Advertisment

ଦୀପାବଳିରେ ଖାଆନ୍ତୁ ନିଆରା ମିଠା- 'ଚାଉଳ ରସମଲେଇ'

ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, କ୍ଷୀର, ଚିନି, କଷ୍ଟାଡ୍ ପାଉଡର, ଆଲ୍‌ମଣ୍ଡ୍‌। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅରୁଆ ଚାଉଳ ନେଇ ଭାତ କରି ଦିଅନ୍ତୁ। ତା’ପରେ ଏ ଭାତକୁ ବାଟି ଦିଅନ୍ତୁ। ଏବେ ଏକ ପାତ୍ରରେ କ୍ଷୀର ଫୁଟାନ୍ତୁ। କ୍ଷୀର ଫୁଟିଲା ଭିତରେ ଏକ ଛୋଟ ପାତ୍ରରେ ଅଳ୍ପ କଷ୍ଟାଡ୍ ପାଉଡରକୁ ପାଣିରେ ଗୋଳାଇ ଘୋଳ ପ୍ରସ୍ତୁତ କରନ୍ତୁ। କ୍ଷୀର ଫୁଟି ଆସିଲେ ଏଥିରେ ଏହି ଘୋଳ ପକାଇ ଲଗାତାର ଭାବେ ଗୋଳାନ୍ତୁ। କ୍ଷୀର ଭଲ ଭାବେ […]

ଦୀପାବଳିରେ ଖାଆନ୍ତୁ ନିଆରା ମିଠା- 'ଚାଉଳ ରସମଲେଇ'

rasmalai

Advertisment

ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, କ୍ଷୀର, ଚିନି, କଷ୍ଟାଡ୍ ପାଉଡର, ଆଲ୍‌ମଣ୍ଡ୍‌।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅରୁଆ ଚାଉଳ ନେଇ ଭାତ କରି ଦିଅନ୍ତୁ। ତା’ପରେ ଏ ଭାତକୁ ବାଟି ଦିଅନ୍ତୁ। ଏବେ ଏକ ପାତ୍ରରେ କ୍ଷୀର ଫୁଟାନ୍ତୁ। କ୍ଷୀର ଫୁଟିଲା ଭିତରେ ଏକ ଛୋଟ ପାତ୍ରରେ ଅଳ୍ପ କଷ୍ଟାଡ୍ ପାଉଡରକୁ ପାଣିରେ ଗୋଳାଇ ଘୋଳ ପ୍ରସ୍ତୁତ କରନ୍ତୁ। କ୍ଷୀର ଫୁଟି ଆସିଲେ ଏଥିରେ ଏହି ଘୋଳ ପକାଇ ଲଗାତାର ଭାବେ ଗୋଳାନ୍ତୁ। କ୍ଷୀର ଭଲ ଭାବେ ଫୁଟି ଗଲେ ଏଥିରେ ଚିନି ପକାନ୍ତୁ।

Advertisment

କ୍ଷୀର ଫୁଟି ଟିକେ ବହଳିଆ ହୋଇଆସିଲେ ଏଥିରେ ବଟା ଯାଇଥିବା ଅରୁଆ ଭାତକୁ ଛୋଟ ଛୋଟ ଗୁଳା ପରି କରି ଏଥିରେ ପକାଇ ଦିଅନ୍ତୁ। ଧ୍ୟାନ ଦେବେ କ୍ଷୀର ଯେମିତି ପାତ୍ରରେ ନ ଲାଗିବ। ଏଥିପାଇଁ ଏହାକୁ ବାରମ୍ବାର ଚଲାଉ ଥା’ନ୍ତୁ। ଭାତ ଗୁଳା ପକାଇ ସାରିବା ପରେ କ୍ଷୀରକୁ ଆଉ ୧୦ ମିନିଟ ଫୁଟାନ୍ତୁ। ତା’ପରେ ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ଚାଉଳ ରସମଲେଇ’।

ଥଣ୍ଡା ହୋଇଗଲା ପରେ ଏହାକୁ ଫ୍ରିଜ୍‌ରେ ରଖି ଦିଅନ୍ତୁ। ୧ ଘଣ୍ଟା ପରେ କାଢ଼ି ଏହା ଉପରେ କଟା ଆଲ୍‌ମଣ୍ଡ୍ ପକାଇ ସଜାଇ ଦିଅନ୍ତୁ। ଦୀପାବଳିରେ ଏହି ନିଆରା ମିଠା ତିଆରି କରି ନିଜେ ଖା’ନ୍ତୁ ଓ ସମସ୍ତଙ୍କୁ ଖୁଆନ୍ତୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe