ୍ କରି ଦିଅନ୍ତୁ।  ସେଥିରେ ଅଳ୍ପ ପାଣି ଦେଇ ଘୋଡଣୀ ୧୦ ମିନିଟ୍ ପର୍ଯ୍ୟନ୍ତ  ଘୋଡ଼ାଇ ଦିଅନ୍ତୁ।  ୧୦ ମିନିଟ୍ ପରେ ଗୋଲମରିଚ ଗୁଣ୍ଡ ପକାଇ କରେଇକୁ ତଳକୁ ଓଲ୍ଲାହି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ଚିକେନ ।

Advertisment