Advertisment

ଏମିତି ଖାଆନ୍ତୁ ଅଣ୍ଡା…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟ ପକ୍ଷେ ହିତକର ହେଉଛି ଅଣ୍ଡା। ଏଥିରେ ପ୍ରୋଟିନ୍‌, ଭିଟାମିନ୍, ମିନେରାଲ୍ସ ଏବଂ ହେଲ୍‌ଦି ଫ୍ୟାଟ୍‌ର ମାତ୍ରା ଅଧିକ ଥାଏ। ଅଣ୍ଡାରେ ପ୍ରଚୁର ମାତ୍ରାରେ ପୋଷକ ତତ୍ୱ ଥାଏ। କିନ୍ତୁ ଏହା ଆପଣଙ୍କ ଶୀରରକୁ ସେତେବେଳେ ଲାଭ ପହଞ୍ଚାଇବ ଯେତେବେଳେ ଏହାକୁ ଆପଣ ସଠିକ୍‌ ମାତ୍ରାରେ ଓ ସଠିକ୍‌ ଢଙ୍ଗରେ ଖାଇବେ। ନଚେତ୍‌ ଏହାର ଓଲଟା ଫଳ ଭୋଗିବାକୁ ପଡ଼ବ । ସିଝା ଅଣ୍ଡା ଖାଆନ୍ତୁ କଞ୍ଚା ଅଣ୍ଡାରେ ଅନେକ ପ୍ରକାରର ବ୍ୟାକ୍ଟେରିଆ ଥାଇପାରନ୍ତି। […]

ଅଦ୍ୟତନ ହୋଇଛି
ଏମିତି ଖାଆନ୍ତୁ ଅଣ୍ଡା…

eggg

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟ ପକ୍ଷେ ହିତକର ହେଉଛି ଅଣ୍ଡା। ଏଥିରେ ପ୍ରୋଟିନ୍‌, ଭିଟାମିନ୍, ମିନେରାଲ୍ସ ଏବଂ ହେଲ୍‌ଦି ଫ୍ୟାଟ୍‌ର ମାତ୍ରା ଅଧିକ ଥାଏ। ଅଣ୍ଡାରେ ପ୍ରଚୁର ମାତ୍ରାରେ ପୋଷକ ତତ୍ୱ ଥାଏ। କିନ୍ତୁ ଏହା ଆପଣଙ୍କ ଶୀରରକୁ ସେତେବେଳେ ଲାଭ ପହଞ୍ଚାଇବ ଯେତେବେଳେ ଏହାକୁ ଆପଣ ସଠିକ୍‌ ମାତ୍ରାରେ ଓ ସଠିକ୍‌ ଢଙ୍ଗରେ ଖାଇବେ। ନଚେତ୍‌ ଏହାର ଓଲଟା ଫଳ ଭୋଗିବାକୁ ପଡ଼ବ ।
ସିଝା ଅଣ୍ଡା ଖାଆନ୍ତୁ
କଞ୍ଚା ଅଣ୍ଡାରେ ଅନେକ ପ୍ରକାରର ବ୍ୟାକ୍ଟେରିଆ ଥାଇପାରନ୍ତି। ତେଣୁ ଅଣ୍ଡାକୁ ସିଝାଇ ଖିଆ ଯାଇଥାଏ। ତେବେ କିଛି ଲୋକ ଅଛନ୍ତି ଯିଏ କଞ୍ଚା ଅଣ୍ଡା ଖାଇଥାନ୍ତି। ହେଲେ ଏପରି ଖାଇବା ଆଦୌ କରିବା ଉଚିତ୍ ନୁହେଁ । କଞ୍ଚା ଅଣ୍ଡା ଖାଇବା ଫଳରେ ଏଥିରେ ଥିବା ମୋଟ୍‌ ପ୍ରୋଟିନ୍‌ର ମାତ୍ର ୫୧ ପ୍ରତିଶତ ଶରୀରକୁ ଯାଏ। ମାତ୍ର ସିଝାଇ ଖାଇବା ଦ୍ୱାରା ଶରୀରକୁ ସଠିକ୍‌ ପ୍ରୋଟିନ୍‌ ମିଳିଥାଏ। କାରଣ ତାପମାତ୍ରା ବଢ଼ିବା ଫଳରେ ଅଣ୍ଡାରେ ଥିବା ପ୍ରୋଟିନ୍‌ର ଷ୍ଟ୍ରକ୍‌ଚର ବଦଳି ଯାଏ ଓ ଏହା ସହଜରେ ହଜମ ହୋଇଯାଏ।
publive-imageଅଧିକ ତାପମାତ୍ରାରେ ସିଝାନ୍ତୁନି
ସିଝା ଅଣ୍ଡା ଶରୀର ପାଇଁ ଲାଭଦାୟକ, ହେଲେ ଏହାକୁ ଅଧିକ ତାପମାତ୍ରାରେ ସିଝାଇବା ଠିକ୍‌ ନୁହେଁ । ଅଧିକ ତାପମାତ୍ରାରେ ସିଝାଇବା ଫଳରେ ଅଣ୍ଡାରେ ଥିବା ପ୍ରୋଟିନ୍‌ ମିଳିଥାଏ, ମାତ୍ର ଅନ୍ୟ ପୋଷକ ତତ୍ୱ ନଷ୍ଟ ହୋଇଯାଏ। ଗବେଷଣାରେ କୁହାଯାଇଛି ଯେ, ଅଣ୍ଡାକୁ ଅଧିକ ତାପମାତ୍ରାରେ ସିଝାଇବା ଫଳରେ ଏଥିରେ ଥିବା ଭିଟାମିନ୍‌ ଏ ୧୭ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଏ । ଅଧିକ ଆଞ୍ଚରେ ଅଣ୍ଡା ସିଝାଇବା ଫଳରେ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ କମିଯାଏ।

Advertisment

ଅଣ୍ଡାକୁ ଏମିତି କରନ୍ତୁ ପୁଷ୍ଟିକର
ସିଝା ଅଣ୍ଡା କିମ୍ବା ଅଣ୍ଡା ପୋଚ୍‌ ଖାଆନ୍ତୁ। କାରଣ ଏଥିରେ କ୍ୟାଲୋରୀର ମାତ୍ରା କମ୍‌ ଓ ପୋଷକତତ୍ୱ ଅଧିକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe