କାର୍ତ୍ତିକ ମାସରେ ପ୍ରସ୍ତୁତ କରନ୍ତୁ ‘ମଞ୍ଜା ପଲଉ’

ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, କଦଳୀ ମଞ୍ଜା, ତେଜପତ୍ର, ଗୁଜୁରାତି, ଲୁଣ, ହଳଦୀ, ଚିନି, କାଜୁ, କିସ୍‌ମିସ୍‌, ନଡ଼ିଆ କୋରା ଓ ଘିଅ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଦଳୀ ମଞ୍ଜାରେ ଲୁଣ, ହଳଦୀ ଗୋଳାଇ ଏବଂ ଅରୁଆ ଚାଉଳକୁ ପାଣିରେ ଭିଜାଇ ରଖନ୍ତୁ। ଏହାପରେ କାଜୁ ଓ କିସ୍‌ମିସ୍‌କୁ ଭାଜି ରଖିବା ସହିତ କଦଳୀ ମଞ୍ଜାକୁ ମଧ୍ୟ ଭାଜି ରଖନ୍ତୁ।  କଡ଼େଇରେ ଘିଅ ଗରମ କରି ତେଜପତ୍ର, ଗୁଜୁରାତି ଓ  ଭିଜା ଅରୁଆ ଚାଉଳ ପକାଇ ଭଲଭାବେ […]

pullao

Chinmayee Roy
  • Published: Monday, 04 November 2019
  • , Updated: 04 November 2019, 07:01 AM IST

ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, କଦଳୀ ମଞ୍ଜା, ତେଜପତ୍ର, ଗୁଜୁରାତି, ଲୁଣ, ହଳଦୀ, ଚିନି, କାଜୁ, କିସ୍‌ମିସ୍‌, ନଡ଼ିଆ କୋରା ଓ ଘିଅ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଦଳୀ ମଞ୍ଜାରେ ଲୁଣ, ହଳଦୀ ଗୋଳାଇ ଏବଂ ଅରୁଆ ଚାଉଳକୁ ପାଣିରେ ଭିଜାଇ ରଖନ୍ତୁ। ଏହାପରେ କାଜୁ ଓ କିସ୍‌ମିସ୍‌କୁ ଭାଜି ରଖିବା ସହିତ କଦଳୀ ମଞ୍ଜାକୁ ମଧ୍ୟ ଭାଜି ରଖନ୍ତୁ।  କଡ଼େଇରେ ଘିଅ ଗରମ କରି ତେଜପତ୍ର, ଗୁଜୁରାତି ଓ  ଭିଜା ଅରୁଆ ଚାଉଳ ପକାଇ ଭଲଭାବେ ଭାଜନ୍ତୁ।  ଚାଉଳ ଅଳ୍ପ ଭାଜି ହୋଇଯିବା ପରେ ସେଥିରେ ଲୁଣ, ହଳଦୀ ଗୁଣ୍ଡ ଓ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଘୋଡ଼େଇ ଦିଅନ୍ତୁ। ପରେ  ଘୋଡ଼ଣି ବାହାର କରି ଭଜା ହୋଇଥିବା କଦଳୀ ମଞ୍ଜା, କାଜୁକିସ୍‌ମିସ୍‌ ସହିତ ଚିନି ଓ ନଡ଼ିଆ କୋରା ପକାଇ ଗୋଳାନ୍ତୁ।  ଏହାପରେ ସେଥିରେ ଅଳ୍ପ ଗୁଆ ଘିଅ ପକାଇ ଦୁଇ ମିନିଟ୍ ପରେ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ମଞ୍ଜା ପଲଉ’।

Related story