Advertisment

ମକା ପରଟା

ଆବଶ୍ୟକ ସାମଗ୍ରୀ: ଅଟା, ସିଝା ମକା, କଟା ପିଆଜ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ହେଙ୍ଗୁ, ଲୁଣ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମକାକୁ ଅଳ୍ପ ଲୁଣ ଦେଇ ସିଝାଇ ଦିଅନ୍ତୁ। ଏହାପରେ ଏକ ପାତ୍ରରେ ଅଟା ଆଣି ଆବଶ୍ୟକ ଅନୁସାରେ ଲୁଣ  ଓ ତେଲ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ପରେ ତାକୁ ଗୋଳା କରି ରଖନ୍ତୁ। ଏବେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ମକା ପରଟା

corn paratha

ଆବଶ୍ୟକ ସାମଗ୍ରୀ:ଅଟା, ସିଝା ମକା, କଟା ପିଆଜ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ହେଙ୍ଗୁ, ଲୁଣ ଓ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ମକାକୁ ଅଳ୍ପ ଲୁଣ ଦେଇ ସିଝାଇ ଦିଅନ୍ତୁ। ଏହାପରେ ଏକ ପାତ୍ରରେ ଅଟା ଆଣି ଆବଶ୍ୟକ ଅନୁସାରେ ଲୁଣ  ଓ ତେଲ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ପରେ ତାକୁ ଗୋଳା କରି ରଖନ୍ତୁ।

ଏବେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଲାଲ୍‌ ହୋଇଗଲେ ସେଥିରେ ଲଙ୍କା ଗୁଣ୍ଡ, ହେଙ୍ଗୁ, ଲୁଣ ଓ ସିଝା ମକାକୁ ଭଲ ଭାବେ ଚକଟି ପକାଇ କଷନ୍ତୁ।

Advertisment

ମସଲା ପ୍ରସ୍ତୁତ ହୋଇଯିବା ପରେ ତାକୁ ଥଣ୍ଡା ହେବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଏହା ଥଣ୍ଡା ହେବା ପରେ  ଅଟା ଗୋଳାକୁ ସାମାନ୍ୟ ଚେପଟା କରି ତା’ ମଧ୍ୟରେ କଷା ହୋଇଥିବା ମସଲାକୁ ପୁର ଭଳି ଭର୍ତ୍ତି କରି ଚାରିପଟୁ ଚାପି ବନ୍ଦ କରିଦିଅନ୍ତୁ। ପରେ ତାକୁ ପରଟା ବା ରୁଟି ପରି ବେଲି ଦିଅନ୍ତୁ।

ଏବେ ତାୱାରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ବେଲି ରଖିଥିବା ପରଟାକୁ ପକାନ୍ତୁ। ଦୁଇ ପାଖ ଭାଜି  ହୋଇଗଲା ପରେ ପରଟାକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ମକା ପରଟା’।