Advertisment

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଅଣ୍ଡା ଫେଣି ତରକାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଣ୍ଡାର ବିଭିନ୍ନ ପ୍ରକାର ବ୍ୟଞ୍ଜନ ଆପଣ ଖାଇଥିବେ। ଏହା ସମସ୍ତଙ୍କୁ ଭଲ ଲାଗିଥାଏ। ତେବେ ଛୋଟ ପିଲାଙ୍କୁ ଏହା ବହୁତ ପସନ୍ଦ ଆସିଥାଏ। ଆଜି ଅଣ୍ଡା ବ୍ୟବହାର କରି ଆଉ ଗୋଟେ ସ୍ୱାଦିଷ୍ଟ ଆଇଟମ୍‌ ତିଆରି କରି ଖାଆନ୍ତୁ। ଏହା ଆପଣଙ୍କୁ ନିଶ୍ଚିତ ପସନ୍ଦ ଆସିବ। ଆବଶ୍ୟକୀୟ ସାମଗ୍ରୀ ଅଣ୍ଡା, ଅଦା ରସୁଣ ପେଷ୍ଟ, ଟମାଟୋ ପେଷ୍ଟ, ପିଆଜ ପେଷ୍ଟ, ତେଜ ପତ୍ର, ଶୁଖିଲା ଲଙ୍କା, ସୋରିଷ ତେଲ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, […]

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଅଣ୍ଡା ଫେଣି ତରକାରୀ

a22

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଣ୍ଡାର ବିଭିନ୍ନ ପ୍ରକାର ବ୍ୟଞ୍ଜନ ଆପଣ ଖାଇଥିବେ। ଏହା ସମସ୍ତଙ୍କୁ ଭଲ ଲାଗିଥାଏ। ତେବେ ଛୋଟ ପିଲାଙ୍କୁ ଏହା ବହୁତ ପସନ୍ଦ ଆସିଥାଏ। ଆଜି ଅଣ୍ଡା ବ୍ୟବହାର କରି ଆଉ ଗୋଟେ ସ୍ୱାଦିଷ୍ଟ ଆଇଟମ୍‌ ତିଆରି କରି ଖାଆନ୍ତୁ। ଏହା ଆପଣଙ୍କୁ ନିଶ୍ଚିତ ପସନ୍ଦ ଆସିବ।

Advertisment

ଆବଶ୍ୟକୀୟ ସାମଗ୍ରୀ

ଅଣ୍ଡା, ଅଦା ରସୁଣ ପେଷ୍ଟ, ଟମାଟୋ ପେଷ୍ଟ, ପିଆଜ ପେଷ୍ଟ, ତେଜ ପତ୍ର, ଶୁଖିଲା ଲଙ୍କା, ସୋରିଷ ତେଲ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା, ଜିରା ଗୁଣ୍ଡ, ଗୋଟା ଜିରା, ପାଣି, କଟା ଧନିଆ ପତ୍ର ଏବଂ ସ୍ୱାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

publive-image

ପ୍ରଥମେ ଏକ ପାତ୍ରରେ ଆବଶ୍ୟକ ଅନୁସାରେ ଲୁଣ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, ଅଦା ରସୁଣ ପେଷ୍ଟ ଗୋଟେ ଚାମଚ, ପିଆଜ ଗୋଟେ ଚାମଚ ପକାଇ ସେଥିରେ ଅଣ୍ଡାକୁ ଭାଙ୍ଗି ପକାନ୍ତୁ। ଏହା ପରେ ସେହି ମସଲା ସହ ଅଣ୍ଡାକୁ ଭଲରେ ଫେଣ୍ଟି ଦିଅନ୍ତୁ।

Advertisment

ଏହା ପରେ ଗ୍ୟାସ୍‌ରେ ତାୱା ବସାଇ ଅଣ୍ଡା ଅମ୍‌ଲେଟ୍‌ କରନ୍ତୁ। ଏଠାରେ ମନେ ରଖନ୍ତୁ, ଆପଣ ଅମ୍‌ଲେଟ୍‌ କଲାବେଳେ କଞ୍ଚା ଥିବା ସମୟରେ ହିଁ ଅମ୍‌ଲେଟ୍‌କୁ ଗୋଲ୍‌କରି ମୋଡ଼ି ଦିଅନ୍ତୁ। ଏହା ପରେ ପ୍ରସ୍ତୁତ ହେଇଯିବ ଆପଣଙ୍କ ଅଣ୍ଡା ଫେଣୀ। ତା ପରେ ଫେଣୀର ଚାରିପାଖକୁ ଭଲରେ ଭାଜି ଦିଅନ୍ତୁ। ଏହିପରି ଆପଣ ଆବଶ୍ୟକ ଅନୁସାରେ ଫେଣୀ ପ୍ରସ୍ତୁତ କରିନିଅନ୍ତୁ।

publive-image

ଫେଣୀ ପ୍ରସ୍ତୁତ କରି ସାରିଲା ପରେ ତାକୁ ଖଣ୍ଡ ଖଣ୍ଡ କରି କାଟି ଏକ ପାତ୍ରରେ ରଖନ୍ତୁ। ଏହା ପରେ ଗ୍ୟାସ୍‌ରେ କଡ଼େଇ ଗରମ କରି ସେଥିରେ ତେଲ ପକାନ୍ତୁ। ତା ପରେ ସେଥିରେ ଗୋଟା ଜିରା, ଶୁଖିଲା ଲଙ୍କା ତେଜପତ୍ର ପକାଇ ଅଳ୍ପ ଭାଜି ଦିଅନ୍ତୁ। ତା ପରେ ସେଥିରେ ପିଆଜ ପେଷ୍ଟ ପକାଇ ଅଳ୍ପ ସମୟ କଷନ୍ତୁ। ସେହିପରି ଅଦା ରସୁଣ ପେଷ୍ଟ ପକାଇ ମଧ୍ୟ କଷାଇ ଦିଅନ୍ତୁ। ମସଲା ଭଲରେ କଷେଇ ହୋଇ ଆସିଲେ, ସେଥିରେ ଟମାଟୋ ପେଷ୍ଟ ପକାଇ ଭଲରେ କଷାଇ ନିଅନ୍ତୁ।

publive-image

ଏହା ପରେ ସେଥିରେ ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ସେଥିରେ ଅଳ୍ପ ପାଣି ଦେଇ ପୁଣି ଥରେ ମସଲାକୁ କଷାଇ ଦିଅନ୍ତୁ। ମସଲା ଶୁଖିଗଲା ପରେ ସେଥିରେ ଅଳ୍ପ ଝୋଳ ରହିଲା ଭଳି ପାଣି ଦେଇ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଝୋଳ ଭଲରେ ଫୁଟି ଆସିଲେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଣ୍ଡା ଫେଣୀକୁ ସେଥିରେ ପକାଇ ଦିଅନ୍ତୁ। ଆଉ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଫୁଟିଗଲା ପରେ ସେଥିରେ ଗରମ ମସଲା ପକାଇ ଦିଅନ୍ତୁ। ଆପଣ ସେଥିରେ ଅଧିକା ଝୋଳ ରଖିବେ ନାହିଁ ବା ପୂରା ଗ୍ରେଭି ଭଳି ମଧ୍ୟ କରିବେ ନାହିଁ।

ଏହି ଭଳି କଲା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଅଣ୍ଡା ଫେଣି ତରକାରୀ। ଏହାକୁ ଆପଣ ରୁଟି ସହ ଖାଇଲେ ସ୍ୱାଦିଷ୍ଟ ଲାଗିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe