Advertisment

ଆଜି ଡିନର୍‌ରେ ପ୍ରସ୍ତୁତ କରନ୍ତୁ 'ଆଳୁ ପୁରି'

ଆବଶ୍ୟକ ସାମଗ୍ରୀ: ଅଟା, ଆଳୁ, କଟାକଞ୍ଚାଲଙ୍କା, ଅଳ୍ପ ହଳଦୀ, ଲାଲ୍ ଲଙ୍କାଗୁଣ୍ଡ, ତେଲ, ଲୁଣ, ଜୁଆଣୀ ଓ କସ୍ତୁରୀ ମେଥି । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଟା ସହ ଲୁଣ ମିଶାଇ ଚାଲୁଣୀରେ ଚଲାଇ ନିଅନ୍ତୁ। ଏଥିରେ ଜୁଆଣୀ ଓ କସ୍ତୁରୀ ମେଥି ମିଶାଇ ଅଳ୍ପ ଅଳ୍ପ ପାଣି ଦେଇ ଭଲଭାବେ ଦଳିଦିଅନ୍ତୁ। ଏହାକୁ ଏକ ଓଦାକନାରେ ଅଧଘଣ୍ଟା ଘୋଡ଼ାଇ ରଖନ୍ତୁ। ଏବେ ଆଳୁକୁ ସିଝାଇ, ଚୋପା ଛଡ଼ାଇ କଟା ଲଙ୍କା, ତେଲ, ଲୁଣ, ହଳଦୀ ଓ […]

author-image
Chinmayee Roy
ଅଦ୍ୟତନ ହୋଇଛି
ଆଜି ଡିନର୍‌ରେ ପ୍ରସ୍ତୁତ କରନ୍ତୁ 'ଆଳୁ ପୁରି'

pori

ଆବଶ୍ୟକ ସାମଗ୍ରୀ: ଅଟା, ଆଳୁ, କଟାକଞ୍ଚାଲଙ୍କା, ଅଳ୍ପ ହଳଦୀ, ଲାଲ୍ ଲଙ୍କାଗୁଣ୍ଡ, ତେଲ, ଲୁଣ, ଜୁଆଣୀ ଓ କସ୍ତୁରୀ ମେଥି ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଟା ସହ ଲୁଣ ମିଶାଇ ଚାଲୁଣୀରେ ଚଲାଇ ନିଅନ୍ତୁ। ଏଥିରେ ଜୁଆଣୀ ଓ କସ୍ତୁରୀ ମେଥି ମିଶାଇ ଅଳ୍ପ ଅଳ୍ପ ପାଣି ଦେଇ ଭଲଭାବେ ଦଳିଦିଅନ୍ତୁ। ଏହାକୁ ଏକ ଓଦାକନାରେ ଅଧଘଣ୍ଟା ଘୋଡ଼ାଇ ରଖନ୍ତୁ। ଏବେ ଆଳୁକୁ ସିଝାଇ, ଚୋପା ଛଡ଼ାଇ କଟା ଲଙ୍କା, ତେଲ, ଲୁଣ, ହଳଦୀ ଓ ଲାଲ୍ ଲଙ୍କାଗୁଣ୍ଡ ମିଶାଇ ଭଲକରି ଚକଟି ଦିଅନ୍ତୁ। ଏବେ ଦଳା ହୋଇଥିବା ଅଟାରୁ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ ଓ ଏଗୁଡ଼ିକୁ ପୁରି ପରି ବେଲନ୍ତୁ। ଏବେ ପୁରି ମଝିରେ ଆଳୁପୁର ରଖି ଚାରିପଟୁ ବନ୍ଦ କରି ଏହାକୁ ପୁଣି ଗୁଳା କରି ଆଉଥରେ ବେଲି ଦିଅନ୍ତୁ। ବର୍ତ୍ତମାନ କଡ଼େଇରେ ତେଲ ଗରମ କରି ଏଗୁଡ଼ିକୁ ଛାଣିନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଗରମା ଗରମ ‘ଆଳୁ ପୁରି’।