ଲଙ୍କା ବେସର ମାଂସ

ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ସୋରିଷବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ, ଅଦା-ରସୁଣ ବଟା, ଦହି, ଲେମ୍ବୁରସ, ପିଆଜ ବଟା, କଞ୍ଚାଲଙ୍କା, ଗରମ ମସଲା, ଲୁଣ ଓ ସୋରିଷ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସରେ ସୋରିଷ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ, ଅଦା-ରସୁଣ ବଟା, ଦହି, ଲେମ୍ବୁରସ, ପିଆଜ ବଟା, କଞ୍ଚାଲଙ୍କା ଓ ଲୁଣ ପକାଇ ଭଲ ଭାବେ ମ୍ୟାରିନେଟ୍‌ କରନ୍ତୁ। […]

mutton

mutton

Chinmayee Roy
  • Published: Wednesday, 18 December 2019
  • Updated: 18 December 2019, 07:12 AM IST

Sports

Latest News

ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ସୋରିଷବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ, ଅଦା-ରସୁଣ ବଟା, ଦହି, ଲେମ୍ବୁରସ, ପିଆଜ ବଟା, କଞ୍ଚାଲଙ୍କା, ଗରମ ମସଲା, ଲୁଣ ଓ ସୋରିଷ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସରେ ସୋରିଷ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ, ଅଦା-ରସୁଣ ବଟା, ଦହି, ଲେମ୍ବୁରସ, ପିଆଜ ବଟା, କଞ୍ଚାଲଙ୍କା ଓ ଲୁଣ ପକାଇ ଭଲ ଭାବେ ମ୍ୟାରିନେଟ୍‌ କରନ୍ତୁ। ଏବେ ଏକ କରେଇରେ ସୋରିଷ ତେଲ ଗରମ କରି ସେଥିରେ ମ୍ୟାରିନେଟ୍‌ ମାଂସକୁ ପକାଇ ଭଲ ଭାବେ ଗୋଳାନ୍ତୁ ଓ ଘୋଡ଼ଣୀ ଦେଇଦିଅନ୍ତୁ। ୨୫ ରୁ ୩୦ ମିନିଟ୍‌ ପରେ ଘୋଡ଼ଣୀ ବାହାର କରି ମାଂସରେ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ। ୩ ରୁ ୪ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ‘ଲଙ୍କା ବେସର ମାଂସ’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos