Advertisment

ବାସି ଅଟାରେ ପ୍ରସ୍ତୁତ ରୁଟି ଖାଉଛନ୍ତି କି? ରୁହନ୍ତୁ ସାବଧାନ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଧିକାଂଶ ସମୟରେ ଆପଣ ସମୟ ବଞ୍ଚାଇବା ପାଇଁ ରାତିରେ ଚକଟି ରଖିଥିବା ଅଟା, ଆଳୁ ସିଝା ଓ ଭାତକୁ ସକାଳେ ରୋଷେଇ କରି ଖାଇଥା’ନ୍ତି। ଏପରି କରିବା ଦ୍ୱାରା ଖାଦ୍ୟ ସ୍ୱାଦିଷ୍ଟ ଲାଗିଥାଏ ସତ କିନ୍ତୁ ବାସି ଅଟା କିମ୍ୱା ବାସି ଆଳୁରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ। ବୈଜ୍ଞାନିକ କାରଣ ଅନୁସାରେ ଶୁଖିଲା ଅଟା ଅପେକ୍ଷା ଓଦା ଅଟାରେ ଫର୍ମେଣ୍ଟେନ୍ସନ ପ୍ରକ୍ରିୟା ଶୀଘ୍ର ହୋଇଥାଏ। ଯାହା ଦ୍ୱାରା ବ୍ୟାକ୍ଟେରିଆ […]

ବାସି ଅଟାରେ ପ୍ରସ୍ତୁତ ରୁଟି ଖାଉଛନ୍ତି କି? ରୁହନ୍ତୁ ସାବଧାନ !

ruu2

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଧିକାଂଶ ସମୟରେ ଆପଣ ସମୟ ବଞ୍ଚାଇବା ପାଇଁ ରାତିରେ ଚକଟି ରଖିଥିବା ଅଟା, ଆଳୁ ସିଝା ଓ ଭାତକୁ ସକାଳେ ରୋଷେଇ କରି ଖାଇଥା’ନ୍ତି। ଏପରି କରିବା ଦ୍ୱାରା ଖାଦ୍ୟ ସ୍ୱାଦିଷ୍ଟ ଲାଗିଥାଏ ସତ କିନ୍ତୁ ବାସି ଅଟା କିମ୍ୱା ବାସି ଆଳୁରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ।

Advertisment

ବୈଜ୍ଞାନିକ କାରଣ ଅନୁସାରେ ଶୁଖିଲା ଅଟା ଅପେକ୍ଷା ଓଦା ଅଟାରେ ଫର୍ମେଣ୍ଟେନ୍ସନ ପ୍ରକ୍ରିୟା ଶୀଘ୍ର ହୋଇଥାଏ। ଯାହା ଦ୍ୱାରା ବ୍ୟାକ୍ଟେରିଆ ଶୀଘ୍ର ଜନ୍ମ ନେଇଥା’ନ୍ତି।

ଯଦି ଆପଣ ସମୟ ବଞ୍ଚାଇବା ପାଇଁ ପୂର୍ବରୁ ଅଟାକୁ ଚକଟି ରଖୁଛନ୍ତି, ତେବେ ଏପରି ନକରି ସକାଳେ ଶୀଘ୍ର ଉଠି ସତେଜ ଅଟାରେ ରୁଟି ପ୍ରସ୍ତୁତ କରିବାକୁ ଚେଷ୍ଟା କରନ୍ତୁ। ଆସନ୍ତୁ ଜାଣିବା ବାସି ଅଟା, ଆଳୁ ଓ ଭାତ ଖାଇଲେ ଶରୀରକୁ କେଉଁସବୁ କ୍ଷତି ପହଞ୍ଚିଥାଏ।

Advertisment

publive-image

ଗହମ ଏକ ମୋଟା ଜାତୀୟ ଶସ୍ୟ ହୋଇଥିବାରୁ ଏଥିରୁ ପ୍ରସ୍ତୁତ ଖାଦ୍ୟ ପେଟରେ ବିଳମ୍ୱରେ ହଜମ ହୋଇଥାଏ। ଯାହା ଯୋଗୁଁ କୋଷ୍ଠକାଠିନ୍ୟ ପରି ସମସ୍ୟା ଦେଖା ଦେଇଥାଏ। ତେଣୁ ବାସି ଅଟାର ରୁଟି ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ହୋଇଥାଏ।

ନିୟମିତ ଭାବରେ ବାସି ରୁଟି ଖାଇଲେ ପାଚନ କ୍ରିୟା ଖରାପ ହୋଇଥାଏ। ଏଥି ସହିତ ଇମ୍ୟୁନୋ ସିଷ୍ଟମ୍ ଦୁର୍ବଳ ହୋଇଥାଏ।

ସେହିପରି ବାସି ଭାତକୁ ପୁଣିଥରେ ଗରମ କରି ଖାଇବା ଦ୍ୱାରା ବ୍ୟାକ୍ଟେରିଆଙ୍କ ସଂଖ୍ୟା ବୃଦ୍ଧି ହୋଇଥାଏ। ଏହାକୁ ଖାଇଲେ ବାନ୍ତି, ଡାଇରିଆ ଓ ଫୁଡ୍‌ ପଏଜନିଙ୍ଗ ଆଦି ହେବାର ଆଶଙ୍କା ରହିଥାଏ।
publive-image
ଯଦି ଆପଣ ବାସି ଆଳୁକୁ ପୁଣି ଥରେ ଗରମ କରି ତରକାରୀ କିମ୍ୱା ଭଜାରେ ପକାଉଛନ୍ତି, ତେବେ ଏପରି ବିଲକୁଲ୍‌ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆଳୁରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe