palua-ladoo
ଆବଶ୍ୟକ ସାମଗ୍ରୀ: ପାଳୁଅ, ମଇଦା, ସୁଜି, ପାନମଧୁରୀ, ଚିନି, ଜୁଆଣି ଗୁଣ୍ଡ, ଅଦା ଛେଚା, ରିଫାଇନ୍ ତେଲ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାଳୁଅକୁ ପାଣିରେ କିଛି ସମୟ ଭିଜେଇବା ପରେ ତାକୁ ଛାଣି ବାଟି ଦିଅନ୍ତୁ। ଏବେ ଚିନି ସିରା ପ୍ରସ୍ତୁତ କରନ୍ତୁ। ତା’ପରେ ଗୋଟିଏ ପାତ୍ରରେ ମଇଦା, ସୁଜି, ପାନମଧୁରୀ, ଜୁଆଣିଗୁଣ୍ଡ, ଅଦାଛେଚା ଓ ପାଳୁଅ ବଟା ପକେଇ ଭଲ ଭାବେ ଚକଟି ଦିଅନ୍ତୁ। ଏଥିରେ ଅଳ୍ପ ରିଫାଇନ୍ ତେଲ, ଅଳ୍ପ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକେଇ ପୁଣି ଥରେ ଚକଟନ୍ତୁ। ଚକଟାକୁ ଗୋଲ ଗୋଲ କରି ଗୁଳା ପ୍ରସ୍ତୁତ କରନ୍ତୁ। ତା’ପରେ କଡ଼େଇରେ ତେଲ ଗରମ କରି ଏଗୁଡ଼ିକୁ ଛାଣି ଦିଅନ୍ତୁ। ଛଣା ହୋଇଥିବା ଗୁଳାଗୁଡ଼ିକୁ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଚିନି ସିରାରେ ପକାନ୍ତୁ। ୫ ମିନିଟ୍ ପର୍ଯ୍ୟନ୍ତ ସେଗୁଡ଼ିକୁ ଚିନି ସିରାରେ ଭିଜାଇ ରଖନ୍ତୁ। ତା’ପରେ ସେଗୁଡ଼ିକୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ‘ପାଳୁଅ ଲଡ଼ୁ’।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/palua-ladoo-1.jpg)