ମାଛ ଆମ୍ବିଳ କେମିତି ହୁଏ ଜାଣନ୍ତୁ

ଆବଶ୍ୟକ ସାମଗ୍ରୀ: ମାଛ, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ହେଙ୍ଗୁ, ସୋରିଷ, ଅଦା ଓ ରସୁଣ ଛେଚା, ପାନମହୁରୀ, ମେଥି, ଭୁର୍ସୁଙ୍ଗ ପତ୍ର, ଶୁଖିଲା ଲଙ୍କା, ଜିରା, ତେନ୍ତୁଳି ରସ, ନଡ଼ିଆ କୋରା ଓ ଗୁଡ଼। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ କାଟି ଭଲ ଭାବେ ଧୋଇ ସେଥିରେ ଲୁଣ ଓ ହଳଦୀଗୁଣ୍ଡ ଗୋଳାଇ ଦିଅନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରି ମାଛ ଗୁଡ଼ିକୁ ଭଲ ଭାବେ ଛାଣି ଦିଅନ୍ତୁ। କଡ଼େଇରେ ପୁଣି […]

fish

Chinmayee Roy
  • Published: Wednesday, 02 October 2019
  • , Updated: 02 October 2019, 08:52 AM IST

ଆବଶ୍ୟକ ସାମଗ୍ରୀ: ମାଛ, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ହେଙ୍ଗୁ, ସୋରିଷ, ଅଦା ଓ ରସୁଣ ଛେଚା, ପାନମହୁରୀ, ମେଥି, ଭୁର୍ସୁଙ୍ଗ ପତ୍ର, ଶୁଖିଲା ଲଙ୍କା, ଜିରା, ତେନ୍ତୁଳି ରସ, ନଡ଼ିଆ କୋରା ଓ ଗୁଡ଼।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ କାଟି ଭଲ ଭାବେ ଧୋଇ ସେଥିରେ ଲୁଣ ଓ ହଳଦୀଗୁଣ୍ଡ ଗୋଳାଇ ଦିଅନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରି ମାଛ ଗୁଡ଼ିକୁ ଭଲ ଭାବେ ଛାଣି ଦିଅନ୍ତୁ।

କଡ଼େଇରେ ପୁଣି ତେଲ ଗରମ କରି ସେଥିରେ ହେଙ୍ଗୁ, ସୋରିଷ, ଅଦା ଓ ରସୁଣ ଛେଚା, ପାନମହୁରୀ, ମେଥି, ଭୁର୍ସୁଙ୍ଗ ପତ୍ର, ଶୁଖିଲା ଲଙ୍କା, ଜିରା ଓ ତେନ୍ତୁଳି ରସ ପକାଇ ଭଲ ଭାବେ ଫୁଟାନ୍ତୁ।  ଏହା ଫୁଟିବା ପରେ ଏଥିରେ ହଳଦୀଗୁଣ୍ଡ, ନଡ଼ିଆ କୋରା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ୫ ମିନିଟ୍ ଘୋଡ଼ାଇ ରଖନ୍ତୁ। ୫ ମିନିଟ୍ ପରେ ଘୋଡ଼ଣୀ ବାହାର କରି ଲଙ୍କାଗୁଣ୍ଡ ଓ ଗୁଡ଼ ପକାଇ ଅଳ୍ପ ସମୟ ଫୁଟାନ୍ତୁ। ଏହାପରେ ସେଥିରେ ଛଣା ମାଛକୁ ପକାଇ ଭଲ ଭାବେ ଗୋଳାନ୍ତୁ ଓ ତା’ପରେ ୫ ମିନିଟ୍ ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା 'ମାଛ ଆମ୍ବିଳ'।

Related story