କାହିଁକି ଦୁର୍ବଳ ହୁଏ ମସ୍ତିଷ୍କ? ଜାଣନ୍ତୁ ୫ଟି କାରଣ

କୁହାଯାଏ ମସ୍ତିଷ୍କ ସୁସ୍ଥ ରହିଲେ ଶରୀର ସୁସ୍ଥ ରହେ। ଅନେକ ଲୋକ ନିଜ ଅଜାଣତରେ ଏମିତି ଗୁଡ଼ାଏ କାମ କରି ବସନ୍ତି ଯାହା ଫଳରେ ସେମାନଙ୍କ ମସ୍ତିଷ୍କ ଦୁର୍ବଳ ହୋଇଯାଏ। ସେଥିମଧ୍ୟରେ ରହିଛି କମ୍ ସମୟ ଶୋଇବା ଓ ଅଧିକ ଚିନ୍ତା କରିବା। ତା’ହେଲେ ଆସନ୍ତୁ ଜାଣିବା ଆଉ କେଉଁ ସବୁ କାରଣରୁ ମସ୍ତିଷ୍କ ଦୁର୍ବଳ ହୁଏ। ୧- ସକାଳେ ଜଳଖିଆ ନ ଖାଇଲେ ମସ୍ତିଷ୍କ ବହୁତ ଦୁର୍ବଳ ହୋଇଯାଏ। ସକାଳେ ଜଳଖିଆ ନ ଖାଇଲେ ରକ୍ତରେ […]

head

Rakesh Mallick
  • Published: Friday, 30 June 2017
  • , Updated: 30 June 2017, 01:48 PM IST

କୁହାଯାଏ ମସ୍ତିଷ୍କ ସୁସ୍ଥ ରହିଲେ ଶରୀର ସୁସ୍ଥ ରହେ। ଅନେକ ଲୋକ ନିଜ ଅଜାଣତରେ ଏମିତି ଗୁଡ଼ାଏ କାମ କରି ବସନ୍ତି ଯାହା ଫଳରେ ସେମାନଙ୍କ ମସ୍ତିଷ୍କ ଦୁର୍ବଳ ହୋଇଯାଏ। ସେଥିମଧ୍ୟରେ ରହିଛି କମ୍ ସମୟ ଶୋଇବା ଓ ଅଧିକ ଚିନ୍ତା କରିବା। ତା’ହେଲେ ଆସନ୍ତୁ ଜାଣିବା ଆଉ କେଉଁ ସବୁ କାରଣରୁ ମସ୍ତିଷ୍କ ଦୁର୍ବଳ ହୁଏ।

୧- ସକାଳେ ଜଳଖିଆ ନ ଖାଇଲେ ମସ୍ତିଷ୍କ ବହୁତ ଦୁର୍ବଳ ହୋଇଯାଏ। ସକାଳେ ଜଳଖିଆ ନ ଖାଇଲେ ରକ୍ତରେ ସୁଗାର ସ୍ତରରେ ଅନିୟମିତତା ଦେଖାଦିଏ। ଫଳରେ ମସ୍ତିଷ୍କକୁ ଠିକ୍ ପୋଷଣ ମିଳେ ନାହିଁ। ତେଣୁ ମସ୍ତିଷ୍କ ଦୁର୍ବଳ ହୋଇଯାଏ। ସେଥିପାଇଁ ସକାଳେ ନିୟମିତ ଭାବେ ଜଳଖିଆ ଖାଆନ୍ତୁ।

୨- ମିଠା ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। କିନ୍ତୁ ଏହି ମିଠା ମଧ୍ୟ ମସ୍ତିଷ୍କକୁ ଦୁର୍ବଳ କରି ଦିଏ। ଅଧିକ ମିଠା ଖାଇଲେ ମସ୍ତିଷ୍କ ଦୁର୍ବଳ ହୋଇଯାଏ। ତେଣୁ ଆପଣ ଖାଉଥିବା ଖାଦ୍ୟରେ କେତେ ସୁଗାର ଅଂଶ ରହୁଛି ତା’ ପ୍ରତି ଧ୍ୟାନ ଦିଅନ୍ତୁ।

୩- ପ୍ରତ୍ୟେକ ଦିନ ସାତ ରୁ ଆଠ ଖଣ୍ଟା ଶୁଅନ୍ତୁ। ନିଦ ଭଲ ନ ହେଲେ ତା’ର କୁପ୍ରଭାବ ମସ୍ତିଷ୍କ ଉପରେ ପଡ଼େ ଓ ଏହାକୁ ଦୁର୍ବଳ କରି ଦିଏ। ଭଲ ଭାବେ ନ ଶୋଇଲେ ମସ୍ତିଷ୍କର ସେଲ୍‌ ଗୁଡ଼ିକ ନଷ୍ଟ ହୋଇଯାଏ। ଏହା ଦ୍ୱାରା ଷ୍ଟ୍ରେସ୍ ଭଳି ଗମ୍ଭୀର ସମସ୍ୟା ଦେଖାଯାଏ।

୪- ବର୍ତମାନ ସମୟରେ ଅଧିକରୁ ଅଧିକ ଲୋକ ଧୂମପାନ କରୁଛନ୍ତି। ଏହା ଆମ ଶରୀର ପାଇଁ ବହୁତ ହାନିକାରକ। ଧୂମପାନ କଲେ ମସ୍ତିଷ୍କ ମଧ୍ୟ ଦୁର୍ବଳ ହୋଇଯାଏ। ଏହା ଦ୍ୱାରା ମସ୍ତିଷ୍କରେ ଅଲ୍‌ଜାଇମର ନାମକ ଏକ ମାରାତ୍ମକ ରୋଗ ହୋଇଥାଏ। ଏଣୁ ସମସ୍ତେ ଧୂମପାନରୁ ଦୂରେଇ ରହିବା ଉଚିତ।

୫- ମୋଟାପଣ ମସ୍ତିଷ୍କ ପାଇଁ କ୍ଷତିକାରକ। ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଖାଇଲେ ଓ ବ୍ୟାୟାମ ନ କଲେ ଶରୀର ମୋଟା ହୋଇଯାଏ ଓ ଏହା ମସ୍ତିଷ୍କ ପାଇଁ ଆଦୌ ଭଲ ନାହିଁ। ମୋଟାପଣ ମସ୍ତିଷ୍କକୁ ଦୁର୍ବଳ କରି ଦିଏ। ଏଣୁ ପ୍ରତିଦିନ କିଛି କିଛି ବ୍ୟାୟାମ କରିବା ଉଚିତ।

Related story