ଜାନୁଆରୀରେ ଜନ୍ମ ହୋଇଛନ୍ତି କି ? ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ୱ

ଶିଶୁଟି ଯେତେବେଳେ ଜନ୍ମନିଏ ତା’ଜନ୍ମ ତାରିଖ ସହ କେଉଁ ମାସରେ ଜନ୍ମ ହୋଇଛି ତା’ ଉପରେ ଅଧିକ ଗୁରୁତ୍ୱ ଦିଆଯାଏ। ଶିଶୁଟିର ଭବିଷ୍ୟତ ତା’ର ଜନ୍ମମାସ ଓ ତାରିଖ ଉପରେ ନିର୍ଭର କରିଥାଏ। ଆପଣ ଜାଣିଛନ୍ତି କି ବର୍ଷ ଆରମ୍ଭରେ ତଥା ଜାନୁଆରୀ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି କିପରି ହୋଇଥିବେ। ଆସନ୍ତୁ ଜାଣିବା ଜାନୁଆରୀରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ। ଭାଗ୍ୟଶାଳୀ: ଜାନୁଆରୀରେ ଜନ୍ମ ହୋଇଥିବା ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି। ସବୁବେଳେ ତାଙ୍କର ଭାଗ୍ୟ ଚମକିଥାଏ। […]

Deepika-Padukone.,,,,,,,,,,,,,,,,,,,,,,,,,,,

Rakesh Mallick
  • Published: Tuesday, 02 May 2017
  • , Updated: 02 May 2017, 09:21 AM IST

ଶିଶୁଟି ଯେତେବେଳେ ଜନ୍ମନିଏ ତା’ଜନ୍ମ ତାରିଖ ସହ କେଉଁ ମାସରେ ଜନ୍ମ ହୋଇଛି ତା’ ଉପରେ ଅଧିକ ଗୁରୁତ୍ୱ ଦିଆଯାଏ। ଶିଶୁଟିର ଭବିଷ୍ୟତ ତା’ର ଜନ୍ମମାସ ଓ ତାରିଖ ଉପରେ ନିର୍ଭର କରିଥାଏ। ଆପଣ ଜାଣିଛନ୍ତି କି ବର୍ଷ ଆରମ୍ଭରେ ତଥା ଜାନୁଆରୀ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି କିପରି ହୋଇଥିବେ। ଆସନ୍ତୁ ଜାଣିବା ଜାନୁଆରୀରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ।

ଭାଗ୍ୟଶାଳୀ: ଜାନୁଆରୀରେ ଜନ୍ମ ହୋଇଥିବା ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି। ସବୁବେଳେ ତାଙ୍କର ଭାଗ୍ୟ ଚମକିଥାଏ। ଯେଉଁଠିକୁ ଯାଇଥାନ୍ତି ନିଜ ବ୍ୟକ୍ତିତ୍ୱର ଛାପ ଛାଡ଼ି ଆସନ୍ତି। ସବୁବେଳେ ହସଖୁସିରେ ରହିଥାନ୍ତି।

ପରିଶ୍ରମୀ: ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି। କଠିନ ପରିଶ୍ରମ କରିବାକୁ ଭଲ ପାଇଥାନ୍ତି। ଏହାସହ ସେମାନେ ଆଦର୍ଶ ବ୍ୟକ୍ତିତ୍ୱ ଓ ଜ୍ଞାନୀଗୁଣି ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାନ୍ତି।

ସବୁ କଥା ଶୀଘ୍ର ବିଝିଥାନ୍ତି: ଜାନୁଆରୀ ମାସରେ ଜନ୍ମ ନେଇଥିବା ବ୍ୟକ୍ତି ଶୀଘ୍ର ଗୋଟିଏ କଥା ବୁଝିପାରନ୍ତି ଓ ଉଚିତ ପଦକ୍ଷେପ ନେଇଥାନ୍ତି। ଏହାଦ୍ୱାରା ସେମାନେ କୌଣସି ସମସ୍ୟାରେ ପଡ଼ନ୍ତି ନାହିଁ।

ଖୋଲା ହୃଦୟ: ଏହି ବ୍ୟକ୍ତିମାନେ ହୃଦୟବାନ ହୋଇଥାନ୍ତି। କାହାପ୍ରତି ସେମାନଙ୍କର ଘୃଣା ଭାବ ନ ଥାଏ।  ବହୁତ ସ୍ପଷ୍ଟବାଦୀ ହୋଇଥାନ୍ତି। ହେଲେ କୌଣସି କଥା ନେଇ ଥରେ ରାଗି ଗଲେ ତାଙ୍କୁ ବୁଝାଇବା ବହୁତ କଷ୍ଟକର ହୋଇଥାଏ।

ପ୍ରେମ ମାମଲାରେ ଗମ୍ଭୀର: ଏମାନେ ପ୍ରେମକୁ ନେଇ ବହୁତ ଗମ୍ଭୀର ରହିଥାନ୍ତି। ଯଦି କେବେ କାହାକୁ ଥରେ ମନ ଦେଇଦିଅନ୍ତି ତାକୁ ଜୀବନରେ କେବେ ଭୁଲିପାରନ୍ତି ନାହିଁ। ଏହି କାରଣରୁ ବହୁ ସମୟରେ ନିଜ ପ୍ରେମକୁ ନେଇ ଅଡୁଆ ପରିସ୍ଥିତିରେ ପଡ଼ିଯାଆନ୍ତି।

କ୍ୟାରିୟର: ବୈଦ୍ୟୁତିକ ଗଣମାଧ୍ୟମ, ଆର୍ମୀ, ଚାଟାର୍ଡ, ଅଧ୍ୟାପକ ଓ  ଇଞ୍ଜିନିୟରିଂରେ ନିଜର କ୍ୟାରିୟର କରିଥାନ୍ତି। ଯେଉଁ କାମକୁ ହାତକୁ ନିଅନ୍ତି ମନପ୍ରାଣ ଦେଇ ତାକୁ କରିଥାନ୍ତି।

ଝିଅମାନେ ରୋମାଣ୍ଟିକ୍‌: ଜାନୁଆରୀରେ ଜନ୍ମ ହୋଇଥିବା ଝିଅମାନେ ଭାରି ରୋମାଣ୍ଟିକ୍‌ ହୋଇଥାନ୍ତି। ପୁଅଙ୍କୁ ନିଜ ଅଙ୍ଗୁଳି ନଚାଇଥାନ୍ତି। ନିଜର ପ୍ରେମଯାଦୁରେ ପୁଅଙ୍କୁ ପାଗଳ କରିଦିଅନ୍ତି। ଯେଉଁଠିକୁ ଯାଆନ୍ତି ନିଜର ଛାପ ଛାଡି ଆସନ୍ତି।

 

 

 

Related story