ଆବଶ୍ୟକ ସାମଗ୍ରୀ: ମାଛ, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ହେଙ୍ଗୁ, ସୋରିଷ, ଅଦା ଓ ରସୁଣ ଛେଚା, ପାନମହୁରୀ, ମେଥି, ଭୁର୍ସୁଙ୍ଗ ପତ୍ର, ଶୁଖିଲା ଲଙ୍କା, ଜିରା, ତେନ୍ତୁଳି ରସ, ନଡ଼ିଆ କୋରା ଓ ଗୁଡ଼।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ କାଟି ଭଲ ଭାବେ ଧୋଇ ସେଥିରେ ଲୁଣ ଓ ହଳଦୀଗୁଣ୍ଡ ଗୋଳାଇ ଦିଅନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରି ମାଛ ଗୁଡ଼ିକୁ ଭଲ ଭାବେ ଛାଣି ଦିଅନ୍ତୁ।
କଡ଼େଇରେ ପୁଣି ତେଲ ଗରମ କରି ସେଥିରେ ହେଙ୍ଗୁ, ସୋରିଷ, ଅଦା ଓ ରସୁଣ ଛେଚା, ପାନମହୁରୀ, ମେଥି, ଭୁର୍ସୁଙ୍ଗ ପତ୍ର, ଶୁଖିଲା ଲଙ୍କା, ଜିରା ଓ ତେନ୍ତୁଳି ରସ ପକାଇ ଭଲ ଭାବେ ଫୁଟାନ୍ତୁ। ଏହା ଫୁଟିବା ପରେ ଏଥିରେ ହଳଦୀଗୁଣ୍ଡ, ନଡ଼ିଆ କୋରା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ୫ ମିନିଟ୍ ଘୋଡ଼ାଇ ରଖନ୍ତୁ। ୫ ମିନିଟ୍ ପରେ ଘୋଡ଼ଣୀ ବାହାର କରି ଲଙ୍କାଗୁଣ୍ଡ ଓ ଗୁଡ଼ ପକାଇ ଅଳ୍ପ ସମୟ ଫୁଟାନ୍ତୁ। ଏହାପରେ ସେଥିରେ ଛଣା ମାଛକୁ ପକାଇ ଭଲ ଭାବେ ଗୋଳାନ୍ତୁ ଓ ତା’ପରେ ୫ ମିନିଟ୍ ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା 'ମାଛ ଆମ୍ବିଳ'।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।