Advertisment

ଛଚିନ୍ଦ୍ରା ଲଟପଟ

ଆବଶ୍ୟକ ସାମଗ୍ରୀ: ଛଚିନ୍ଦ୍ରା, ଚାଉଳ ଚୂନା, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, ବେସନ, ତେଲ, ଅଦାରସୁଣ ବଟା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, କଟା କଞ୍ଚା ଲଙ୍କା,  କଟା ଅଦା, କଟା ରସୁଣ, କଟା ପିଆଜ, ଟମାଟୋ ପ୍ୟୁରି ଓ ଟମାଟୋ ସସ୍। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛଚିନ୍ଦ୍ରାକୁ ଧୋଇ ଗୋଲ ଗୋଲ କରି କାଟି ଏକ ପାତ୍ରରେ ରଖନ୍ତୁ। ପରେ କଟା ଛଚିନ୍ଦ୍ରାରେ ଚାଉଳ ଚୂନା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ବେସନ ଓ ପାଣି ପକାଇ […]

author-image
Tapaswini Nayak
ଛଚିନ୍ଦ୍ରା ଲଟପଟ

Chhachina Latpat

ଆବଶ୍ୟକ ସାମଗ୍ରୀ: ଛଚିନ୍ଦ୍ରା, ଚାଉଳ ଚୂନା, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, ବେସନ, ତେଲ, ଅଦାରସୁଣ ବଟା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, କଟା କଞ୍ଚା ଲଙ୍କା,  କଟା ଅଦା, କଟା ରସୁଣ, କଟା ପିଆଜ, ଟମାଟୋ ପ୍ୟୁରି ଓ ଟମାଟୋ ସସ୍।

Advertisment

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଛଚିନ୍ଦ୍ରାକୁ ଧୋଇ ଗୋଲ ଗୋଲ କରି କାଟି ଏକ ପାତ୍ରରେ ରଖନ୍ତୁ। ପରେ କଟା ଛଚିନ୍ଦ୍ରାରେ ଚାଉଳ ଚୂନା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ବେସନ ଓ ପାଣି ପକାଇ ଗୋଳାଇ ଦିଅନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ମସଲା ଗୋଳା ଛଚିନ୍ଦ୍ରାକୁ ହାଲକା ଭାବେ ଛାଣି ଏକ ପାତ୍ରରେ ରଖନ୍ତୁ।

ପରେ ପ୍ୟାନରେ ତେଲ ଗରମ କରି କଟା ପିଆଜ ପକାଇ ଭାଜନ୍ତୁ। ପିଆଜଟି ଟିକେ ଭାଜି ହେବାପରେ ସେଥିରେ ଅଦାରସୁଣ ବଟା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ କଟା କଞ୍ଚା ଲଙ୍କା, କଟା ଅଦା ଓ କଟା ରସୁଣ ପକାଇ କଷନ୍ତୁ। ଏହାପରେ ଟମାଟୋ ପ୍ୟୁରି, ହଳଦୀଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ମସଲା କଷି ହୋଇଯିବା ପରେ ଟମାଟୋ ସସ୍ ଓ ଛଣା ହୋଇଥିବା ଛଚିନ୍ଦ୍ରାକୁ ସେଥିରେ ପକାନ୍ତୁ। ଦୁଇ ମିନିଟ୍ ଯାଏ ଏହାକୁ ଆଞ୍ଚରେ ବସାଇ ରଖନ୍ତୁ। ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଛଚିନ୍ଦ୍ରା ଲଟପଟ।

Advertisment