ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେଶକୁ ଆର୍ଟିଫିସିଆଲ୍ ରଙ୍ଗ କରିବା ଦ୍ୱାରା କେଶ ଖରାପ ହୋଇଯାଏ ବୋଲି ଆମ ମନରେ ଧାରଣା ରହିଛି। ଏହା ସତ୍ତ୍ୱେ କେଶକୁ ରଙ୍ଗ କରିବାକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ଟ୍ରେଣ୍ଡ୍ ଚାଲିଛି। ଏହା ଆପଣଙ୍କୁ ଷ୍ଟାଇଲିଶ୍ କରିବା ସହ ନୂଆ ଲୁକ୍ ବି ଦେଇଥାଏ।
ଆପଣ ଯଦି କେଶ ରଙ୍ଗ କରିବାକୁ ପସନ୍ଦ କରୁଛନ୍ତି, ହେଲେ ଏଥିଯୋଗୁ କାଳେ କେଶ ଖରାପ ହୋଇଯିବ ବୋଲି ଡରୁଛନ୍ତି, ତା’ହାଲେ ଆପଣଙ୍କୁ କିଛି ଟିପ୍ସ ଦେବୁ। ଯାହାକୁ ବ୍ୟବହାର କରି କେଶ ଖରାପ ହେବାରୁ ରକ୍ଷା ପାଇବା ସହ ଷ୍ଟାଇଲିଶ୍ ଲୁକ୍ ବି ପାଇପାରିବେ।
ଜାଣନ୍ତୁ କେଶ ରଙ୍ଗ କରିବା ସମୟରେ କେଉଁ ଦିଗ ପ୍ରତି ଦୃଷ୍ଟି ଦେବେ।
-ହେୟାର୍ କଲର୍କୁ ଆପଣ ଅଧିକା ସମୟ କେଶରେ ଲଗାଇ ରଖନ୍ତୁ ନାହିଁ। ଏହା କେଶର ସତେଜତାକୁ ନଷ୍ଟ କରିଥାଏ। ଏଥିପଇଁ କେଶରେ ରଙ୍ଗ ଲଗାଇବାର କିଛି ସମୟ ପରେ ଧୋଇ ଦିଅନ୍ତୁ।
-ଆପଣ ଯେଉଁଭଳି ରଙ୍ଗ କରିବାକୁ ଚାହୁଁଛନ୍ତି ସେହିଭଳି ରଙ୍ଗ କରିପାରିବେ। ମୁଖ୍ୟତଃ କେଶରେ ଗୋଲାପି ଏବଂ ଜାମୁକୋଳି ରଙ୍ଗ ଭଲ ଦେଖାଯାଇଥାଏ।
-କେଶରେ ରଙ୍ଗ ଲଗାଇଲା ପରେ ଡ୍ରାୟର୍ ଲଗାଇ ଦିଅନ୍ତୁ। ଏହା କରିବାରୁ କେଶରେ ରଙ୍ଗ ଅଧିକା ଦିନ ପର୍ଯ୍ୟନ୍ତ ରହିବ। ଏହା ଦ୍ୱାରା ଆପଣଙ୍କୁ ରଙ୍ଗ ଏକ ଷ୍ଟାଇଲିସ୍ ଲୁକ୍ ଦେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।