Advertisment

ହସ୍ତରେଖାରୁ ଜାଣନ୍ତୁ ଦୁର୍ଘଟଣାର ସଙ୍କେତ

ଜ୍ୟୋତିଷ ଶାସ୍ତ୍ରରୁ ଆମ ଜୀବନ ସମ୍ବୋଧିତ ଘଟଣା ସଂପର୍କରେ ବହୁ ସଙ୍କେତ ମିଳିଥାଏ। ଏହି ସଙ୍କେତ ମାଧ୍ୟମରେ ଆମେ ଆମର ଜୀବନରେ ଘଟିବାକୁ ଥିବା ଘଟଣା ସଂପର୍କରେ ମଧ୍ୟ ଜାଣିପାରିଥାଉ। ସାମାନ୍ୟ ସଚେତନ ହେଲେ ଦୁର୍ଘଟଣା ଘଟିବା ପୂର୍ବରୁ ଆମେ ସାବଧାନ ହୋଇପାରିବା। ସେହିପରି ଆମ ହାତ ପାପୁଲିରେ ବିଭିନ୍ନ ପ୍ରକାର ରେଖା ରହିଛି। ଯାହା ଛନ୍ଦାଛନ୍ଦି ହୋଇ ରହିଥାଏ। ଏହି ରେଖା ଦ୍ୱାରା ଭାଗ୍ୟ ଓ ଭବିଷ୍ୟତ ବିଷୟରେ ଜାଣି ହେବ। ଆମ ହାତ ପାପୁଲିରେ […]

ହସ୍ତରେଖାରୁ ଜାଣନ୍ତୁ ଦୁର୍ଘଟଣାର ସଙ୍କେତ

pam

Advertisment

ଜ୍ୟୋତିଷ ଶାସ୍ତ୍ରରୁ ଆମ ଜୀବନ ସମ୍ବୋଧିତ ଘଟଣା ସଂପର୍କରେ ବହୁ ସଙ୍କେତ ମିଳିଥାଏ। ଏହି ସଙ୍କେତ ମାଧ୍ୟମରେ ଆମେ ଆମର ଜୀବନରେ ଘଟିବାକୁ ଥିବା ଘଟଣା ସଂପର୍କରେ ମଧ୍ୟ ଜାଣିପାରିଥାଉ। ସାମାନ୍ୟ ସଚେତନ ହେଲେ ଦୁର୍ଘଟଣା ଘଟିବା ପୂର୍ବରୁ ଆମେ ସାବଧାନ ହୋଇପାରିବା। ସେହିପରି ଆମ ହାତ ପାପୁଲିରେ ବିଭିନ୍ନ ପ୍ରକାର ରେଖା ରହିଛି। ଯାହା ଛନ୍ଦାଛନ୍ଦି ହୋଇ ରହିଥାଏ। ଏହି ରେଖା ଦ୍ୱାରା ଭାଗ୍ୟ ଓ ଭବିଷ୍ୟତ ବିଷୟରେ ଜାଣି ହେବ। ଆମ ହାତ ପାପୁଲିରେ ଏପରି କିଛି ରେଖା ଅଛି ଯାହା ଦୁର୍ଘଟଣା ସଂପର୍କରେ ସଙ୍କେତ ଦେଇଥାଏ। ଆସନ୍ତୁ ଜାଣିବା ଏହି ରେଖା ବିଷୟରେ।

Advertisment

୧. ଯେଉଁ ବ୍ୟକ୍ତିର ହାତ ପାପୁଲିରେ ଥିବା ହସ୍ତରେଖା ମଙ୍ଗଳ ପର୍ବତରୁ ବାହାରି ଜୀବନ ରେଖାର କୌଣସି ସ୍ଥାନରେ କଟିଥିବ। ସେମାନଙ୍କ ଜୀବନରେ କେବେ ନା କେବେ ବଡ଼ ଦୁର୍ଘଟଣା ଘଟିପାରେ। ଏଥିରେ ସେ ବହୁତ ସମସ୍ୟାରେ ପଡିବେ। ଏପରି କି ତାଙ୍କ ଶରୀରର କିଛି ଅଂଶ ଗୁରୁତର କ୍ଷତିଗ୍ରସ୍ତ ହୋଇପାରେ।

୨. ଯାହାର ହସ୍ତରେଖାରେ ମଙ୍ଗଳ ପର୍ବତ ଉପରେ କୌଣସି ପ୍ରକାର କ୍ରସ୍‌ ଚିହ୍ନ ବା ଦୀପ ପରି ଚିହ୍ନ ଥିବ ସେମାନେ ମୁଣ୍ଡ ବିନ୍ଧା ଓ ହାଲିଆ ପଣ ଆଦି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହାସହ ସେମାନେ ଅଧିକ ରାଗି ମଧ୍ୟ ହୋଇଥାନ୍ତି। ଯଦି କୌଣସି ବ୍ୟକ୍ତିର ହାତ ପାପୁଲିରେ ଥିବା ରେଖାରେ ମଙ୍ଗଳ ପର୍ବତ ଖୋଲି ନଥାଏ। ସେମାନେ ଡ୍ରିପେସନକୁ ଯାଇପାରନ୍ତି।

Advertisment

୩. ଯେଉଁ ବ୍ୟକ୍ତିର ହସ୍ତରେଖା ମଙ୍ଗଳ ପର୍ବତରୁ ବାହାରି ବୁଧ ପର୍ବତ ଆଡକୁ ଯାଇଥାଏ। ସେମାନଙ୍କ ସ୍ୱଭାବ  ଉଗ୍ର ହୋଇଥାଏ। ଭବିଷ୍ୟତରେ ଏମାନଙ୍କ ଶରୀରରେ କୌଣସି ପ୍ରକାର ବଡ଼ ଆଘାତ ଲାଗିବାର ସମ୍ଭାବନା ରହିଛି। ଯାହାକୁ ପରବର୍ତ୍ତୀ ସ୍ତରରେ ଅସ୍ତୋପ୍ରଚାର କରିବାକୁ ପଡ଼ିପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe