Advertisment

ଲାଉ ପଲଉ-Lauki palao recipe in odia

ଆବଶ୍ୟକ ସାମଗ୍ରୀ: ଲାଉ ବାସୁମତୀ ଚାଉଳ ତେଲ ଲୁଣ ଜିରା ତେଜପତ୍ର ଡାଲଚିନି ଜାଇଫଳ ଗୋଲମରିଚ ଗୁଜୁରାତି ଗାଜର ଗ୍ରୀନ୍‌ ମଟର କାଜୁବାଦାମ୍ କିସ୍‌ମିସ୍‌ ଚିନି ପୋଦିନା ପତ୍ର ଧନିଆ ପତ୍ର ଗରମ ମସଲା କସ୍ତୁରୀ ମେଥି ଘିଅ ଲେମ୍ବୁରସ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଲାଉକୁ କୋରି ତାକୁ ଭଲ ଭାବେ ଚିପୁଡ଼ି ତା’ର ପାଣି ବାହାର କରି ଦିଅନ୍ତୁ। ଏହାପରେ ବାସୁମତୀ ଚାଉଳକୁ ଧୋଇ ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି କୋରା ଲାଉକୁ […]

ଅଦ୍ୟତନ ହୋଇଛି
ଲାଉ ପଲଉ-Lauki palao recipe in odia

lau-pulao

Advertisment

ଆବଶ୍ୟକ ସାମଗ୍ରୀ:

  • ଲାଉ
  • ବାସୁମତୀ ଚାଉଳ
  • ତେଲ
  • ଲୁଣ
  • ଜିରା
  • ତେଜପତ୍ର
  • ଡାଲଚିନି
  • ଜାଇଫଳ
  • ଗୋଲମରିଚ
  • ଗୁଜୁରାତି
  • ଗାଜର
  • ଗ୍ରୀନ୍‌ ମଟର
  • କାଜୁବାଦାମ୍
  • କିସ୍‌ମିସ୍‌
  • ଚିନି
  • ପୋଦିନା ପତ୍ର
  • ଧନିଆ ପତ୍ର
  • ଗରମ ମସଲା
  • କସ୍ତୁରୀ ମେଥି
  • ଘିଅ
  • ଲେମ୍ବୁରସ
Advertisment

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଲାଉକୁ କୋରି ତାକୁ ଭଲ ଭାବେ ଚିପୁଡ଼ି ତା’ର ପାଣି ବାହାର କରି ଦିଅନ୍ତୁ। ଏହାପରେ ବାସୁମତୀ ଚାଉଳକୁ ଧୋଇ ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି କୋରା ଲାଉକୁ ଭଲ ଭାବେ ଭାଜି ଦିଅନ୍ତୁ। ଏହା ପରେ ଆଉ ଥରେ କଡ଼େଇରେ ତେଲ ଗରମ କରି ଜିରା, ତେଜପତ୍ର, ଡାଲଚିନି, ଜାଇଫଳ, ଗୋଲମରିଚ, ଗୁଜୁରାତି, କଟା ଗାଜର, ଗ୍ରୀନ୍ ମଟର, କାଜୁବାଦାମ୍ ଓ କିସ୍‌ମିସ୍‌ ପକାଇ ଭାଜନ୍ତୁ। ଏସବୁ ଭାଜି ହୋଇଯିବା ପରେ ବାସୁମତୀ ଚାଉଳ ପକାଇ ଭଲ ଭାବେ ଭାଜନ୍ତୁ। ଚାଉଳ ଅଳ୍ପ ଭାଜି ହେବା ପରେ ସେଥିରେ ଲାଉରସ ଓ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ। ପାଣି ଫୁଟିବା ପରେ ଏଥିରେ ଭଜା ଲାଉ, ଅଳ୍ପ ଚିନି, ଲୁଣ, ପୋଦିନାପତ୍ର, କସ୍ତୁରୀ ମେଥି, ଘିଅ ଓ ଲେମ୍ବୁରସ ପକାଇ ଘୋଡ଼ାଇ ଦିଅନ୍ତୁ। ୧୦ ମିନିଟ ପରେ ଘୋଡ଼ଣୀ ବାହାର କରି ଧନିଆ ପତ୍ର ଓ ଗରମ ମସଲା ପକାଇ କଡ଼େଇକୁ ଚୁଲିରୁ ଓହ୍ଲାନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ଲାଉ ପଲାଉ’।

Orissa Food Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe