Advertisment

ଗଣେଶ ପୂଜାରେ ଭୋଗ ଲଗାନ୍ତୁ 'ମୋଦକ'

ଆଉ ଗୋଟିଏ ଦିନ ପରେ ଗଣେଶ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଗାଁଠାରୁ ସହର। ପ୍ରଭୁ ଗଣେଶଙ୍କ ଭୋଗ ପାଇଁ ସ୍ୱତନ୍ତ୍ର ପ୍ରକାର ମିଠା ଏବଂ ରାଶି ଲଡୁ ତିଆରି କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କିନ୍ତୁ ଜାଣିଛନ୍ତି, ଗଣେଶଙ୍କ ପ୍ରିୟ ଖାଦ୍ୟ ହେଉଛି ମୋଦକ। ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ ହୁଏ ଏହି ମୋଦକ। ଆବଶ୍ୟକ ସାମଗ୍ରୀ: ଚାଉଳ ଚୂନା, ଚିନି, ଗୁଡ଼, ନଡ଼ିଆ କୋରା, ଗୁଜୁରାତି, ତେଲ ପ୍ରସ୍ତୁତି ପ୍ରଣାଳୀ: ମୋଦକ ପ୍ରସ୍ତୁତ କରିବା […]

author-image
Chinmayee Roy
ଗଣେଶ ପୂଜାରେ ଭୋଗ ଲଗାନ୍ତୁ 'ମୋଦକ'

Modak1

ଆଉ ଗୋଟିଏ ଦିନ ପରେ ଗଣେଶ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଗାଁଠାରୁ ସହର। ପ୍ରଭୁ ଗଣେଶଙ୍କ ଭୋଗ ପାଇଁ ସ୍ୱତନ୍ତ୍ର ପ୍ରକାର ମିଠା ଏବଂ ରାଶି ଲଡୁ ତିଆରି କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କିନ୍ତୁ ଜାଣିଛନ୍ତି, ଗଣେଶଙ୍କ ପ୍ରିୟ ଖାଦ୍ୟ ହେଉଛି ମୋଦକ। ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ ହୁଏ ଏହି ମୋଦକ।

Advertisment

ଆବଶ୍ୟକ ସାମଗ୍ରୀ: ଚାଉଳ ଚୂନା, ଚିନି, ଗୁଡ଼, ନଡ଼ିଆ କୋରା, ଗୁଜୁରାତି, ତେଲ

publive-imageପ୍ରସ୍ତୁତି ପ୍ରଣାଳୀ: ମୋଦକ ପ୍ରସ୍ତୁତ କରିବା ଲାଗି ପ୍ରଥମେ ନଡ଼ିଆ କୋରାକୁ ଭାଜି ଦିଅନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ୨ କପ୍ ପାଣି ଦେଇ ଗୁଡ଼କୁ ଫୁଟାନ୍ତୁ। ଗୁଡ଼ ଗାଢ଼ ହୋଇ ଆସିଲେ ସେଥିରେ ଭଜା କୋରା ନଡ଼ିଆକୁ ପକାନ୍ତୁ। ସେଥିରେ ଗୁଜୁରାତି ଗୁଣ୍ଡ ଛିଞ୍ଚି ଭଲ ଭାବେ ଗୋଳାଇ ଦିଅନ୍ତୁ ଓ ଏହି ମିଶ୍ରଣକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।

ବର୍ତ୍ତମାନ ଚାଉଳ ଚୂନାରେ ରିଫାଇନ୍‌ ତେଲ, ଲୁଣ ଓ ଆବଶ୍ୟକ ମୁତାବକ ଉଷୁମ ପାଣି ଦେଇ ଅଟା ଚକଟିଲା ଭଳି ଚକଟି ଦିଅନ୍ତୁ। ଏହାକୁ ଛୋଟ ଛୋଟ ଗୁଳା କରି ଅଳ୍ପ ବେଲି ଏହା ଭିତରେ ନଡ଼ିଆ ଓ ଗୁଡ଼ର ପୂର ଦେଇ ବନ୍ଦ କରି ଦିଅନ୍ତୁ। ଏହି ଗୁଳା ଗୁଡ଼ିକୁ ମୋଦକ ଆକୃତି (ଫଟୋରେ ଯେମିତି ଦେଖୁଛନ୍ତି) ଦିଅନ୍ତୁ। ବର୍ତ୍ତମାନ ଏହି ପୂର ଭର୍ତ୍ତି ଗୁଳାଗୁଡ଼ିକୁ ମାଇକ୍ରୋଓଭେନ୍‌ କିମ୍ବା ଇଟଲି ଛାଞ୍ଚରେ ରଖି ଷ୍ଟିମ୍‌ କରନ୍ତୁ। ସିଝିଗଲା ପରେ ଏହାକୁ ବାହାର କରି ଥଣ୍ଡା କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମୋଦକ। ଏହା ଉପରେ ଆଲମଣ୍ଡ୍ କିମ୍ବା କାଜୁ ସଜାଇ ଗଣେଶ ଚତୁର୍ଥୀରେ ପ୍ରଭୁ ଶ୍ରୀ ଗଣେଶଙ୍କ ନିକଟରେ ଭୋଗ ଲଗାନ୍ତୁ।

Advertisment

ମନେ ରଖନ୍ତୁ: ଆପଣ ଗୁଡ଼ ବଦଳରେ ଚିନି ବି ବ୍ୟବହାର କରିପାରିବେ। ନଡ଼ିଆ କୋରାକୁ ଭାଜିବା ବେଳେ ହିଁ ଚିନି ପକାଇ ଦେବେ।