Advertisment

ଜାଣନ୍ତୁ କିପରି ଘରେ ପ୍ରସ୍ତୁତ ହୁଏ ଚିକେନ୍‌ ପାର୍ସଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିକେନରେ ବିଭିନ୍ନ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରିବା ଆପଣ ଜାଣିଥିବେ। ହେଲେ ଆଜି ଆମେ ଚିକେନରେ ପ୍ରସ୍ତୁତ ଏପରି ଆଇଟମ୍‌ କହିବୁ, ଯାହା କି ଆପଣ ପୂର୍ବରୁ କେବେ ପ୍ରସ୍ତୁତ କରି ନ ଥିବେ, କି ଖାଇ ନ ଥିବେ। ଏପରି ଆଇଟମ୍‌ ହେଉଛି ଚିକେନ ପାର୍ସଲ। ଆଜି ଜାଣନ୍ତୁ ଏହାକୁ କିପରି ଘରେ ପ୍ରସ୍ତୁତ କରି ପାରିବେ। ଆବଶ୍ୟକ ସାମଗ୍ରୀ ଚିକେଟ୍‌, ଅଦା ରସୁଣ ପେଷ୍ଟ, ଲେମ୍ବୁ, କଞ୍ଚା ଲଙ୍କା, ଗୋଲ ମରିଚ […]

ଅଦ୍ୟତନ ହୋଇଛି
ଜାଣନ୍ତୁ କିପରି ଘରେ ପ୍ରସ୍ତୁତ ହୁଏ ଚିକେନ୍‌ ପାର୍ସଲ୍‌

c11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିକେନରେ ବିଭିନ୍ନ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରିବା ଆପଣ ଜାଣିଥିବେ। ହେଲେ ଆଜି ଆମେ ଚିକେନରେ ପ୍ରସ୍ତୁତ ଏପରି ଆଇଟମ୍‌ କହିବୁ, ଯାହା କି ଆପଣ ପୂର୍ବରୁ କେବେ ପ୍ରସ୍ତୁତ କରି ନ ଥିବେ, କି ଖାଇ ନ ଥିବେ। ଏପରି ଆଇଟମ୍‌ ହେଉଛି ଚିକେନ ପାର୍ସଲ। ଆଜି ଜାଣନ୍ତୁ ଏହାକୁ କିପରି ଘରେ ପ୍ରସ୍ତୁତ କରି ପାରିବେ।

Advertisment

ଆବଶ୍ୟକ ସାମଗ୍ରୀ

ଚିକେଟ୍‌, ଅଦା ରସୁଣ ପେଷ୍ଟ, ଲେମ୍ବୁ, କଞ୍ଚା ଲଙ୍କା, ଗୋଲ ମରିଚ ଗୁଣ୍ଡ, ତେଲ, କିସ୍‌ମିସ୍‌, କାଜୁ ବାଦାମ, ପିସ୍ତା ବାଦାମ, ଲୁଣ, ଚିଲି ଫ୍ଲେକ୍ସ, ପନିର, ଦହି ଏବଂ ପାନ ପତ୍ର।

ପ୍ରସ୍ତୁତି ପ୍ରଣାଳି

ପ୍ରଥମେ ଆପଣ ବଡ଼ ଏବଂ ବୋନ୍‌ଲେସ୍‌ ଚିକେନ୍‌ ପିସ୍‌ ଆଣି ଛୁରି ସାହାଯ୍ୟରେ ଭିତର ପାଖ କାଟି ପକେଟ୍‌ ଭଳି କରିଦିଅନ୍ତୁ। ଯେମିତି ଏହା ଭିତରେ ମସଲା ପଶିପାରିବ। ଚିକେନ୍‌ ମ୍ୟାରିନେଟ୍‌ କରିବା ପାଇଁ ସେଥିରେ ଲେମ୍ବୁ ରସ, ଅଦା ରସୁଣ ପେଷ୍ଟ, ଲୁଣ, ଚିଲି ଫ୍ଲେକ୍ସ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଚିକେନ୍‌ର ବାହାର ଏବଂ ଭିତର ପାଖରେ ଏହାକୁ ଭଲରେ ଲଗାଇ ଦିଅନ୍ତୁ।

Advertisment

ଏବେ ଚିକେନ୍‌ ପାର୍ସଲର ଷ୍ଟପିଂ ତିଆରି କରିବା ପାଇଁ ଗ୍ୟାସ୍‌ରେ ତାୱା ବସାନ୍ତୁ। ସେଥିରେ ଛେନା, କଟା କାଜୁ, କିସ୍‌ମିସ୍‌, ପିସ୍ତା ବାଦାମ, କଟା କଞ୍ଚା ଲଙ୍କା, ଲୁଣ, ଚିଲି ଫ୍ଲେକ୍ସ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଏହାକୁ ଅଳ୍ପ ଭାଜି ଏକ ପାତ୍ରରେ ବାହାର କରି ଦିଅନ୍ତୁ। ଏବେ ଛେନାରେ ପ୍ରସ୍ତୁତ ମସଲା ଥଣ୍ଡା ହେଲା ପରେ ସେଥିରେ ଦହି, ଗୋଲମରିଚ ଗୁଣ୍ଡ, କଟା ପାନ ପତ୍ର ପକାଇ ଗୋଳାଇ ଦିଅନ୍ତୁ।

ଏବେ ପାର୍ସଲ ପାଇଁ ଷ୍ଟପିଂ ପ୍ରସ୍ତୁତ ହେଇଗଲା। ବର୍ତ୍ତମାନ ପୂର୍ବରୁ ପକେଟ୍‌ ଭଳି ପ୍ରସ୍ତୁତ କରି ରଖିଥିବା ଚିକେନ୍‌ ଭିତରେ ସେହି ଷ୍ଟପିଂକୁ ଦିଅନ୍ତୁ। ଏବେ ଗ୍ୟାସ୍‌ରେ ତାୱା ବସାଇ ସେଥିରେ ତେଲ ଦିଅନ୍ତୁ ଏବଂ ଚିକେନ୍‌କୁ ଭାଜନ୍ତୁ। ଚିକେନ୍‌ର ଗୋଟେ ପାଖ ବ୍ରାଉନ ହୋଇଗଲେ ଆର ପାଖ ମଧ୍ୟ ଲାଲ୍‌ କରି ଭାଜି ଦିଅନ୍ତୁ। ଦୁଇ ପାଖ ଲାଲ୍‌ ହୋଇ ସିଝି ଗଲା ପରେ ପ୍ରସ୍ତୁତ ହେଇଯିବ ଚିକେନ୍‌ ପାର୍ସଲ୍‌। ଏବେ ଚିକେନ୍‌ ପାର୍ସଲ୍‌କୁ କାଟି ଖାଇବାର ମଜା ନିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe