Advertisment

ଖଟାମିଠା ନଡ଼ିଆ ଗୋଟମା

ଆବଶ୍ୟକ ସାମଗ୍ରୀ: କୋରା ନଡ଼ିଆ, ଅରୁଆ ଚାଉଳ ବଟା, ଗୁଜରାତି ଗୁଣ୍ଡ, ପଞ୍ଚଫୁଟଣ, ତେଜପତ୍ର, ଶୁଖିଲା ଲଙ୍କା, ତେନ୍ତୁଳି ରସ, ଗୁଡ଼, କଞ୍ଚାଲଙ୍କା ଛେଚା, ଅଦା ଛେଚା, କାଜୁ, କିସ୍‌ମିସ୍, ରିଫାଇନ୍ ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ନଡ଼ିଆକୁ କୋରି ଏକ ପାତ୍ରରେ ରଖନ୍ତୁ। ଏହାପରେ ଭିଜାଇ ରଖିଥିବା ଅରୁଆ ଚାଉଳକୁ ବାଟି ଏକ ପାତ୍ରରେ ରଖନ୍ତୁ।  ଅରୁଆ ଚାଉଳ ବଟାରେ ନଡ଼ିଆ କୋରା ଓ ଗୁଜରାତି ଗୁଣ୍ଡ ପକେଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏହାକୁ ଭଲଭାବେ ଗୋଳେଇ ଦେବାପରେ ଗୋଲ ଗୋଲ କରି ଛୋଟ ଛୋଟ ଗୁଳା କରନ୍ତୁ। ମନେ ରଖନ୍ତୁ ଅରୁଆଚାଉଳ ବଟାଟି ଯେପରି ପାଣିଆ ହୋଇ ନଥିବ। କରେଇରେ  ତେଲ ଗରମ କରନ୍ତୁ। […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଖଟାମିଠା ନଡ଼ିଆ ଗୋଟମା

Untitled-1Khata Mitha Nadia Gotama

ଆବଶ୍ୟକସାମଗ୍ରୀ: କୋରା ନଡ଼ିଆ, ଅରୁଆ ଚାଉଳ ବଟା, ଗୁଜରାତି ଗୁଣ୍ଡ, ପଞ୍ଚଫୁଟଣ, ତେଜପତ୍ର, ଶୁଖିଲା ଲଙ୍କା, ତେନ୍ତୁଳି ରସ, ଗୁଡ଼, କଞ୍ଚାଲଙ୍କା ଛେଚା, ଅଦା ଛେଚା, କାଜୁ, କିସ୍‌ମିସ୍, ରିଫାଇନ୍ ତେଲ ଓ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ନଡ଼ିଆକୁ କୋରି ଏକ ପାତ୍ରରେ ରଖନ୍ତୁ। ଏହାପରେ ଭିଜାଇ ରଖିଥିବା ଅରୁଆ ଚାଉଳକୁ ବାଟି ଏକ ପାତ୍ରରେ ରଖନ୍ତୁ।  ଅରୁଆ ଚାଉଳ ବଟାରେ ନଡ଼ିଆ କୋରା ଓ ଗୁଜରାତି ଗୁଣ୍ଡ ପକେଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏହାକୁ ଭଲଭାବେ ଗୋଳେଇ ଦେବାପରେ ଗୋଲ ଗୋଲ କରି ଛୋଟ ଛୋଟ ଗୁଳା କରନ୍ତୁ। ମନେ ରଖନ୍ତୁ ଅରୁଆଚାଉଳ ବଟାଟି ଯେପରି ପାଣିଆ ହୋଇ ନଥିବ।

କରେଇରେ  ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ପଞ୍ଚଫୁଟଣ, ତେଜପତ୍ର ଓ ଶୁଖିଲା ଲଙ୍କା ପକେଇ ଛୁଙ୍କ ପ୍ରସ୍ତୁତ କରନ୍ତୁ। ତା’ପରେ ସେଥିରେ ତେନ୍ତୁଳି ରସ ଓ ଅଳ୍ପ ପାଣି ଦେଇ ଦୁଇ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ। ତେନ୍ତୁଳି ରସ ଫୁଟିବା ପରେ ସେଥିରେ ଗୁଡ଼ ମିଶେଇ ପାଗ ପ୍ରସ୍ତୁତ କରନ୍ତୁ। ସେଇ ପାଗରେ କଞ୍ଚାଲଙ୍କା ଛେଚା, ଅଦା ଛେଚା ଓ ସ୍ୱାଦ ଅନୁସାରେ ଲୁଣ ପକେଇ ଗୋଳାଇ ଦିଅନ୍ତୁ। ଏହାପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଗୋଲ ଗୋଲ ନଡ଼ିଆ କୋରାକୁ ପକେଇ ୨ ମିନିଟ୍  ପର୍ଯ୍ୟନ୍ତ ଫୁଟାନ୍ତୁ। ଶେଷରେ ଭଜା କାଜୁ ଓ ଖିସମିସ୍ ପକେଇ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଖଟାମିଠା ନଡ଼ିଆ ଗୋଟମା।

Advertisment