/odisha-reporter/media/post_attachments/uploads/2020/11/chutney.jpg)
chutney
ଆବଶ୍ୟକ ସାମଗ୍ରୀ: ବନ୍ଧାକୋବି, ରସୁଣ, ଅଦା, କଞ୍ଚାଲଙ୍କା. ରାଶି, ଜିରା, ଭୃସୁଙ୍ଗ ପତ୍ର, ଲୁଣ, ହଳଦୀ ଓ ତେନ୍ତୁଳି।
Advertisment
ପ୍ରସ୍ତୁତୀ ପ୍ରଣାଳୀ: ପ୍ରଥମେ ବନ୍ଧାକୋବିକୁ ସରୁ ସରୁ କାଟି, ଧୋଇ, ଛାଣି ରଖନ୍ତୁ। ରାଶିକୁ ସୁକିଲା ଭାଜି ରଖନ୍ତୁ। ଏବେ ଏକ କଡ଼େଇକେ ତେଲ ଗରମ କରି ଜିରା ଫୁଟାନ୍ତୁ। ଜିରା ଫୁଟିଯିବା ପରେ କଞ୍ଚାଲଙ୍କା, ରସୁଣ ଓ ଅଦା ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ। ଏଗୁଡ଼ିକ ଭାଜି ହୋଇଗଲା ପରେ କଟା ହୋଇଥିବା ବନ୍ଧା କୋବିକୁ ପକାନ୍ତୁ। ଏଥିରେ ଅଳ୍ପ ଲୁଣ, ହଳଦୀ ଦେଇ ଘୋଡ଼ାଇ ଦିଅନ୍ତୁ। ତିନି ରୁ ଚାରି ମିନିଟ୍ ପରେ ଦରସିଝା ଅବସ୍ଥାରେ ଚୁଲିରୁ ଓହ୍ଲାଇ ତେନ୍ତୁଳି ଓ ଭଜା ରାଶି ସହ ବାଟିଦିଅନ୍ତୁ। ଏବେ କରେଇରେ ତେଲ ଗରମ କରି ଜିରା ଓ ଭୃସୁଙ୍ଗ ପତ୍ର ଛୁଙ୍କ ଦେଇ ଚଟଣୀରେ ଗୋଳାଇଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ବନ୍ଧାକୋବି ଚଟଣୀ’। ଏହାକୁ ଭାତ ସହିତ ଖାଇବାକୁ ଭଲ ଲାଗେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
