Advertisment

ଦୀପାବଳିରେ ଘରକୁ ଏମିତି ସଜାନ୍ତୁ...

ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି ଆମେ ସମସ୍ତେ ପାଳନ କରିବା। ଘରୁ ଦୀପ, ଲାଇଟ୍ ଜଳାଇ ଉଜ୍ଜଳିତ କରିବା ସହ ମାଆ ଲକ୍ଷ୍ମୀ ଏବଂ ଗଣେଷ ଭଗବାନଙ୍କୁ ପୂଜା ବି କରିବା। ତେବେ ଦୀପାବଳି ଏକ ଏଭଳି ପର୍ବ, ଯାହା ଆସିଲେ ଆମେ ଘର ଦ୍ୱାର ସଫା କରିଥାଉ, ସଜେଇ ଥାଉ। କେହି କେହି ଘରର ସମ୍ପୂର୍ଣ୍ଣ ନବୀକରଣ କରିଥାନ୍ତି। କେହି କେହି ଘରର ରଙ୍ଗ ବଦଳେଇଥାନ୍ତି ତ କେହି ନୂଆ ଆସବାବପତ୍ର […]

ଅଦ୍ୟତନ ହୋଇଛି
ଦୀପାବଳିରେ ଘରକୁ ଏମିତି ସଜାନ୍ତୁ...

diwali

Advertisment

ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି ଆମେ ସମସ୍ତେ ପାଳନ କରିବା। ଘରୁ ଦୀପ, ଲାଇଟ୍ ଜଳାଇ ଉଜ୍ଜଳିତ କରିବା ସହ ମାଆ ଲକ୍ଷ୍ମୀ ଏବଂ ଗଣେଷ ଭଗବାନଙ୍କୁ ପୂଜା ବି କରିବା। ତେବେ ଦୀପାବଳି ଏକ ଏଭଳି ପର୍ବ, ଯାହା ଆସିଲେ ଆମେ ଘର ଦ୍ୱାର ସଫା କରିଥାଉ, ସଜେଇ ଥାଉ। କେହି କେହି ଘରର ସମ୍ପୂର୍ଣ୍ଣ ନବୀକରଣ କରିଥାନ୍ତି। କେହି କେହି ଘରର ରଙ୍ଗ ବଦଳେଇଥାନ୍ତି ତ କେହି ନୂଆ ଆସବାବପତ୍ର ଆଣି ସଜେଇଥାନ୍ତି।

Advertisment

When is Diwali | Asia Highlights

କରୋନା ସଙ୍କଟ କାଳରେ ଏଥର ଦୀପାବଳି ପଡ଼ୁଥିବାରୁ ଲୋକେ ଏହାକୁ ପ୍ରାୟତଃ ନିରାଡ଼ମ୍ବର ଭାବେ ପାଳନ କରିବେ। ବାୟୁ ପ୍ରଦୁଷଣ ଓ କରୋନା ସଂକ୍ରମିତଙ୍କ ସ୍ୱାସ୍ଥ୍ୟକୁ ଦେଖି ଏଥର ବାଣ ଫୁଟାଇବା ଓ ବିକ୍ରି କରିବା ଉପରେ ମଧ୍ୟ ସରକାର ରୋକ୍ ଲଗାଇଛନ୍ତି। ତଥାପି ଲୋକେ ଘରର ସଫେଇ ଓ ସାଜସଜ୍ଜା କରି ପାଟି ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରି ଦୀପାବଳିର ମଜା ଉଠାଇପାରିବେ।

Diwali Festival Healthy Tips | Diwali Special Recipes, Sweets, Snacks

ଏଥର ଅଧିକାଂଶ ଲୋକେ କରୋନା ସଂକ୍ରମଣ କାରଣରୁ ଘରେ ହିଁ ରହିବେ। ଏଣୁ ଘର ସଫେଇ କାର୍ଯ୍ୟ ପାଇଁ ଯଥେଷ୍ଟ ସମୟ ମିଳିପାରିବ। ଏହାସହ ଘରକୁ ସଜେଇବା ପାଇଁ ଭିନ୍ନ ଭିନ୍ନ ଉପାୟ ପ୍ରୟୋଗ କରିବାକୁ ମଧ୍ୟ ସମୟ ମିଳିବ। ଆଉ ଘର ଯେତିକି ସୁନ୍ଦର ଭାବେ ଆପଣ ସଜେଇବେ, ସେତିକି ଆପଣଙ୍କ ଇନଷ୍ଟାଗ୍ରାମ ଅପଡେଟ୍ ମଧ୍ୟ ସୁନ୍ଦର ଦେଖାଯିବ। ଏଥିପାଇଁ ଆପଣଙ୍କ ଘରର ମୁଖ୍ୟ ଫାଟକରୁ ନେଇ ରୋଷେଇ ଘର ପର୍ଯ୍ୟନ୍ତ ସବୁକିଛି ସୁନ୍ଦର ତଥା ଆକର୍ଷଣୀୟ ଲାଗିବା ଦରକାର। ତେବେ ଜାଣନ୍ତୁ ଏଥର ଦୀପାବଳିରେ ଘର କେମିତି ସଜେଇବେ...

Advertisment

Best out of the waste wall hanging | Bandhanwar | Door hanging | Toran | Door hanging decorations, Diwali craft, Diy diwali decorations

କବାଟ-

ଘରର ମୁଖ୍ୟ ଦ୍ୱାରରେ ବଜାରରୁ ସୁନ୍ଦର ଓ ଆକର୍ଷଣୀୟ ବନ୍ଧନଓ୍ୱାର ବା ତୋରଣ ଆଣି ଲଗାନ୍ତୁ। ଏହା ବ୍ୟତୀତ ଆପଣ ତାଜା ଓ ରଙ୍ଗବେରଙ୍ଗ ଫୁଲ ଆଣିମଧ୍ୟ ତୋରଣ ତିଆରି କରି ଲଗେଇପାରିବେ। କବାଟରେ ଶୁଭ ସଂକେତ ଷ୍ଟିକର୍ ମଧ୍ୟ ଲଗେଇପାରିବେ। ଶୁଭ ଲାଭ, ଲକ୍ଷ୍ମୀ ପାଦ ଚିହ୍ନ, ଶ୍ରୀଫଳ, ସ୍ୱସ୍ତିକ ଆଦି ଶୁଭ ସଂକେତଗୁଡ଼ିକ ଲଗାଇ ଆପଣଙ୍କ ଘରର ମୁଖ୍ୟ ଦ୍ୱାରର ଶୋଭା ବଢ଼ାନ୍ତୁ।

Buy Quace 12 Stars 138 LED Curtain String Lights, Window Curtain Lights with 8 Flashing Modes Decoration for Christmas, Wedding, Party, Home, Patio Lawn, Warm White (138 LED - Star) - Warm

ଝରକା-

ଘରର ମୁଖ୍ୟ ଦ୍ୱାରର ଯେତିକି ମହତ୍ୱ ରହିଛି, ଝରକାଗୁଡ଼ିକୁ ମଧ୍ୟ ସେତିକି ଗୁରୁତ୍ୱ ଦେବା ଆବଶ୍ୟକ। ଯଦି ଆପଣଙ୍କ ଘରେ କାଚର ଝରକା ଥାଏ, ତେବେ ତା'ଉପରେ ଆପଣ ଛୋଟ ଛୋଟ ବଲବ୍ କିମ୍ବା ଝାଲର ଲଗାଇ ସଜେଇ ପାରିବେ। ଏହାକୁ ଚୟନ କଲାବେଳେ ଧ୍ୟାନ ରଖିବେ ଏହା ଯେପରି ଆପଣଙ୍କ ଆଖିକୁ ଆରାମଦାୟକ ହେବା ସହ କାନ୍ଥର ରଙ୍ଗ ସହ ମ୍ୟାଚ୍ କରୁଥିବ।

Green Diwali decoration: दिवाली की हेल्‍दी डेकोरशन में शामिल करें ये पांच पौधे

ଘରର କୋଣ-

ଦୀପାବଳି ଆସିଲେ ଆମେ ମନ ଲଗାଇ ଘରର ସଫେଇ କାର୍ଯ୍ୟ କରିଥାଉ। ଫଳରେ ଘରର କୋଣାନୁକୋଣ ସଫା ହୋଇଯାଇଥାଏ। ତେବେ ଏହି କୋଣଗୁଡ଼ିକୁ ଟିକେ ସଜେଇଲେ କେମିତି ହୁଅନ୍ତା! ଆପଣ ଘରର କୋଣଗୁଡ଼ିକରେ 'ନାଇନ ଓ କ୍ଲକ୍', 'ଅଡେନିୟ' କିମ୍ବା କୌଣସି ଛୋଟ ବା ମଧ୍ୟମ ଧରଣର ଇନଡୋର୍ ପ୍ଲାଣ୍ଟ୍ ରଖିପାରିବେ। ଏହା ଦ୍ୱାରା ଆପଣଙ୍କ ଘରର କୋଣଗୁଡ଼ିକ ମଧ୍ୟ ଦୃଷ୍ଟି ଆକର୍ଷଣ କରିବ। କେବଳ ଏତିକି ନୁହେଁ, ଏହା ଘରର ସୌନ୍ଦର୍ଯ୍ୟ ବଢ଼ାଇବା ସହ ସକରାତ୍ମକ ଶକ୍ତି ସୃଷ୍ଟି କରିବାରେ ସାହାଯ୍ୟ କରିବ। ଏହା ବ୍ୟତୀତ ଯଦି ଘରେ କୁଣ୍ଡି ଅଛି, ଆପଣ ସଜେଇବା ଲାଗି ତାକୁ ମଧ୍ୟ ବ୍ୟବହାର କରିପାରିବେ।

2017

ସେଣ୍ଟର ଟେବୁଲ-

ଘରର ସବୁଠାରୁ ମୁଖ୍ୟ କେନ୍ଦ୍ରରୁ ଲୋକେ ଫଟୋ ଫ୍ରେମରେ ସଜେଇଥାନ୍ତି। ଏଣୁ ଏହାକୁ ବିଶେଷ ଧ୍ୟାନ ଦେବା ତ ନିହାତି ଆବଶ୍ୟକ। ଏଥିପାଇଁ ସେଣ୍ଟର ଟେବୁଲ ଉପରେ ଲିକ୍ୱିଡ୍ ରଙ୍ଗୋଲୀ ବନେଇ ସଜେଇ ପାରିବେ। ଭଳି କି ଭଳି ଆର୍ଟିଫିସିଆଲ୍ ବା କୃତ୍ରିମ ଫୁଲ ଦ୍ୱାରା ମଧ୍ୟ ସଜେଇ ପାରିବେ। ଏହାସହ ସୁଗନ୍ଧିତ କ୍ୟାଣ୍ଡେଲ ଜଳାଇ ଦୀପାବଳି ଭଳି ମାହୋଲ ବନେଇବା ସହ ଡ୍ରାଏ ଫ୍ରୁଟ୍ସ ବକ୍ସ ମଧ୍ୟ ଟେବୁଲ ଉପରେ ରଖି ଶୋଭା ବଢ଼ାଇପାରିବେ।

ଦୀପାବଳି ୨୦୨୦: ୪୯୯ ବର୍ଷ ପରେ ଆସୁଛି ଏଭଳି ଶୁଭ ସଂଯୋଗ
Diwali 2020 Diwali Decoration
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe