Advertisment

କଣ୍ଡୋମ ବ୍ୟବହାର ପୂର୍ବରୁ ଜାଣି ରଖନ୍ତୁ ୧୮ଟି କଥା

ସୁରକ୍ଷିତ ସେକ୍ସ ପାଇଁ କଣ୍ଡୋମ ନିହାତି ଆବଶ୍ୟକ। କଣ୍ଡୋମ ବ୍ୟବହାର କଲେ ଆପଣ କେବଳ ଏଡସ୍‌ ନୁହେଁ ଅନାବଶ୍ୟକ ଗର୍ଭଧାରଣ ଚିନ୍ତାରୁ ମଧ୍ୟ ମୁକ୍ତି ପାଇପାରିବେ। ବହୁ ସମୟରେ ସେକ୍ସ କରିବା ବେଳେ କଣ୍ଡୋମ ଫାଟି ଯାଇଥାଏ କିମ୍ବା ଯୌନାଙ୍ଗ ମଧ୍ୟରେ ରହିଯାଇଥାଏ। ଜଣେ ପୁରୁଷର କଣ୍ଡୋମ ବିଷୟରେ ଧାରଣା କମ୍‌ ଥିଲେ ଏପରି ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ଅଧିକ ରହିଥାଏ। ଆସନ୍ତୁ ଜାଣିବା କଣ୍ଡୋମ ବ୍ୟବହାର ପୂର୍ବରୁ କ’ଣ କରିବା ଓ ନ କରିବା ଆବଶ୍ୟକ […]

author-image
Rakesh Mallick
ଅଦ୍ୟତନ ହୋଇଛି
କଣ୍ଡୋମ ବ୍ୟବହାର ପୂର୍ବରୁ ଜାଣି ରଖନ୍ତୁ ୧୮ଟି କଥା

condom

ସୁରକ୍ଷିତ ସେକ୍ସ ପାଇଁ କଣ୍ଡୋମ ନିହାତି ଆବଶ୍ୟକ। କଣ୍ଡୋମ ବ୍ୟବହାର କଲେ ଆପଣ କେବଳ ଏଡସ୍‌ ନୁହେଁ ଅନାବଶ୍ୟକ ଗର୍ଭଧାରଣ ଚିନ୍ତାରୁ ମଧ୍ୟ ମୁକ୍ତି ପାଇପାରିବେ। ବହୁ ସମୟରେ ସେକ୍ସ କରିବା ବେଳେ କଣ୍ଡୋମ ଫାଟି ଯାଇଥାଏ କିମ୍ବା ଯୌନାଙ୍ଗ ମଧ୍ୟରେ ରହିଯାଇଥାଏ। ଜଣେ ପୁରୁଷର କଣ୍ଡୋମ ବିଷୟରେ ଧାରଣା କମ୍‌ ଥିଲେ ଏପରି ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ଅଧିକ ରହିଥାଏ।

Advertisment

ଆସନ୍ତୁ ଜାଣିବା କଣ୍ଡୋମ ବ୍ୟବହାର ପୂର୍ବରୁ କ’ଣ କରିବା ଓ ନ କରିବା ଆବଶ୍ୟକ

୧. କଣ୍ଡୋମ ପ୍ୟାକେଟ୍‌କୁ କେବେ ବି ଦାନ୍ତରେ ଖୋଲନ୍ତୁ ନାହିଁ। ଏପରି କରିବା ଦ୍ୱାରା କଣ୍ଡୋମ ଫାଟି ଯିବାର ସମ୍ଭାବନା ରହିଥାଏ।

୨. କଣ୍ଡୋମ କିଣିବା ବେଳେ ଏକ୍ସପାରି ଡେଟ୍‌ ଦେଖିବାକୁ ଭୁଲିନ୍ତୁ ନାହିଁ। ବିନା ଦେଖାରେ କେବେ ବି ଏହାକୁ କିଣନ୍ତୁ ନାହିଁ।

Advertisment

୩. ସେକ୍ସ କରିବା ପୂର୍ବରୁ କଣ୍ଡୋମ ପ୍ୟାକେଟ୍‌ ଖୋଲନ୍ତୁ ନାହିଁ। ସେକ୍ସ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେବା ପୂର୍ବରୁ ଖୋଲାଯାଇଥିବା କଣ୍ଡୋମ ଫାଟି ଯିବାର ସମ୍ଭାବନା ରହିଥାଏ।

୪. ସବୁବେଳେ ଭଲ କ୍ୱାଲିଟିର କଣ୍ଡୋମ କିଣନ୍ତୁ। ଶସ୍ତା କଣ୍ଡୋମ ଯୌନ ସଂକ୍ରମଣର କାରଣ ହୋଇପାରେ।

୫. ଯଦି ଆପଣ ଭୁଲରେ କଣ୍ଡୋମ ଓଲଟା ପିନ୍ଧି ଦେଇଛନ୍ତି ତାକୁ ସିଧା କରି ଆଉ ପିନ୍ଧନ୍ତୁ ନାହିଁ। କାରଣ କଣ୍ଡୋମରେ ଶୁକ୍ରାଣୁ ଲାଗିଥାଇ ପାରେ, ଯାହା ଗର୍ଭଧାରଣର ସମ୍ଭାବନାକୁ ବଢାଇ ଦେଇଥାଏ।

୬. କଣ୍ଡୋମ ପିନ୍ଧିବା ବେଳେ ଏଥିରେ ପବନ ଭରନ୍ତୁ ନାହିଁ। ଏପରି କଲେ ଫାଟି ଯିବାର ସମ୍ଭାବନା ରହିଥାଏ।

condom୭. ଥରକରେ ପୁରୁଷ କଣ୍ଡୋମ କିମ୍ବା ମହିଳା କଣ୍ଡୋମ ମଧ୍ୟରୁ ଗୋଟିଏ ହିଁ ବ୍ୟବହାର କରନ୍ତୁ। ଏକା ସାଙ୍ଗରେ ଦୁଇ ପ୍ରକାର କଣ୍ଡୋମର ବ୍ୟବହାର କ୍ଷତିକାରକ।

୮. କଣ୍ଡୋମ ବ୍ୟବହାର ବେଳେ ତେଲ କିମ୍ବା ଅନ୍ୟ କିଛି ଲୋସନ୍‌ ବ୍ୟବହାର କରନ୍ତୁ ନାହିଁ।

୯. କଣ୍ଡୋମ ବ୍ୟବହାର କରିବା ପରେ ସଙ୍ଗେ ସଙ୍ଗେ ବାହାର କରିଦିଅନ୍ତୁ। ଏହାଦ୍ୱାରା ଆପଣ ସଂକ୍ରମଣରୁ ରକ୍ଷା ପାଇପାରିବେ।

୧୦. କେବେ କି ଭାବିବେ ନାହିଁ ଯେ କଣ୍ଡୋମ ବ୍ୟବହାର ଯୋଗୁଁ ଆପଣଙ୍କୁ ସେକ୍ସର ପୂରା ଖୁସି ମିଳିବ ନାହିଁ।

୧୧. ବଜାରରେ ବହୁ ଫ୍ଲେବରର କଣ୍ଡୋମ ମିଳୁଛି। ଆପଣଙ୍କ ସାଥୀଙ୍କୁ ଯେଉଁ ଫ୍ଲେବର ପସନ୍ଦ ତାକୁ ହିଁ ବ୍ୟବହାର କରନ୍ତୁ।

୧୨. କଣ୍ଡୋମକୁ ପର୍ସରେ ରଖନ୍ତୁ ନାହିଁ। ଏହାସହ ସୂର୍ଯ୍ୟକିରଣ ଯେପରି କଣ୍ଡୋମ ଉପରେ ନ ପଡିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।

condom୧୩. ବ୍ୟବହାର ପୂର୍ବରୁ କଣ୍ଡୋମ ଫଟା ଅଛି କି ଦେଖି ନିଅନ୍ତୁ।

୧୪. କଣ୍ଡୋମ ପ୍ୟାକେଟ୍‌ରେ ଲେଖାଯାଇଥିବା ନିୟମବଳୀକୁ ପାଳନ କରନ୍ତୁ।

୧୫. ପ୍ୟାକେଟରୁ ବାହାର କରିବାର ଦୀର୍ଘ ସମୟ ପରେ ଏହାକୁ ବ୍ୟବହାର କରନ୍ତୁ ନାହିଁ।

୧୬. ଗୋଟିଏ କଣ୍ଡୋମକୁ ଦ୍ୱିତୀୟ ଥର ବ୍ୟବହାର କରିବା ଭୁଲ କରନ୍ତୁ ନାହିଁ।

୧୭. ସଫା ହାତରେ କଣ୍ଡୋମ ପିନ୍ଧିବା ଦରକାର, ନ ହେଲେ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ।

୧୮. କଣ୍ଡୋମ ପିନ୍ଧିବା ପରେ ଉପର ଭାବରେ ଜାଗା ଛାଡନ୍ତୁ ନାହିଁ। ଏପରି କଲେ କଣ୍ଡୋମ ଫାଟି ଯିବାର ସମ୍ଭାବନା ରହିଥାଏ।