(ଓଡ଼ିଶା ରିପୋର୍ଟର୍): ଭାରତରେ ବାସ୍ତୁଶାସ୍ତ୍ର ଭଳି ଚାଇନିଜ୍ ବାସ୍ତୁଶାସ୍ତ୍ରକୁ 'ଫେଙ୍ଗ୍ସୁଇ' କୁହାଯାଏ। ବାସ୍ତୁଶାସ୍ତ୍ରରେ ଆମେ ବାସ୍ତୁ ଦେବତା ଓ ଧନର ଦେବତା କୁବେରଙ୍କୁ ପୂଜା କରିଥାଉ। ତେବେ 'ଫେଙ୍ଗ୍ସୁଇ' ଅନୁଯାୟୀ, ଘରେ ଓ ଦୋକାନରେ 'ଲାଫିଙ୍ଗ୍ ବୁଦ୍ଧ'ଙ୍କ ମୂର୍ତ୍ତି ରଖିଲେ, ସୁଖ ଓ ସମୃଦ୍ଧି ବଢ଼ିଥାଏ।
ତେବେ ଆପଣ ଜାଣିଛନ୍ତି କି, କିଏ ଏହି 'ଲାଫିଙ୍ଗ୍ ବୁଦ୍ଧ'? ଆସନ୍ତୁ ଜାଣିବା, ଏହି 'ଲାଫିଙ୍ଗ୍ ବୁଦ୍ଧ'ଙ୍କ ପ୍ରକୃତ ପରିଚୟ।
କୁହାଯାଏ, ହୋତେଇ ବୌଦ୍ଧ ଧର୍ମ ଗ୍ରହଣ କରିବା ପରେ ତାଙ୍କୁ ଯେତେବେଳେ ଆତ୍ମଜ୍ଞାନ ପ୍ରାପ୍ତ ହେଲା, ସେତେବେଳେ ସେ ଖୁବ୍ ଜୋର୍ରେ ହସିବାକୁ ଲାଗିଲେ। ଆଉ ପରେ ନିଜର ଏହି ହସ ବଳରେ ସେ ଲୋକଙ୍କୁ ହସିବା ଓ ଖୁସି ରହିବାର ଶିକ୍ଷା ଦେଲେ। ସେ ଯୁଆଡ଼େ ବି ଯାଉଥିଲେ, ସେଠାରେ ସମସ୍ତଙ୍କୁ ହସାଉଥିଲେ। ଏଥିପାଇଁ ଜାପାନ୍ରେ ତାଙ୍କୁ 'ଲାଫିଙ୍ଗ୍ ବୁଦ୍ଧ' କୁହାଗଲା।
ତେବେ ଚୀନ୍ରେ କିଛି ଭିନ୍ନ କଥା କୁହାଯାଏ। ଚୀନ୍ ଲୋକକଥା ଅନୁସାରେ, 'ଲାଫିଙ୍ଗ୍ ବୁଦ୍ଧ' ହେଉଛନ୍ତି ଚାଇନିଜ୍ଙ୍କ ଦେବତା। ଚୀନ୍ରେ ତାଙ୍କୁ ପୁତାଇ ନାମରେ ସମସ୍ତେ ଜାଣନ୍ତି। ସେ ଜଣେ ବୌଦ୍ଧ ଭିକ୍ଷୁକ ଥିଲେ । ସେ ଯେଉଁଆଡ଼େ ଯାଉଥିଲେ, ନିଜ ଗୋଲ୍ ଓ ପୃଥୁଳକାୟ ଶରୀର ଦେଖାଇ ସମସ୍ତଙ୍କୁ ହସାଉଥିଲେ ଏବଂ ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରୁଥିଲେ। ସେବେଠୁ ହିଁ ଲୋକମାନେ ତାଙ୍କୁ ଭଗବାନ ମାନିବାକୁ ଲାଗିଲେ।
୧. 'ଲାଫିଙ୍ଗ୍ ବୁଦ୍ଧ'ଙ୍କ ମୂର୍ତ୍ତିକୁ ଭୁଲରେ ବି ମୁଖ୍ୟ ଦ୍ୱାର ସାମ୍ନାରେ ରଖନ୍ତୁ ନାହିଁ।
୨. ଦୁଇ ହାତ ଉପରକୁ ଉଠାଇ ହସୁଥିବା 'ଲାଫିଙ୍ଗ୍ ବୁଦ୍ଧ'ଙ୍କ ମୂର୍ତ୍ତି ଘରର ପୂର୍ବ ଦିଗରେ ରଖନ୍ତୁ।
୩. ଦକ୍ଷିଣ-ପୂର୍ବ ଦିଗରେ 'ଲାଫିଙ୍ଗ୍ ବୁଦ୍ଧ' ରଖିଲେ, ଘରକୁ ସକାରାତ୍ମକ ଶକ୍ତି ଆସିବା ସହ ଧନ ମଧ୍ୟ ବୃଦ୍ଧି ହୋଇଥାଏ।
୫. ବ୍ୟବସାୟ କରୁଥିବା ବ୍ୟକ୍ତି ନିଜ ଅଫିସ୍ରେ ଟଙ୍କା ପୁଟୁଳା ଧରିଥିବା 'ଲାଫିଙ୍ଗ୍ ବୁଦ୍ଧ' ରଖିଲେ, ଏହା ଉଭୟ ଶୁଭ ଓ ଲାଭଦାୟକ ହୋଇଥାଏ।