Advertisment

Home Tips in odia: ନିଜ ଘରର ପରିବେଶକୁ ଏପରି କରନ୍ତୁ ସ୍ୱାସ୍ଥ୍ୟକର

ଆଜିକାଲିର ପ୍ରଦୂଷିତ ପରିବେଶ ଯୋଗୁ ଲୋକମାନେ ଅଧିକ ରୋଗର ଶିକାର ହେଉଛନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ନାନା ପ୍ରକାରର ଔଷଧ ମଧ୍ୟ ଖାଉଛନ୍ତି। ହେଲେ ଆପଣ ଜାଣିନଥିବେ ଯେ କେବଳ ବାହାରର ପ୍ରଦୂଷଣ ନୁହେଁ ବରଂ ଆପଣଙ୍କ ଘରର ଦୂଷିତ ବାତାବରଣ ବି ଆପଣଙ୍କୁ ରୋଗରେ ପକାଇପାରେ। ତେବେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଯାହାକୁ ଆପଣାଇ ଆପଣ ନିଜ ଘରକୁ ଏକ ସ୍ୱାସ୍ଥ୍ୟକର ବାତାବରଣ ଦେଇପାରିବେ। ୧) ଘରକୁ ସଫା ରଖନ୍ତୁ: […]

author-image
Chinmayee Roy
ଅଦ୍ୟତନ ହୋଇଛି
Home Tips in odia: ନିଜ ଘରର ପରିବେଶକୁ ଏପରି କରନ୍ତୁ ସ୍ୱାସ୍ଥ୍ୟକର

home

ଆଜିକାଲିର ପ୍ରଦୂଷିତ ପରିବେଶ ଯୋଗୁ ଲୋକମାନେ ଅଧିକ ରୋଗର ଶିକାର ହେଉଛନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ନାନା ପ୍ରକାରର ଔଷଧ ମଧ୍ୟ ଖାଉଛନ୍ତି। ହେଲେ ଆପଣ ଜାଣିନଥିବେ ଯେ କେବଳ ବାହାରର ପ୍ରଦୂଷଣ ନୁହେଁ ବରଂ ଆପଣଙ୍କ ଘରର ଦୂଷିତ ବାତାବରଣ ବି ଆପଣଙ୍କୁ ରୋଗରେ ପକାଇପାରେ। ତେବେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଯାହାକୁ ଆପଣାଇ ଆପଣ ନିଜ ଘରକୁ ଏକ ସ୍ୱାସ୍ଥ୍ୟକର ବାତାବରଣ ଦେଇପାରିବେ।

Advertisment

keep your house clean୧) ଘରକୁ ସଫା ରଖନ୍ତୁ:

ଘରକୁ ସବୁଦିନ ଝାଡ଼ୁ ମାରନ୍ତୁ। ବିଶେଷ କରି ଘରର କୋଣ ଗୁଡ଼ିକୁ ଭଲଭାବେ ସଫା କରନ୍ତୁ। ପ୍ରତ୍ୟେକ ସପ୍ତାହରେ ଘର ଝଢ଼ା ଝଢ଼ି କରନ୍ତୁ। କାର୍ପେଟ୍, ପରଦା, ସୋଫା କଭର ସହ ଅନ୍ୟାନ୍ୟ କଭରଗୁଡ଼ିକୁ ସପ୍ତାହରେ ଥରେ ସଫା କରନ୍ତୁ।  ପ୍ରତ୍ୟେତ ଦିନ ବେଡସିଟ୍ ବଦଳାନ୍ତୁ ଓ ତାକୁ ଧୋଇଦିଅନ୍ତୁ। ବିଶେଷ କରି ଯଦି ଆପଣଙ୍କର ଗୃହପାଳିତ ପଶୁ ଅଛି ତାକୁ ଓ ତାର ବ୍ୟବହୃତ ଜିନିଷଗୁଡିକୁ ମଧ୍ୟ ସଫା ରଖନ୍ତୁ। ପ୍ରତ୍ୟେକ ଦିନ ପାଣିରେ ଆଣ୍ଟିସେପ୍ଟିକ ଲିକ୍ୱିଡ୍ ପକାଇ ଘରର ଚଟାଣ ସଫା କରନ୍ତୁ।keeping bathroom clean

୨) ବାଥରୁମ ସଫା ରଖନ୍ତୁ:

ବାଥରୁମକୁ ସବୁବେଳେ ସଫା ରଖନ୍ତୁ। ବାଥରୁମରେ ଏକ ଏକ୍‌ଜଷ୍ଟ ଫ୍ୟାନ୍ ଲଗାନ୍ତୁ। ଏହା ଦ୍ୱାରା ବାଥରୁମ୍‌ର ଦୂଷିତ ବାୟୁ ଘର ଭିତରକୁ ପ୍ରବେଶ କରିପାରିବ ନାହିଁ। ଏଥିସହ ବାଥରୁମ୍‌ ଭିତରେ ଅଧିକ ସମୟ ରହିଲେ ମଧ୍ୟ ଅଣନିସ୍ୱାସୀ ଲାଗିବ ନାହିଁ।don't smoke at home

Advertisment

୩) ଘରେ ଧୂମପାନ କରନ୍ତୁ ନାହିଁ:

ଧୂମପାନ ଶରୀର ପାଇଁ କେତେ ହାନିକାରକ ଏ କଥା ତ ସମସ୍ତେ ଜାଣନ୍ତି।  ଆପଣ ଜାଣନ୍ତି କି ଧୂମପାନ କରୁଥିବା ବ୍ୟକ୍ତି ପାଇଁ ଏହା ଯେତେ କ୍ଷତି କରେ ଏହି ଧୂଆଁ ତାଙ୍କ ଆଖପାଖରେ ଥିବା ବ୍ୟକ୍ତିଙ୍କର ମଧ୍ୟ ସେତିକି କ୍ଷତି କରେ। ତମାଖୁର ଧୂଆଁ ଘରର ବାତାବରଣକୁ ଦୂଷିତ କରିଦିଏ। ଯାହାକି ଛୋଟପିଲାମାନଙ୍କ ପାଇଁ ବହୁତ କ୍ଷତିକାରତ।try some change in kitchen

୪) ରୋଷେଇ ଘରେ ପରିବର୍ତ୍ତନ କରନ୍ତୁ:

ରାନ୍ଧିବା ସମୟରେ, ରନ୍ଧନ ଧୂଆଁରୁ ମୁକ୍ତି ପାଇବା ପାଇଁ ଘରର ଝରକା ସବୁ ଖୋଲା ରଖନ୍ତୁ। ରୋଷେଇ ଘରେ ଏକଜଷ୍ଟ ଫ୍ୟାନ୍‌ କିମ୍ବା ଚିମିନି ଲଗାନ୍ତୁ, ଏହା ଦୂଷିତ ବାୟୁକୁ ନିଷ୍କାସିତ କରିବ। ନିୟମିତ ରୋଷେଇ ଘରକୁ ସଫା କରନ୍ତୁ। ପରିବା ଚୋପା ଓ ଅଇଁଠାକୁ ଏଣେତେଣେ  ନ ପକାଇ ଘୋଡ଼ଣୀ ଥିବା ଡଷ୍ଟବିନ୍‌ରେ ପକାନ୍ତୁ। ଆଉ ପ୍ରତ୍ୟେକ ଦିନ ଡଷ୍ଟବିନ୍‌କୁ ଖାଲି କରନ୍ତୁ।try room freshner

୫) ଉତ୍କଟ ସୁଗନ୍ଧଯୁକ୍ତ ଦ୍ରବ୍ୟରୁ ଦୂରେଇ ରୁହନ୍ତୁ:

ରୁମ୍ ଫ୍ରେନ୍ସର, କୀଟନାଶକ ପ୍ରତିରୋଧକ ଯେପରିକି ମଶାଧୂପ, ଅତର, ଅତ୍ୟଧିକ ବାସ୍ନା ହେଉଥିବା ଓ ଧୂଆଁ ବାହାରୁଥିବା ଧୂପ କାଠି ଫିନାଇଲ୍‌ ବ୍ୟବହାର କମ୍ କରନ୍ତୁ। ଏସବୁ ଆଲର୍ଜି କରିପାରେ ଓ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି କରିପାରେ।Indoor plants

୬) ଇନଡୋର ପ୍ଲାଣ୍ଟ ରଖନ୍ତୁ:

ଏକ ଗବେଷଣାରୁ ଜଣାପଡ଼ିଛି ଯେ ବାୟୁକୁ ଶୁଦ୍ଧ କରିବାରେ ଇନଡୋର ପ୍ଲାଣ୍ଟଗୁଡ଼ିକର ବହୁତ ବଡ଼ ଭୂମିକା ରହିଛି। ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏହି ପ୍ଲାଣ୍ଟଗୁଡ଼ିକ ଆମ ଘର ଭିତରୁ ବେନଜେନ, ଫର୍ମାଲଡିହାଇଡ୍, ଟ୍ରାଇକ୍ଲୋରେଥାଇଲନ୍, ଜାଇଲିନ୍, ଏବଂ ଆମୋନିୟା ଭଳି ବିଶାକ୍ତ ଗ୍ୟାସକୁ ବାହାର କରି କିଛି ଘରକୁ ବିଶୁଦ୍ଧ କରେ।