Advertisment

ରସୁଣ ମଟନ୍‌

ଆବଶ୍ୟକ ସାମଗ୍ରୀ: ମଟନ୍‌, ଗୋଟା ରସୁଣ, କଟା ପିଆଜ, ଗୋଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଶୁଖିଲା ଲଙ୍କା, ତେଜ ପତ୍ର, ସୋରିଷ ତେଲ, ଅଦା ରସୁଣ ପେଷ୍ଟ, ହଳଦି ଗୁଣ୍ଡ, ଲୁଣ, କଟା ଧନିଆ ପତ୍ର ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଖାସି ମାଂସ ନିଅନ୍ତୁ। ସେଥିରେ ଗୋଟା କଞ୍ଚାଲଙ୍କା, କଟା ପିଆଜ, ଅଦା-ରସୁଣ ବଟା, ଗରମ ମସଲା, ହଳଦି ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଜିରା ଗୁଣ୍ଡ, ଧନିଆ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ରସୁଣ ମଟନ୍‌

mutton curry

ଆବଶ୍ୟକ ସାମଗ୍ରୀ:ମଟନ୍‌, ଗୋଟା ରସୁଣ, କଟା ପିଆଜ, ଗୋଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଶୁଖିଲା ଲଙ୍କା, ତେଜ ପତ୍ର, ସୋରିଷ ତେଲ, ଅଦା ରସୁଣ ପେଷ୍ଟ, ହଳଦି ଗୁଣ୍ଡ, ଲୁଣ, କଟା ଧନିଆ ପତ୍ର

Advertisment

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଏକ ପାତ୍ରରେ ଖାସି ମାଂସ ନିଅନ୍ତୁ। ସେଥିରେ ଗୋଟା କଞ୍ଚାଲଙ୍କା, କଟା ପିଆଜ, ଅଦା-ରସୁଣ ବଟା, ଗରମ ମସଲା, ହଳଦି ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଗୋଟା ରସୁଣ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।

ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ମସଲା ଗୋଳା ମାଂସକୁ ପକାଇ କିଛି ସମୟ ଭଲ ଭାବରେ କଷନ୍ତୁ। ପରେ ମାଟି ହାଣ୍ଡିକୁ ଗରମ କରି ସେଥିରେ ଅଧା କଷା ହୋଇଥିବା ମଟନ ଓ ସେଥିରେ ଅଳ୍ପ ପାଣି ଦେଇ ଢାଙ୍କୁଣି ଦେଇ ଦିଅନ୍ତୁ।

Advertisment

ମଟନ୍‌ଟିକୁ ସିଝିବାକୁ ୪୫ ମିନିଟ୍‌  ଛାଡ଼ି ଦିଅନ୍ତୁ।  ୪୫ ମିନିଟ୍ ପରେ ମାଟି ହାଣ୍ଡିକୁ ତଳକୁ ଓହ୍ଲାଇ ଦିଅନ୍ତୁ। ମାଂସରେ ଧନିଆ ପତ୍ର ପକାଇ ଦିଅନ୍ତୁ। ପ୍ରସ୍ତୁତ ହେଇଗଲା ରସୁଣ ମଟନ୍।