Advertisment

ସେଲେବ୍ରିଟିଙ୍କ ପରି କରନ୍ତୁ ଶିମର୍ ମେକ୍‌ଅପ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସାଧାରଣତଃ ଝିଅ ଓ ମହିଳାମାନେ କୌଣସି ପାର୍ଟି ବା ଫଙ୍କ୍‌ସନ୍‌କୁ ଗଲାବେଳେ ନିଜକୁ ଆକର୍ଷଣୀୟ ଲୁକ୍‌ ଦେବାକୁ ଚାହିଁଥା’ନ୍ତି। ଆଉ ସେଥିପାଇଁ ପାର୍ଟିକୁ ଯିବା ପୂର୍ବରୁ ପାର୍ଲର୍‌ରେ ଗଣ୍ଟା ଘଣ୍ଟା ସମୟ ଓ ଟଙ୍କା ଖର୍‌ଚ କରିଥାନ୍ତି। ହେଲେ ତଥାପି ସେମାନଙ୍କୁ ନିଜ ମନମୁତାବକ ଲୁକ୍ ମିଳେ ନାହିଁ।  ଏଥିପାଇଁ ଯଥେଷ୍ଟ ସମୟ ପାଇ ନ ଥା’ନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଦେବୁ, ଯାହା ଆପଣାଇଲେ ଆପଣ ଖୁବ୍‌ କମ୍‌ […]

author-image
Chinmayee Roy
ସେଲେବ୍ରିଟିଙ୍କ ପରି କରନ୍ତୁ ଶିମର୍ ମେକ୍‌ଅପ୍

makeup

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସାଧାରଣତଃ ଝିଅ ଓ ମହିଳାମାନେ କୌଣସି ପାର୍ଟି ବା ଫଙ୍କ୍‌ସନ୍‌କୁ ଗଲାବେଳେ ନିଜକୁ ଆକର୍ଷଣୀୟ ଲୁକ୍‌ ଦେବାକୁ ଚାହିଁଥା'ନ୍ତି। ଆଉ ସେଥିପାଇଁ ପାର୍ଟିକୁ ଯିବା ପୂର୍ବରୁ ପାର୍ଲର୍‌ରେ ଗଣ୍ଟା ଘଣ୍ଟା ସମୟ ଓ ଟଙ୍କା ଖର୍‌ଚ କରିଥାନ୍ତି। ହେଲେ ତଥାପି ସେମାନଙ୍କୁ ନିଜ ମନମୁତାବକ ଲୁକ୍ ମିଳେ ନାହିଁ।  ଏଥିପାଇଁ ଯଥେଷ୍ଟ ସମୟ ପାଇ ନ ଥା'ନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଦେବୁ, ଯାହା ଆପଣାଇଲେ ଆପଣ ଖୁବ୍‌ କମ୍‌ ସମୟରେ ସେଲବ୍ରିଟିଙ୍କ ପରି ପାର୍ଟି ରେଡି ସିମର୍ ଲୁକ୍ ପାଇପାରିବେ ଓ ସେଠାରେ ସମସ୍ତଙ୍କ ନଜରର କେନ୍ଦ୍ର ବି ସାଜିବେ।

Advertisment

https://www.instagram.com/p/CAVfr_mhoGv/?utm_source=ig_web_copy_link

ଆପଣମାନେ ଅନେକ ସମୟରେ ସେଲେବ୍ରିଟିମାନଙ୍କୁ ସିମର୍ ମେକ୍‌ଅପ୍‌ ଲୁକ୍‌ରେ ଦେଖିଥିବେ। ବର୍ତ୍ତମାନ ସମୟରେ ରୋଜ୍ ଗୋଲ୍ଡ ଶିମର ଆଇ ମେକଅପ ଲୁକ୍ ଟ୍ରେଣ୍ଡିଂରେ ଅଛି। ଏହା ଏକ ଫେଷ୍ଟିଭ ଲୁକ୍। ତେଣୁ ଏହାକୁ ଆପଣ ବାହାଘର, ପୂଜାପାର୍ବଣ ସହ ଅଫିସ୍‌ର ନାଇଟ୍ ପାର୍ଟିରେ ମଧ୍ୟ ନେଇପାରିବେ। ଏଭଳି ଲୁକ୍ ପାଇବା ପାଇଁ ଆପଣ ଶିମର୍‌କୁ ଆଖି ପଲକରେ ଭଲ ଭାବରେ ସେଟ୍ କରନ୍ତୁ ଏବଂ ମାସ୍କାରା ପ୍ରୟୋଗ କରିବାକୁ ଭୁଲନ୍ତୁ ନାହିଁ। ଏହି ଲୁକ୍ ସହିତ, ଆପଣ ନିଜ ପାଉଟ୍‌ ବା ଓଠକୁ ବ୍ରାଇଟ୍ ରଙ୍ଗରେ ଭରି ପାରିବେ।

https://www.instagram.com/p/Bxk_T74hzPI/?utm_source=ig_web_copy_link

ଯଦି ଆପଣ ଆଖିକୁ ନିଜ ପୁରା ଲୁକ୍‌ର କେନ୍ଦ୍ରବିନ୍ଦୁ କରିବାକୁ ଚାହୁଁଛ, ତେବେ ଆପଣ କଙ୍ଗନା ପରି ଚମକଦାର ରଙ୍ଗର ଆଇଲାଇନର୍ ପ୍ରୟୋଗ କରିପାରିବେ। ଶିମ୍ରି ବ୍ଲୁ ଆଇଲାଇନର୍ ବହୁତ ଷ୍ଟନିଙ୍ଗ୍ ଦେଖାଯାଏ।

Advertisment

ଯଦି ଆପଣ ନିଜ ମେକଅପ୍ ଉପରେ ବିଭିନ୍ନ ପ୍ରକାରର ଏକ୍ସପେରିମେଣ୍ଟ କରନ୍ତି, ତେବେ ନିଜ ଓଠରେ ଶିମର ଟଚ୍ ଦେବାକୁ ଭୁଲନ୍ତୁ ନାହିଁ। ଏହି ଲୁକ୍ ଦେଖି ଲୋକମାନେ କେବଳ ଆପଣଙ୍କ ପ୍ରଶଂସା କରିବେ। ଯଦି ଆପଣ ଲିପସ୍‌ରେ ଶିମର୍ ପ୍ରୟୋଗ କରୁଛନ୍ତି, ତେବେ ଆପଣଙ୍କର ଅବଶିଷ୍ଟ ଚେହେରାର ମେକଅପ୍ ଟିକିଏ ହାଲୁକା ରଖନ୍ତୁ।

publive-imageଆପଣ ଶିମର୍‌କୁ ଫେସ୍ ହାଇଲାଇଟର୍ କିମ୍ବା ବ୍ଲସ୍ ଭାବରେ ମଧ୍ୟ ବ୍ୟବହାର କରିପାରିବେ। ଆଇବ୍ରୋ କୋଣରେ ,ବ୍ରୋ ଭେନ୍ ଉପରେ ଏବଂ ଗାଲ ପ୍ରୟୋଗ କରି ନିଜକୁ ଏକ ଫେଷ୍ଟିଭ୍ ମେକପ୍ ଲୁକ୍‌ ଦେଇପାରିବେ। ଆପଣଙ୍କ ଚେହେରାକୁ ସମ୍ପୂର୍ଣ୍ଣ କରିବା ପାଇଁ ବୋଲ୍ଡ ଲିପଷ୍ଟିକ୍ ଏବଂ ମିନିମାଲ୍ ଆଖି ମେକଅପ୍ ପ୍ରୟୋଗ କରନ୍ତୁ।