mutton
ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ସୋରିଷବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ, ଅଦା-ରସୁଣ ବଟା, ଦହି, ଲେମ୍ବୁରସ, ପିଆଜ ବଟା, କଞ୍ଚାଲଙ୍କା, ଗରମ ମସଲା, ଲୁଣ ଓ ସୋରିଷ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସରେ ସୋରିଷ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ, ଅଦା-ରସୁଣ ବଟା, ଦହି, ଲେମ୍ବୁରସ, ପିଆଜ ବଟା, କଞ୍ଚାଲଙ୍କା ଓ ଲୁଣ ପକାଇ ଭଲ ଭାବେ ମ୍ୟାରିନେଟ୍ କରନ୍ତୁ। ଏବେ ଏକ କରେଇରେ ସୋରିଷ ତେଲ ଗରମ କରି ସେଥିରେ ମ୍ୟାରିନେଟ୍ ମାଂସକୁ ପକାଇ ଭଲ ଭାବେ ଗୋଳାନ୍ତୁ ଓ ଘୋଡ଼ଣୀ ଦେଇଦିଅନ୍ତୁ। ୨୫ ରୁ ୩୦ ମିନିଟ୍ ପରେ ଘୋଡ଼ଣୀ ବାହାର କରି ମାଂସରେ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ। ୩ ରୁ ୪ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ‘ଲଙ୍କା ବେସର ମାଂସ’।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/12/mutton.jpg)