Khira podapitha
ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, କ୍ଷୀର, କାଜୁ ,କଟା ନଡ଼ିଆ, ଚିନି ଗୁଜୁରାତି ଗୁଣ୍ଡ, ଲୁଣ, କିସ୍ମିସ୍
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳକୁ ପାଣିରେ ଭିଜାଇ କିଛି ସମୟ ରଖନ୍ତୁ। ଏହା ଭିଜିଗଲା ପରେ ତାକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ କଡ଼େଇରେ କାଜୁ ପକାଇ ଅଳ୍ପ ସମୟ ପାଇଁ ଭାଜି ରଖନ୍ତୁ। ତା’ପରେ କଞ୍ଚା କ୍ଷୀରକୁ ଏକ ପାତ୍ରରେ ଫୁଟାନ୍ତୁ। ଏହାଫୁଟିଗଲା ପରେ ସେଥିରେ କଟା ନଡ଼ିଆ, ଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ଦିଅନ୍ତୁ। ପରେ ସେଥିରେ କାଜୁ ଓ କିସ୍ମିସ୍ ପକାଇ ଗୋଳାଇ ଦିଅନ୍ତୁ।
ପରେ ଚାଉଳ ବଟାକୁ ସେଥିରେ ପକାଇ ଭଲଭାବରେ ଜନ୍ତନ୍ତୁ। ଜନ୍ତୁଣି ହେଲା ପରେ ତାକୁ ଥଣ୍ଡାହେବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତୁ। ତା‘ପରେ ତାୱାକୁ ଗରମ କରନ୍ତୁ। ସେଥିରେ ଅଳ୍ପ ଘିଅ ପକାନ୍ତୁ। ପରେ ଜନ୍ତୁଣିକୁ ସେଥିରେ ପକାଇ ପିଠା ଆକାରରେ ଗଢ଼ନ୍ତୁ। ତା‘ପରେ ଉପରେ ଏକ ଘୋଡ଼ଣୀ ଢାଙ୍କି ଦିଅନ୍ତୁ। ଏହି ସମୟରେ ଗ୍ୟାସ ଆଞ୍ଚକୁ ଥିମା ରଖନ୍ତୁ। ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଗ୍ୟାସରେ ତାକୁ ବସାଇ ରଖନ୍ତୁ । ଏହାପରେ ତଳକୁ ଓହ୍ଲାଇ ଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘କ୍ଷୀର ପୋଡ଼ପିଠା’।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2023/01/Untitled-1-18.jpg)