Advertisment

ଜହ୍ନିଚୋପା ଚଟଣୀ

ଆବଶ୍ୟ ସାମଗ୍ରୀ: ଜହ୍ନି ଚୋପା, ଜିରା, କଞ୍ଚାଲଙ୍କା, ରସୁଣ ଓ ଅଦା, ଲୁଣ, ତେନ୍ତୁଳି ଓ ସୋରିଷ ତେଲ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଜହ୍ନିରୁ ଚୋପା ଛଡ଼ାଇ ଚୋପାକୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ। କଡ଼ାରେ ତେଲ ଗରମ କରି ଜିରା ଫୁଟାନ୍ତୁ। ଜିରା ଫୁଟିଯିବା ପରେ କଞ୍ଚାଲଙ୍କା, ରସୁଣ ଓ ଅଦା ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ। ଭାଜି ହୋଇଗଲା ପରେ ରଖିଥିବା ଜହ୍ନି ଚୋପାକୁ ପକାନ୍ତୁ। ଏହା […]

author-image
Chinmayee Roy
ଜହ୍ନିଚୋପା ଚଟଣୀ

chutny

ଆବଶ୍ୟ ସାମଗ୍ରୀ: ଜହ୍ନି ଚୋପା, ଜିରା, କଞ୍ଚାଲଙ୍କା, ରସୁଣ ଓ ଅଦା, ଲୁଣ, ତେନ୍ତୁଳି ଓ ସୋରିଷ ତେଲ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଜହ୍ନିରୁ ଚୋପା ଛଡ଼ାଇ ଚୋପାକୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ। କଡ଼ାରେ ତେଲ ଗରମ କରି ଜିରା ଫୁଟାନ୍ତୁ। ଜିରା ଫୁଟିଯିବା ପରେ କଞ୍ଚାଲଙ୍କା, ରସୁଣ ଓ ଅଦା ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ। ଭାଜି ହୋଇଗଲା ପରେ ରଖିଥିବା ଜହ୍ନି ଚୋପାକୁ ପକାନ୍ତୁ। ଏହା ପରେ ଲୁଣ ଦେଇ ଘୋଡ଼ାଇ ଦିଅନ୍ତୁ। ଦୁଇ ତିନି ମିନିଟ ପରେ ଦରସିଝା ଅବସ୍ଥାରେ ତାକୁ ଓହ୍ଲାଇ ତେନ୍ତୁଳି ସହିତ ବାଟି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଜହ୍ନି ଚୋପା ଚଟଣୀ’। ଏହି ଚଟଣୀ ଭାତ ସହିତ ଖାଇବାକୁ ଭଲ ଲାଗେ।